ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ

ବରଗଡ : ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ... The post ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ appeared first on .

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ

ବରଗଡ : ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା, ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ଵର ଶତପଥୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ପରେ ମହାରାଜା ଉଗ୍ରସେନ ବରଗଡ଼ ସମଲେଶ୍ବରୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ମଞ୍ଚରେ ପହଞ୍ଚିଥିଲେ। ଏହା ପରେ ମହାରାଜା ଉଗ୍ରସେନଙ୍କ ଅଲିଅଳି କନ୍ୟା ଦେବକୀଙ୍କ ବିବାହ ବସୁଦେବଙ୍କ ସହ ସମ୍ପନ୍ନ ହୋଇଥିଲା।

The post ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ appeared first on .