ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବାଙ୍କ ଚୈତ୍ର ଚଡକ ମେଳା, ଭକ୍ତଙ୍କ ଟିକେଟ ଧାର୍ଯ୍ୟ ୧0ଟଙ୍କା
ଭୋଗରାଇ,୧୨।୩ ( ପ୍ରଦୀପ ଦାସ): ବାଲେଶର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶପ୍ରସିଦ୍ଧ ଚୈତ୍ର ଚଡକ ମେଳା ଆସନ୍ତା ୩୧ରୁ ଶୁଭାରମ୍ଭ ହେଉଛି। ଏଥି ନିମନ୍ତେ ବୁଧୁବାର ମଧ୍ୟାହ୍ନ ୧୧ଟାରେ ଚନ୍ଦନେଶ୍ୱର ଯାତ୍ରୀନିବାସରେ ଜିଲା ପ୍ରଶାସନ, ଟ୍ରଷ୍ଟ ବୋର୍ଡ଼, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ପୌରହିତ୍ୟରେ ହୋଇଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ପୂର୍ବତନ […] The post ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବାଙ୍କ ଚୈତ୍ର ଚଡକ ମେଳା, ଭକ୍ତଙ୍କ ଟିକେଟ ଧାର୍ଯ୍ୟ ୧0ଟଙ୍କା appeared first on Dharitri Odia News.
ଭୋଗରାଇ,୧୨।୩ ( ପ୍ରଦୀପ ଦାସ): ବାଲେଶର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶପ୍ରସିଦ୍ଧ ଚୈତ୍ର ଚଡକ ମେଳା ଆସନ୍ତା ୩୧ରୁ ଶୁଭାରମ୍ଭ ହେଉଛି। ଏଥି ନିମନ୍ତେ ବୁଧୁବାର ମଧ୍ୟାହ୍ନ ୧୧ଟାରେ ଚନ୍ଦନେଶ୍ୱର ଯାତ୍ରୀନିବାସରେ ଜିଲା ପ୍ରଶାସନ, ଟ୍ରଷ୍ଟ ବୋର୍ଡ଼, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ପୌରହିତ୍ୟରେ ହୋଇଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦିବଂଗତ ଅନନ୍ତ ଦାସଙ୍କ ପରଲୋକରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଚଳିତ ବର୍ଷ ପ୍ରସିଦ୍ଧ ଚଡକପର୍ବର ନୀତି ର୍ନିଘଣ୍ଟ ଓ କାର୍ଯ୍ୟସୂଚୀକୁ ଜିଲାପାଳ ଉଦଘାଟନ କରିଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ମୁଖ୍ୟ ସେବାୟତ ତପନ କୁମାର ପଣ୍ଡା ଚଡକ ମେଳାର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ବିବରଣୀ ପାଠ କରିଥିଲେ l ଏହି ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକରେ ଶାନ୍ତିଶୃଙ୍ଖଳା ସମ୍ପର୍କିତ ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । କୂଳପାଉନଥିବା ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ଜୀଉଙ୍କ ଠାରେ ଉପବିତଧାରୀ ଭକ୍ତଙ୍କ ସକାଶେ ପୂର୍ବବର୍ଷ ଭଳି ୧୦ ଟଙ୍କା ଟିକେଟ ବାବଦକୁ ରଖାଯଇ ଥିବାର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଘୋଷଣା ହୋଇଥିଲା। ଏହି ପ୍ରସିଦ୍ଧ ମେଳାକୁ ଓଡିଶା ସମେତ ଭିନ୍ନ ରାଜ୍ୟରୁ ୧୦ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ଥିବାରୁ ସୁରକ୍ଷା, ସୱାସ୍ଥ୍ୟ, ବିଜୁଳି, ପାନୀୟ ଜଳ, ଶୌଚାଗାର, ସୱଚ୍ଛତା, ଯାତ୍ରୀ ପରିବହନ, ଟ୍ରାଫିକ ନିୟନ୍ତ୍ରଣ,ମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ରେ ବେରିକେ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚଳିତମାସ ୩୧ ରୁ ଚନ୍ଦନେଶ୍ୱର ଜୀଉଙ୍କ ରୁଦ୍ରାଭିଷେକ, ନୀତିକାନ୍ତିପୂଜା, ମୌରସୀ ଙ୍କ ଆଜ୍ଞାମାଳ, ପଡାବାଉଁଶ ଛେଦନ, ଜୀଉଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ, ଦେଉଳିଆ ଙ୍କ ଉପବୀୟ ଧାରଣ, ଅର୍ଘ୍ୟଦାନରୁ ମହାଦେବଙ୍କ ଚଡକ ମେଳା ଶୁଭାରମ୍ଭ ହେବl ଏପ୍ରିଲ ୧ ରୁ ଚନ୍ଦନେଶ୍ୱର ମହାଦେବଙ୍କ ଘଟ ଉତ୍ତୋଳନ ଓ ସମସ୍ତ ସେବାୟତ ଗୃହକୁ ଯାଇ ସୁଆଜ୍ଞା ଆନୟନ ସହ ନୀତିକାନ୍ତି ପୂଜା ଓ ଆରାଧନା କାର୍ଯ୍ୟ ଚାଲୁରହିବ।
