ବିଶ୍ୱ ପର୍ଯ୍ୟଟନ ଇଣ୍ଡେକ୍ସରେ ଆଶ୍ଚର୍ଯ୍ୟ କରୁଛି ପାକିସ୍ତାନର ରାଙ୍କିଙ୍ଗ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି?
ନୂଆଦିଲ୍ଲୀ ୧।୬: ୱାର୍ଲଡ ଇକୋନମିକ ଫୋରମ (ଡବ୍ଲୁଇଏଫ) ନିକଟରେ ଟ୍ରାଭେଲ ଆଣ୍ଡ ଟୁରିଜିମ ଡେଭଲପମେଣ୍ଟ ଇଣ୍ଡେକ୍ସ (ଟିଟିଡିଆଇ) ଜାରି କରିଛନ୍ତି। ଏଥିରେ ପାକିସ୍ତାନକୁ ସବୁଠୁ ଖରାପ ରାଙ୍କିଙ୍ଗ ମିଳିଛି। ଯାତ୍ରା ଓ ପର୍ଯ୍ୟଟନ ଦୃଷ୍ଟିରୁ ସବୁଠୁ ଲୋକପ୍ରିୟ ୧୧୯ ଦେଶଙ୍କ ସୂଚୀରେ ପାକିସ୍ତାନର ରାଙ୍କିଙ୍ଗ ୧୦୧ରେ ରହିଛି। ଏହି ଲିଷ୍ଟରେ ଭାରତର ପଡୋଶୀ ନେପାଳ ଓ ବାଂଲାଦେଶର ରାଙ୍କିଙ୍ଗ ଯଥାକ୍ରମେ ୧୦୫ ଓ ୧୦୯ ରହିଛି। ଇଣ୍ଡେକ୍ସରେ ଭାରତର ରାଙ୍କିଙ୍ଗ ୩୯ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୭୬ତମ ସ୍ଥାନରେ ରହିଛି। ଟିଟିଡିଆଇ ଇଣ୍ଡେକ୍ସରେ ପାକିସ୍ତାନ ପ୍ରଶାନ୍ତ-ଏସିୟା କ୍ଷେତ୍ରିୟ ସମୂହରେ ନିମ୍ନ-ମଧ୍ୟମ ଆୟର ଅର୍ଥବ୍ୟବସ୍ଥା ରୂପେ ବର୍ଗିକୃତ ରହିଛି। ପାକିସ୍ତାନର ରାଙ୍କିଙ୍ଗ ଏଥି ପାଇଁ ମଧ୍ୟ ଚିନ୍ତାଜନକ ଯେ ପୂର୍ବ ବର୍ଷମାନଙ୍କରେ ଏହାର ପ୍ରଦର୍ଶନ ବେଶ ଉତ୍ତମ ଥିଲା। ୨୦୨୨ ମସିହାରେ ପାକିସ୍ତାନ ବେଶ ଭଲ ପ୍ରଦର୍ଶନ କରିଥିଲା। ସେ ବର୍ଷ ପାକିସ୍ତାନ ଇଣ୍ଡେକ୍ସର ୮୯ତମ ସ୍ଥାନରୁ ୮୩ ତମ ସ୍ଥାନକୁ ଆସିଯାଇଥିଲା। ତେବେ ମଧ୍ୟ-ପ୍ରାଚ୍ୟରେ ୟୁନାଇଟେଡ ଆରବ ଏମିରେଟସ୍ (ୟୁଏଇ) ୧୮ତମ ସ୍ଥାନ ସହିତ ବିଶ୍ୱ ରାଙ୍କିଙ୍ଗର ଶୀର୍ଷତମ ସ୍ଥାନରେ ରହିଛି। ୟୁଏଇ ପରେ ସାଉଦୀ ଆରବ ୪୧, କତାର ୫୩ ଓ ବାହାରୀନ ୧୮ତମ ସ୍ଥାନରେ ରହିଛି। ଟିଟିଡିଆଇ ଇଣ୍ଡେକ୍ସରେ ପର୍ଯ୍ୟଟନ ଦୃଷ୍ଟିରୁ ସବୁଠୁ ଲୋକପ୍ରିୟ ଦେଶ ଆମେରିକା ରହିଛି। ଆମେରିକା ପରେ ଶୀର୍ଷ ୧
ନୂଆଦିଲ୍ଲୀ ୧।୬: ୱାର୍ଲଡ ଇକୋନମିକ ଫୋରମ (ଡବ୍ଲୁଇଏଫ) ନିକଟରେ ଟ୍ରାଭେଲ ଆଣ୍ଡ ଟୁରିଜିମ ଡେଭଲପମେଣ୍ଟ ଇଣ୍ଡେକ୍ସ (ଟିଟିଡିଆଇ) ଜାରି କରିଛନ୍ତି। ଏଥିରେ ପାକିସ୍ତାନକୁ ସବୁଠୁ ଖରାପ ରାଙ୍କିଙ୍ଗ ମିଳିଛି। ଯାତ୍ରା ଓ ପର୍ଯ୍ୟଟନ ଦୃଷ୍ଟିରୁ ସବୁଠୁ ଲୋକପ୍ରିୟ ୧୧୯ ଦେଶଙ୍କ ସୂଚୀରେ ପାକିସ୍ତାନର ରାଙ୍କିଙ୍ଗ ୧୦୧ରେ ରହିଛି। ଏହି ଲିଷ୍ଟରେ ଭାରତର ପଡୋଶୀ ନେପାଳ ଓ ବାଂଲାଦେଶର ରାଙ୍କିଙ୍ଗ ଯଥାକ୍ରମେ ୧୦୫ ଓ ୧୦୯ ରହିଛି। ଇଣ୍ଡେକ୍ସରେ ଭାରତର ରାଙ୍କିଙ୍ଗ ୩୯ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୭୬ତମ ସ୍ଥାନରେ ରହିଛି।
