ବିଶ୍ୱକପ ସହ ସମୁଦ୍ର କୂଳରେ ରୋହିତଙ୍କ ଫଟୋ ଶୁଟ୍‌

ଶନିବାର ଠାରୁ ଭାରତ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚି ସାରିଛି। ହେଲେ ବିଶ୍ୱକପ ଜିତିବାରୁ ଖୁସି ଏବେ ବି ଦେଶବାସୀ ବିଭିନ୍ନ ଉପାୟରେ ପାଳନ କରୁଛନ୍ତି।

ବିଶ୍ୱକପ ସହ ସମୁଦ୍ର କୂଳରେ ରୋହିତଙ୍କ ଫଟୋ ଶୁଟ୍‌

ଶନିବାର ଠାରୁ ଭାରତ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚି ସାରିଛି। ହେଲେ ବିଶ୍ୱକପ ଜିତିବାରୁ ଖୁସି ଏବେ ବି ଦେଶବାସୀ ବିଭିନ୍ନ ଉପାୟରେ ପାଳନ କରୁଛନ୍ତି। ବିଶ୍ୱ ବିଜେତା ଟିମ ବାର୍ବଡସରୁ କେବେ ଫେରିବ, ତା’କୁ ମଧ୍ୟ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ଏସବୁ ଭିତରେ ବିଶ୍ୱକପ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଫଟୋ ଶୁଟରେ ମାତିଛନ୍ତି। ସେ ବିଶ୍ୱକପ ସହ ରବିବାର ସମୁଦ୍ର କୂଳରେ ଫଟୋ ଶୁଟ କରିଥିଲେ। ଆଜି ବିସିସିଆଇ ପକ୍ଷରୁ ରୋହିତଙ୍କ ଫଟୋ ଶୁଟ୍‌ର କିଛି ଝଲକ ସାର୍ବଜନୀନ କରିଛି। ରୋହିତ ବିଶ୍ୱକପ ସହ ବିଭିନ୍ନ ପୋଜରେ ଉଠାଇଥିବା ଫଟୋକୁ ବିସିସିଆଇ ଶେୟାର କରିଛି।

ଶନିବାର ଖେଳା ଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ମାତ୍ର ୭ ରନରେ ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ଚାମ୍ପିୟନ ହୋଇଥିଲା। ଏଥିସହ ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଥିଲା।

ଭାରତ ୨୦୦୭ରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ଜିତିଥିଲା। ସେତେବେଳେ ମହେନ୍ଦ୍ର ସିଂହ ଧୋନି ଅଧିନାକୟ ଥିଲେ। ଏବେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ଟ୍ରଫି କବଜା କରିଛି।

ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି।