ବିଶ୍ୱ ଶାନ୍ତି ଧର୍ମ ମହାଯଜ୍ଞ ଶୁଭ ଖମ୍ବ ସ୍ଥାପନ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ : ବୌଦ୍ଧ ଜିଲାର କଙ୍କଲା ଗ୍ରାମ ନିକଟବର୍ତ୍ତୀ ମହାନଦୀ କୂଳରେ ଅବସ୍ଥିତ ମାଳିକା ବର୍ଣ୍ଣିତ ପୀଠ ସିଦ୍ଧଗୁରୁ ଡମ୍ବରୁଗଡ ମଠରେ ଆସନ୍ତା କାର୍ତ୍ତିକ ମାସ ନଭେମ୍ବର ୭ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ବିଶ୍ୱ ଶାନ୍ତି ଧର୍ମ ମହାଯଜ୍ଞ ନିମନ୍ତେ ଆସନ୍ତା ଜୁନ ୧୧ ତାରିଖ ପବିତ୍ର ଶୀତଳ ଷଷ୍ଠି ଅବସରରେ ଶୁଭ ଖମ୍ବ ସ୍ଥାପନ ଓ ଦ୍ବଜା ରୋପଣ କରାଯିବାକୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମଠର […]

ବୌଦ୍ଧ : ବୌଦ୍ଧ ଜିଲାର କଙ୍କଲା ଗ୍ରାମ ନିକଟବର୍ତ୍ତୀ ମହାନଦୀ କୂଳରେ ଅବସ୍ଥିତ ମାଳିକା ବର୍ଣ୍ଣିତ ପୀଠ ସିଦ୍ଧଗୁରୁ ଡମ୍ବରୁଗଡ ମଠରେ ଆସନ୍ତା କାର୍ତ୍ତିକ ମାସ ନଭେମ୍ବର ୭ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ବିଶ୍ୱ ଶାନ୍ତି ଧର୍ମ ମହାଯଜ୍ଞ ନିମନ୍ତେ ଆସନ୍ତା ଜୁନ ୧୧ ତାରିଖ ପବିତ୍ର ଶୀତଳ ଷଷ୍ଠି ଅବସରରେ ଶୁଭ ଖମ୍ବ ସ୍ଥାପନ ଓ ଦ୍ବଜା ରୋପଣ କରାଯିବାକୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମଠର ମହନ୍ତ ସର୍ବେଶ୍ଵର ଦାସ ସଭାପତିତ୍ୱ କରିଥିଲେ ଓ ଧର୍ମ ଯଜ୍ଞ ବିଷୟରେ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ଶ୍ରୀରାଧା ମାଧବ ସଙ୍ଗଠନର ମୁଖ୍ୟ ପରିଚାଳକ ତଥା ଏହି ମହାଯଜ୍ଞ ପ୍ରସ୍ତୁତି ବୈଠକର ଆବାହକ ଆଦିତ୍ୟ ବ୍ରହ୍ମଚାରୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ତଥ୍ୟ ଦେଇଥିଲେ । ଜିଲ୍ଲା ପ୍ରବକ୍ତା ପରିଷଦର ଗୌରୀ ପ୍ରସାଦ ସାହୁ, ଡମ୍ବରୁଗଡ ମଠ କମିଟିର କାର୍ଯ୍ୟକାରୀ ସଦସ୍ୟ ଶମ୍ଭୁ ଗିରି, ଭୁବନ ବେହେରା, ଆକାଶ ଜେନା ଶିବ କର୍ମୀ, ଲୋକନାଥ ମେହେର, ଶଶାଙ୍କ ପ୍ରଧାନ, ଦେବବ୍ରତ୍ତ ମେହେର, ମହେଶ ପ୍ରସାଦ ଅଗ୍ରୱାଲ, ମନୋଜ ମହାକୁଡ଼, ଯାଦବ ମହାକୁଡ଼ ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ ଶ୍ରୀରାଧା ମାଧବ ସଙ୍ଗଠନର କର୍ମକର୍ତ୍ତା ବୈଠକ ଆୟୋଜନରେ ସହଯୋଗ କରିଥିଲେ।