ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା: ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ

ପୁରୀ,୫।୭: ଆଜି ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା। ଦାରୁବିଗ୍ରହ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଗେ ଆଗେ ଆସି ସିଂହଦ୍ୱାରରେ ଲାଗିଛି ତାଳଧ୍ୱଜ ରଥ। ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା। ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ। ଘଣ୍ଟଘଣ୍ଟା ଧ୍ୱନୀରେ ପ୍ରକମ୍ପିତ ହୋଇ ପଡୁଛି ବଡ଼ଦାଣ୍ଡ। ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ। ସୂଚନା ଯୋଗ୍ୟ, ଧାର୍ଯ୍ୟ ସମୟଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଥିଲା। ଅନ୍ୟପକ୍ଷେ […] The post ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା: ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ appeared first on Dharitri Odia News.

ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା: ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ

ପୁରୀ,୫।୭: ଆଜି ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା। ଦାରୁବିଗ୍ରହ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଗେ ଆଗେ ଆସି ସିଂହଦ୍ୱାରରେ ଲାଗିଛି ତାଳଧ୍ୱଜ ରଥ। ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା। ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ। ଘଣ୍ଟଘଣ୍ଟା ଧ୍ୱନୀରେ ପ୍ରକମ୍ପିତ ହୋଇ ପଡୁଛି ବଡ଼ଦାଣ୍ଡ। ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ।

ସୂଚନା ଯୋଗ୍ୟ, ଧାର୍ଯ୍ୟ ସମୟଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଥିଲା। ଅନ୍ୟପକ୍ଷେ ବାହୁଡ଼ା ଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁତୟନ ହୋଇଛନ୍ତି ୨ଶହ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଭିଜ୍ଞ ଅଫିସର । ଭୁବନେଶ୍ବରରୁ ପୁରୀ ପ୍ରବେଶ ପଥ ଯାଏ ଟ୍ରାଫିକ ଉପରେ ନଜର ରଖିଛି AI ଏବଂ ଡ୍ରୋନ କ୍ୟାମେରା।

ଟ୍ରାଫିକ ଡ୍ୟୁଟିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ କଣ୍ଟ୍ରୋଲରୁମରୁ ମଧ୍ୟ ମନିଟରିଂ ଚାଲିଛି। ଜଳ, ସ୍ଥଳ ଓ ଆକାଶମାର୍ଗ ସବୁଠି ରହିଛି କଡ଼ା ନଜର । ଅନ୍ୟପକ୍ଷେ ବଡ଼ଦାଣ୍ଡ ଲୋକାରଣ୍ୟ ରହିଥିବା ବେଳେ ପୂର୍ବରୁ ଘଟିଥିବା ଅଘଟଣ ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ପୋଲିସ ପ୍ରଶାସନ ସଜାଗ ହୋଇ ରହିଛି।

The post ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା: ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ appeared first on Dharitri Odia News.