୭ ଏପ୍ରିଲ ସୋମବାର ପ୍ରସିଦ୍ଧ କାମିନୀ ମାତା ଙ୍କୁ କନ୍ୟା ସୱୀକୃତି, ୮ ଏପ୍ରିଲ ମଙ୍ଗଳବାର ଶିବ – କାମିନୀ ବିବାହ ର ଆମନ୍ତ୍ରଣ, ୯ ଏପ୍ରିଲ ବୁଧୁବାର ୫ ଅର୍ଘ୍ୟରେ ପ୍ରସିଦ୍ଧ କାମିନୀ ବିବାହ ସମ୍ପନ୍ନ ଓ ସୁସଜ୍ଜିତ ପୁଷ୍ପ ସିଂହାସନ ରେ ବିଶାଳ ଶୋଭାଯାତ୍ରାରେ ଚନ୍ଦନେଶ୍ୱର ମନ୍ଦିର ଗର୍ଭଗୃହକୁ ବର – କନ୍ୟା ବିଜେକରିବେ। ୧ ୨ ଏପ୍ରିଲ ଶନିବାର ୨ ୟ ଅର୍ଘ୍ୟରେ ମହାନୀଳ ପର୍ବ ଓ ୧ ୩ ରବିବାର ଜୀଉଙ୍କ ଶେଷପର୍ବ ପାଟ ଉତ୍ସବ ମହା ସମାହରୋରେ ଅନୁଷ୍ଠିତ ହେବ। ୧୫ ଏପ୍ରିଲ ପର୍ଯ୍ୟନ୍ତ ଜୀଉଙ୍କ ବାର୍ଷରିକ ଉତ୍ସବ ଧର୍ମୀୟ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଅନୁରୂପ ଭାବେ କୁମ୍ଭୀରଗ ପାହି ଅଞ୍ଚଳରେ ଅବସ୍ଥିତ ଏସିଆର ସର୍ବବୃହତ ଶିବଲିଙ୍ଗ କୁହାଯାଉଥିବା ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଏକ ସମୟରେ ଚୈତ୍ର ଚଡକ ମେଳା ଉଦଯାପିତ ହେବ lଏହି ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲାପାଳ ସୁଧାକର ନାୟକ, ଜିଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ତଥା ଭାରପ୍ରାପ୍ତ ଉପଜିଲାପାଳ ଡ଼ଃ ମଧୁସ୍ମିତା ସାମନ୍ତରାୟ, ରାଜସ୍ବ ବିଭାଗର ଏ ଡି ଏମ ହେମନ୍ତ କୁମାର ସିଂ,ସି ଡି ଏମ ଓ ଗୋପୀନାଥ ପରିଡା, ଜିଲା ସୂଚନା ଲୋକସମ୍ପର୍କ ଅଧିକାରିଣୀ ଐଶ୍ୱର୍ଯ୍ୟା ସାମନ୍ତରାୟ, ବିଡ଼ିଓ ପ୍ରଶାନ୍ତ କୁମାର ମହାରଣା, ତହସିଲଦାର ସୂର୍ଯ୍ୟ ନାୟକ, ପଞ୍ଚାୟତ ସମିତି ଅଧକ୍ଷ ପ୍ରବୀର କୁମାର ଗିରି,ଏସ ଡିପିଓ ଦିଲ୍ଲୀପ କୁମାର ସାହୁ,ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ଉପ ମୌରସୀ ବୁଦ୍ଧଦେବ ପଣ୍ଡା, ବିଦ୍ୟୁତ ବିଭାଗର କାର୍ଯ୍ୟର୍ନିବାହୀ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ରାଉତ,ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଣ୍ଟ ପିନାକୀ ପ୍ରସାଦ ସୱାଇଁ, କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ଦାସ, ଗ୍ରାମଉନ୍ନୟନର ଏସ ଡିଓ ଅବନୀ କୁମାର ରାଉତ, ଆର ଡବ୍ଲୁ ଏସ ଏସ ର କାର୍ଯ୍ୟର୍ନିବାହୀ ଯନ୍ତ୍ରୀ ସମୀର ଦେ ଓ କନିଷ୍ଠ ଯନ୍ତ୍ରୀ ହରପ୍ରିୟା ମହାନ୍ତ, ଟ୍ରଷ୍ଟ ବୋର୍ଡ଼ ର ସଦସ୍ୟ ପଂକଜାକ୍ଷ ପଣ୍ଡା,ଭୁବନାନନ୍ଦ ଦାସ, ରମାକାନ୍ତ କରଣ, ଗଣପତି ଗିରି, ହେମନ୍ତ କୁମାର ବେହେରା, ଗୋବିନ୍ଦ ଦାସ ସହ ବହୁ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ସେମାନଙ୍କର ତଥ୍ୟ ଉପସ୍ଥାପନ କରିଥିଲେ।
The post ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବାଙ୍କ ଚୈତ୍ର ଚଡକ ମେଳା, ଭକ୍ତଙ୍କ ଟିକେଟ ଧାର୍ଯ୍ୟ ୧0ଟଙ୍କା appeared first on Dharitri Odia News.