ଟିଟିଡିଆଇ ଇଣ୍ଡେକ୍ସରେ ପାକିସ୍ତାନ ପ୍ରଶାନ୍ତ-ଏସିୟା କ୍ଷେତ୍ରିୟ ସମୂହରେ ନିମ୍ନ-ମଧ୍ୟମ ଆୟର ଅର୍ଥବ୍ୟବସ୍ଥା ରୂପେ ବର୍ଗିକୃତ ରହିଛି। ପାକିସ୍ତାନର ରାଙ୍କିଙ୍ଗ ଏଥି ପାଇଁ ମଧ୍ୟ ଚିନ୍ତାଜନକ ଯେ ପୂର୍ବ ବର୍ଷମାନଙ୍କରେ ଏହାର ପ୍ରଦର୍ଶନ ବେଶ ଉତ୍ତମ ଥିଲା। ୨୦୨୨ ମସିହାରେ ପାକିସ୍ତାନ ବେଶ ଭଲ ପ୍ରଦର୍ଶନ କରିଥିଲା। ସେ ବର୍ଷ ପାକିସ୍ତାନ ଇଣ୍ଡେକ୍ସର ୮୯ତମ ସ୍ଥାନରୁ ୮୩ ତମ ସ୍ଥାନକୁ ଆସିଯାଇଥିଲା। ତେବେ ମଧ୍ୟ-ପ୍ରାଚ୍ୟରେ ୟୁନାଇଟେଡ ଆରବ ଏମିରେଟସ୍ (ୟୁଏଇ) ୧୮ତମ ସ୍ଥାନ ସହିତ ବିଶ୍ୱ ରାଙ୍କିଙ୍ଗର ଶୀର୍ଷତମ ସ୍ଥାନରେ ରହିଛି।

ୟୁଏଇ ପରେ ସାଉଦୀ ଆରବ ୪୧, କତାର ୫୩ ଓ ବାହାରୀନ ୧୮ତମ ସ୍ଥାନରେ ରହିଛି। ଟିଟିଡିଆଇ ଇଣ୍ଡେକ୍ସରେ ପର୍ଯ୍ୟଟନ ଦୃଷ୍ଟିରୁ ସବୁଠୁ ଲୋକପ୍ରିୟ ଦେଶ ଆମେରିକା ରହିଛି। ଆମେରିକା ପରେ ଶୀର୍ଷ ୧୦ ଦେଶଙ୍କ ସୂଚୀରେ ସ୍ପେନ, ଜାପାନ, ଫ୍ରାନ୍ସ, ଅଷ୍ଟ୍ରେଲିୟା, ଜର୍ମାନ, ବ୍ରିଟେନ, ଚୀନ, ଇଟାଲୀ ଓ ସ୍ୱିଜରଲ୍ୟାଣ୍ଡ ଅଛନ୍ତି। ରିପୋର୍ଟ ଅନୁସାରେ ଟିଟିଡିଆଇ ଇଣ୍ଡେକ୍ସରେ ଶୀର୍ଷ ୩୦ ଦେଶ ମିଶି ୨୦୨୨ରେ ବିଶ୍ୱର ଯାତ୍ରା ଓ ପର୍ଯ୍ୟଟନ ଅର୍ଥ ବ୍ୟବସ୍ଥାରେ ୭୫ ପ୍ରତିଶତ ଯୋଗଦାନ ଦେଇଛି। ଟିଟିଡିଆଇ ଇଣ୍ଡେକ୍ସରେ ସବୁଠୁ ତଳେ ଥିବା ଦେଶରେ ଆଫ୍ରିକୀୟ ଦେଶମାନେ ଅଛନ୍ତି।
ଟିଟିଡିଆଇ ରେ ଯାତ୍ରା ଓ ପର୍ଯ୍ୟଟନ ଲାଗି ସବୁଠୁ ଲୋକପ୍ରିୟ ଦେଶଙ୍କ ରାଙ୍କିଙ୍ଗ ଦେଶମାନଙ୍କର ଅନୁକୂଳ ବ୍ୟବସାୟୀକ ପରିବେଶ, ସ୍ପଷ୍ଟ ଯାତ୍ରାନୀତି, ବିକଶିତ ପରିବହନ ଢାଞ୍ଚା ସହିତ ସମୃଦ୍ଧ ପ୍ରାକୃତିକ ଓ ସାଂସ୍କୃତିକ ଆକର୍ଷଣ ଆଧାରରେ ପ୍ରସ୍ତୁତ କରାଯାଇଥାଏ। ଏହି ଇଣ୍ଡେକ୍ସକୁ ବ୍ରିଟେନର ୟୁନିଭର୍ସିଟି ଅଫ ସର୍ରେ ସହଯୋଗରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ମୁଖ୍ୟ ଯାତ୍ରା ଓ ପର୍ଯ୍ୟଟନ ହିତାଧିକାରୀ ସଙ୍ଗଠନ ସହଯୋଗ କରିଛନ୍ତି।