ବିଶ୍ୱକପ୍ର ଆଗାମୀ ମ୍ୟାଚ୍ ଖେଳିବେନି ପନ୍ତ ! ପ୍ରାକ୍ଟିସ୍ ବେଳେ ଆସିଲେନି ନଜର
ନୂଆଦିଲ୍ଲୀ ୨୦/୦୬: ଟି-୨୦ ବିଶ୍ୱକପ୍ ୨୦୨୪ ସୁପର-୮ ରାଉଣ୍ଡରେ ଭାରତୀୟ ଟିମ୍ ନିଜର ପ୍ରଥମ ମୁକାବିଲା ଆଫଗାନିସ୍ତାନ ବିପକ୍ଷରେ ୨୦ ଜୁନ୍ରେ ମ୍ୟାଚ୍ ଖେଳିବ । ହେଲେ ଏହାର ଠିକ୍ ପୂର୍ବରୁ ଭାରତୀୟ ଫ୍ୟାନ୍ସଙ୍କ ଲାଗି ନଜର ଆସିଛି ଖରାପ୍ ଖବର । ଆଉ ସେହି ଖବରଟି ଓ୍ୱିକେଟ କିପର ତଥା ବ୍ୟାଟର ରିଷଭ ପନ୍ତଙ୍କୁ ନେଇ । କହିବାକୁ ଗଲେ ବିଶ୍ୱକପ୍ର ମ୍ୟାଚ୍ର ଠିକ୍ ଗୋଟିେ ଦିନ ପୂର୍ବରୁ ଭାରତୀୟ ଟିମ୍ ନେଟ୍ ପ୍ରାକ୍ଟିସ୍ କରୁଥିଲେ । କିନ୍ତୁ ସେ ପ୍ରାକ୍ଟିସ୍ ମ୍ୟାଚ୍ ବେଳେ ନଜର ଆସିନଥିଲେ ପନ୍ତ । ଏହାକୁ ଦେଖି ସ୍ପଷ୍ଟ ଜଣାପଡୁଛିକି, ଆଗାମୀ ମ୍ୟାଚ୍ରେ ଓ୍ୱିକେଟ କିପର ଭାବେ ସଞ୍ଜୁ ସାମସନ୍ ଟିମ୍ରେ ନଜର ଆସିବେ । ଟିମ୍ ୧୧ରେ ନଜର ଆସିବେ ସାମସନ୍ । ଯଦିଓ ଋଷଭ ପନ୍ତ ଗ୍ରୁପ୍ ଷ୍ଟେଜ୍ର ତିନୋଟି ମ୍ୟାଚ୍ ଖେଳିସାରିଛି । ଏହି ସମୟରେ ସେ ଜବରଦସ୍ତ ଫର୍ମରେ ଖେଳିଥିଲେ । ତିନୋଟି ଯାକ ମ୍ୟାଚ୍ରେ ୩୬, ୪୨ ଏବଂ ୧୮ ରନ୍ କରିଛନ୍ତି ପନ୍ତ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ପ୍ରାକ୍ଟିସ୍ କରିବାକୁ ଆସିଲେନି । ତେବେ ଯଦି ସେ ଆଉଟ୍ ହୁଅନ୍ତି ତେବେ ସାମସନ୍ ଖେଳିବା ନିଶ୍ଚିତ । ସୂଚନା ଥାଉକି, ଦେଢ ବର୍ଷ ପରେ IPL ୨୦୨୪ ଜରିଆରେ ମୈଦାନକୁ ଫେରିଥିଲେ । ଆଉ ଖେଳିଥିଲେ ଧୂଆଁଧାର ପାଳି । ଯେଉଁଥିପାଇଁ ତାଙ୍କୁ ଟିମ୍ ଇଣ୍ଡିଆରେ ମିଳିଥିଲା ଚାନ୍ସ ।
ନୂଆଦିଲ୍ଲୀ ୨୦/୦୬: ଟି-୨୦ ବିଶ୍ୱକପ୍ ୨୦୨୪ ସୁପର-୮ ରାଉଣ୍ଡରେ ଭାରତୀୟ ଟିମ୍ ନିଜର ପ୍ରଥମ ମୁକାବିଲା ଆଫଗାନିସ୍ତାନ ବିପକ୍ଷରେ ୨୦ ଜୁନ୍ରେ ମ୍ୟାଚ୍ ଖେଳିବ । ହେଲେ ଏହାର ଠିକ୍ ପୂର୍ବରୁ ଭାରତୀୟ ଫ୍ୟାନ୍ସଙ୍କ ଲାଗି ନଜର ଆସିଛି ଖରାପ୍ ଖବର । ଆଉ ସେହି ଖବରଟି ଓ୍ୱିକେଟ କିପର ତଥା ବ୍ୟାଟର ରିଷଭ ପନ୍ତଙ୍କୁ ନେଇ ।
କହିବାକୁ ଗଲେ ବିଶ୍ୱକପ୍ର ମ୍ୟାଚ୍ର ଠିକ୍ ଗୋଟିେ ଦିନ ପୂର୍ବରୁ ଭାରତୀୟ ଟିମ୍ ନେଟ୍ ପ୍ରାକ୍ଟିସ୍ କରୁଥିଲେ । କିନ୍ତୁ ସେ ପ୍ରାକ୍ଟିସ୍ ମ୍ୟାଚ୍ ବେଳେ ନଜର ଆସିନଥିଲେ ପନ୍ତ । ଏହାକୁ ଦେଖି ସ୍ପଷ୍ଟ ଜଣାପଡୁଛିକି, ଆଗାମୀ ମ୍ୟାଚ୍ରେ ଓ୍ୱିକେଟ କିପର ଭାବେ ସଞ୍ଜୁ ସାମସନ୍ ଟିମ୍ରେ ନଜର ଆସିବେ । ଟିମ୍ ୧୧ରେ ନଜର ଆସିବେ ସାମସନ୍ ।

ଯଦିଓ ଋଷଭ ପନ୍ତ ଗ୍ରୁପ୍ ଷ୍ଟେଜ୍ର ତିନୋଟି ମ୍ୟାଚ୍ ଖେଳିସାରିଛି । ଏହି ସମୟରେ ସେ ଜବରଦସ୍ତ ଫର୍ମରେ ଖେଳିଥିଲେ । ତିନୋଟି ଯାକ ମ୍ୟାଚ୍ରେ ୩୬, ୪୨ ଏବଂ ୧୮ ରନ୍ କରିଛନ୍ତି ପନ୍ତ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ପ୍ରାକ୍ଟିସ୍ କରିବାକୁ ଆସିଲେନି । ତେବେ ଯଦି ସେ ଆଉଟ୍ ହୁଅନ୍ତି ତେବେ ସାମସନ୍ ଖେଳିବା ନିଶ୍ଚିତ ।
ସୂଚନା ଥାଉକି, ଦେଢ ବର୍ଷ ପରେ IPL ୨୦୨୪ ଜରିଆରେ ମୈଦାନକୁ ଫେରିଥିଲେ । ଆଉ ଖେଳିଥିଲେ ଧୂଆଁଧାର ପାଳି । ଯେଉଁଥିପାଇଁ ତାଙ୍କୁ ଟିମ୍ ଇଣ୍ଡିଆରେ ମିଳିଥିଲା ଚାନ୍ସ ।