ବିଶ୍ୱବ୍ୟାପୀ ଆତଙ୍କ ସଙ୍ଗଠନ ଘୋଷିତ ହେଲା ‘ଦି ରେଜିଷ୍ଟାନ୍ସ ଫୋର୍ସ’

ନୂଆଦିଲ୍ଲୀ ୧୮।୭: ଆତଙ୍କବାଦ ବିରୋଧରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ‘ଦି ରେଜିଷ୍ଟାନ୍ସ ଫୋର୍ସ’ (ଟିଆରଏଫ)କୁ ବିଦେଶୀ ଆତଙ୍କବାଦୀ ସଙ୍ଗଠନ (ଏଫଟିଓ) ଘୋଷଣା କରିଛି ଆମେରିକା। ଏହାକୁ ବିଶେଷ କରି ନାମିତ ବୈଶ୍ୱିକ ଆତଙ୍କବାଦ ସଙ୍ଗଠନ (ଏସଡିଜିଟି) ଘୋଷଣା ମଧ୍ୟ କରାଯାଇଛି। ଏହି ସଙ୍ଗଠନ ଲସ୍କର-ଏ-ତୌୟବାର ଏକ ମୁଖା ସଙ୍ଗଠନ, ଯିଏ ୨୨ ଏପ୍ରିଲ ପହଲଗାମ ପର୍ଯ୍ୟଟକ ହତ୍ୟା ଲାଗି ନିଜକୁ ଦାୟି କରିଥିଲା। ‘ଟାଇମ୍ସ ଅଫ ଇଣ୍ଡିଆ’ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧରେ ଏହା ଏକ ମଜଭୁତ ଭାଗିଦାରୀର ପ୍ରତୀକ। ତେବେ ଏହା ପୂର୍ବରୁ ପାକିସ୍ତାନ ଟିଆରଏଫକୁ ବଞ୍ଚାଇବା ଲାଗି ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ନିଜର ସବୁ ଶକ୍ତି ଲଗାଇ ଦେଇଥିଲା। ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ତଥା ବିଦେଶମନ୍ତ୍ରୀ ଇସାକ ଡାର ସଂସଦରେ ସ୍ୱୀକାର କରିଥିଲେ ଯେ ସେ ୟୁଏନଏସସି ପ୍ରସ୍ତାବରୁ ଟିଆରଏଫର ନାମ ହଟାଇବାକୁ ଉଦ୍ୟମ କରିଥିଲେ। A strong affirmation of India-US counter-terrorism cooperation.Appreciate @SecRubio and @StateDept for designating TRF—a Lashkar-e-Tayyiba (LeT) proxy—as a Foreign Terrorist Organization (FTO) and Sp

ବିଶ୍ୱବ୍ୟାପୀ ଆତଙ୍କ ସଙ୍ଗଠନ ଘୋଷିତ ହେଲା ‘ଦି  ରେଜିଷ୍ଟାନ୍ସ ଫୋର୍ସ’

ନୂଆଦିଲ୍ଲୀ ୧୮।୭: ଆତଙ୍କବାଦ ବିରୋଧରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ‘ଦି ରେଜିଷ୍ଟାନ୍ସ ଫୋର୍ସ’ (ଟିଆରଏଫ)କୁ ବିଦେଶୀ ଆତଙ୍କବାଦୀ ସଙ୍ଗଠନ (ଏଫଟିଓ) ଘୋଷଣା କରିଛି ଆମେରିକା। ଏହାକୁ ବିଶେଷ କରି ନାମିତ ବୈଶ୍ୱିକ ଆତଙ୍କବାଦ ସଙ୍ଗଠନ (ଏସଡିଜିଟି) ଘୋଷଣା ମଧ୍ୟ କରାଯାଇଛି। ଏହି ସଙ୍ଗଠନ ଲସ୍କର-ଏ-ତୌୟବାର ଏକ ମୁଖା ସଙ୍ଗଠନ, ଯିଏ ୨୨ ଏପ୍ରିଲ ପହଲଗାମ ପର୍ଯ୍ୟଟକ ହତ୍ୟା ଲାଗି ନିଜକୁ ଦାୟି କରିଥିଲା। 

‘ଟାଇମ୍ସ ଅଫ ଇଣ୍ଡିଆ’ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧରେ ଏହା ଏକ ମଜଭୁତ ଭାଗିଦାରୀର ପ୍ରତୀକ। ତେବେ ଏହା ପୂର୍ବରୁ ପାକିସ୍ତାନ ଟିଆରଏଫକୁ ବଞ୍ଚାଇବା ଲାଗି ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ନିଜର ସବୁ ଶକ୍ତି ଲଗାଇ ଦେଇଥିଲା। ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ତଥା ବିଦେଶମନ୍ତ୍ରୀ ଇସାକ ଡାର ସଂସଦରେ ସ୍ୱୀକାର କରିଥିଲେ ଯେ ସେ ୟୁଏନଏସସି ପ୍ରସ୍ତାବରୁ ଟିଆରଏଫର ନାମ ହଟାଇବାକୁ ଉଦ୍ୟମ କରିଥିଲେ। 


ଡାର ଦାବି କରିଥିଲେ ଯେ ଟିଆରଏଫ ପହଲଗାମ ଆକ୍ରମଣ ଲାଗି ନିଜୟକୁ ଦାୟି କରିନଥିଲା। ତେବେ ସତ କଥା ହେଉଛି ଏହି ଆକ୍ରମଣକୁ ସଫଳ କରିବା କଥା ଟିଆରଏଫ ସ୍ୱୀକାର କରିଥିଲା। ତେବେ ପାକିସ୍ତାନ ୟୁଏନଏସସିରେ ଅସ୍ଥାୟୀ ସଦସ୍ୟ ରୂପେ ନିଜର କ୍ଷମତାର ଦୂରୁପଯୋଗ କରି ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିଥିଲା।  ହେଲେ ଭାରତର ଦାବି ଓ ଆମେରିକାର ସମର୍ଥନ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରିଦେଇଛି। 


ଏ ନେଇ ଏସ.ଜୟଶଙ୍କର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଭାରତ-ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧରେ ସହଯୋଗର ଏହା ଏକ ମଜଭୁତ ଉଦାହରଣ। ଏଥି ପାଇଁ ମୁଁ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଏବଂ ବୈଦେଶିକ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଉଛି ଯେ ସେମାନେ ଟିଆରଏଫକୁ ଆତଙ୍କବାଦ ସଙ୍ଗଠନ ଘୋଷଣା କରିଛନ୍ତି। ଆତଙ୍କବାଦ ବିରୋଧରେ ଆମର ନୀତି ‘ଜିରୋ ଟୋଲେରାନ୍ସ’। 

ଜୟଶଙ୍କର ତିୟାନଜିନରେ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ)  ବୈଠକରେ ଆତଙ୍କବାଦ ବିରୋଧରେ କଡ଼ା ମନୋଭାବ ପୋଷଣ କରି କହିଥିଲେ ଯେ ଏହାକୁ କୌଣସି ରୂପରେ ମଧ୍ୟ ବରଦାସ୍ତ କରାଯିବା ଉଚିତ ନୁହେଁ। ତେବେ ଟିଆରଏଫ ଲସ୍କର-ଏ-ତୌୟବାର ଏକ ପ୍ରକ୍ସି ସଙ୍ଗଠନ। ଏହାକୁ କାଶ୍ମୀରରେ ଆର୍ଟିକ୍ଲ ୩୭୦ ହଟାଯିବା ପରେ ଗଠନ କରାଯାଇଛି। ୨୨ ଏପ୍ରିଲ ପହଲଗାମ ଆକ୍ରମଣ ଲାଗି ଏହି ସଙ୍ଗଠନ ନିଜକୁ ଦାୟି କରିଥିଲା।