ବିଶ୍ୱର ଚତୁର୍ଥ ସ୍ଥାନରେ ଥିବା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର କମିଲା
ନୂଆଦିଲ୍ଲୀ: ଶୁକ୍ରବାର ଆର୍ବିଆଇ ଶେୟାର କରିଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଅକ୍ଟୋବର ୨୫ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୩.୪ ବିଲିୟନ ଡଲାରରୁ ୬୮୪.୮ ବିଲିୟନ ଡଲାରରେ ପହଞ୍ଚିଛି। ପୂର୍ବ ସପ୍ତାରେ ଅକ୍ଟୋବର ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨.୧୬ ବିଲିୟନ ଡଲାରରେ ହ୍ରାସ ହୋଇ ୬୮୮.୨୬ ବିଲିୟନ ଡଲାରରେ ରହିଥିଲା। ଆରବିଆଇ ଦ୍ୱାରା ପ୍ରକାଶିତ ସାପ୍ତାହିକ ପରିସଂଖ୍ୟାନ ସପ୍ଲିମେଣ୍ଟରେ କୁହାଯାଇଛି ଯେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ହେବାର ପ୍ରମୁଖ କାରଣ ବିଦେଶୀ ମୁଦ୍ରା ସମ୍ପତ୍ତି(ଏଫସିଏ)ରେ ହ୍ରାସ। ଯାହା ୫୯୩.୭୫ ବିଲିଅନକୁ ହ୍ରାସ ପାଇଛି। ବିଶ୍ୱର ଚତୁର୍ଥ ସ୍ଥାନରେ ଥିଲା ଭାରତଆର୍ଥିକ ଶକ୍ତିର ବିକାଶ ସହିତ ଭାରତ ବିଶ୍ୱର ସବୁଠାରୁ ବଡ଼ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ଦେଶ ତାଲିକାରେ ସାମିଲ୍ ହୋଇ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଚୀନ, ଜାପାନ ଓ ସ୍ୱିଜରଲ୍ୟାଣ୍ଡ ପରେ ଭାରତ ଚତୁର୍ଥ ବଡ଼ ବିଦେଶୀ ମୁଦ୍ରା ବଣ୍ଡର ଥିବା ଦେଶ ହୋଇଛି। ଭାରତର ଅର୍ଥନୀତି ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି। କିନ୍ତୁ ଦିନ ଥିଲା ଭାରତର ଅର୍ଥନୀତିକୁ ‘ଫ୍ରାଗାଇଲ ଫାଇବ୍’ ବର୍ଗରେ ଗଣତି କରାଯାଉଥିଲା। ହେଲେ ଆଜି ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତିର ଗଣାଯାଉଛି। ଫ୍ରାଗାଇଲ ଫାଇବ ବା ଦୁର୍ବଳ ୫ ଦେଶ। ଏହା ଏକ ଅର୍ଥନୈତିକ ଟର୍ମ। ଯାହାକୁ ଅଗଷ୍ଟ ୨୦୧୩ ଆର୍ଥିକ ବିଶ୍ଳେଷକ ସଂସ୍ଥା ମୋର୍ଗାନ ଷ୍ଟେନ୍ଲି ବ୍
ନୂଆଦିଲ୍ଲୀ: ଶୁକ୍ରବାର ଆର୍ବିଆଇ ଶେୟାର କରିଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଅକ୍ଟୋବର ୨୫ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୩.୪ ବିଲିୟନ ଡଲାରରୁ ୬୮୪.୮ ବିଲିୟନ ଡଲାରରେ ପହଞ୍ଚିଛି। ପୂର୍ବ ସପ୍ତାରେ ଅକ୍ଟୋବର ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨.୧୬ ବିଲିୟନ ଡଲାରରେ ହ୍ରାସ ହୋଇ ୬୮୮.୨୬ ବିଲିୟନ ଡଲାରରେ ରହିଥିଲା।
ଆରବିଆଇ ଦ୍ୱାରା ପ୍ରକାଶିତ ସାପ୍ତାହିକ ପରିସଂଖ୍ୟାନ ସପ୍ଲିମେଣ୍ଟରେ କୁହାଯାଇଛି ଯେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ହେବାର ପ୍ରମୁଖ କାରଣ ବିଦେଶୀ ମୁଦ୍ରା ସମ୍ପତ୍ତି(ଏଫସିଏ)ରେ ହ୍ରାସ। ଯାହା ୫୯୩.୭୫ ବିଲିଅନକୁ ହ୍ରାସ ପାଇଛି।
ବିଶ୍ୱର ଚତୁର୍ଥ ସ୍ଥାନରେ ଥିଲା ଭାରତ
ଆର୍ଥିକ ଶକ୍ତିର ବିକାଶ ସହିତ ଭାରତ ବିଶ୍ୱର ସବୁଠାରୁ ବଡ଼ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ଦେଶ ତାଲିକାରେ ସାମିଲ୍ ହୋଇ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଚୀନ, ଜାପାନ ଓ ସ୍ୱିଜରଲ୍ୟାଣ୍ଡ ପରେ ଭାରତ ଚତୁର୍ଥ ବଡ଼ ବିଦେଶୀ ମୁଦ୍ରା ବଣ୍ଡର ଥିବା ଦେଶ ହୋଇଛି। ଭାରତର ଅର୍ଥନୀତି ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି। କିନ୍ତୁ ଦିନ ଥିଲା ଭାରତର ଅର୍ଥନୀତିକୁ ‘ଫ୍ରାଗାଇଲ ଫାଇବ୍’ ବର୍ଗରେ ଗଣତି କରାଯାଉଥିଲା। ହେଲେ ଆଜି ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତିର ଗଣାଯାଉଛି।
ଫ୍ରାଗାଇଲ ଫାଇବ ବା ଦୁର୍ବଳ ୫ ଦେଶ। ଏହା ଏକ ଅର୍ଥନୈତିକ ଟର୍ମ। ଯାହାକୁ ଅଗଷ୍ଟ ୨୦୧୩ ଆର୍ଥିକ ବିଶ୍ଳେଷକ ସଂସ୍ଥା ମୋର୍ଗାନ ଷ୍ଟେନ୍ଲି ବ୍ୟବହାର କରିଥିଲା। ନିଜର ଅଭିବୃଦ୍ଧି ରିକ୍ସ ଥିବା ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ଅତ୍ୟଧିକ ନିର୍ଭରଶୀଳ ହେଉଥିବା ଉଦୀୟମାନ ବଡ଼ ବଜାର ବା ଦେଶକୁ ବର୍ଣ୍ଣନା କଲା ବେଳେ ଏହି ଟର୍ମ ବ୍ୟବହାର କରାଯାଇଥିଲା। ଫ୍ରାଗାଇଲ ଫାଇବ୍ ବର୍ଗରେ ମୋର୍ଗାନ ଷ୍ଟେନ୍ଲୀ ଇଣ୍ଡୋନେସିଆ, ବ୍ରାଜିଲ, ତୁର୍କୀ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିଷୟରେ କହିଥିଲା।
ହେଲେ ସେତେବେଳର ସ୍ଥିତି ଓ ଏବର ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ଆଜି ଭାରତ କେବଳ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ନୁହେଁ, ବିଶ୍ୱର ଚତୁର୍ଥ ବିଦେଶୀ ମୁଦ୍ରା ଭଣ୍ଡାରର ଦେଶ ହୋଇପାରିଛି। ପ୍ରଥମ ଥର ପାଇଁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୦୦ ବିଲିଅନ ଆମେରିକୀୟ ଡଲାରକୁ ଟପିଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ, ଗୋଟିଏ ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୨.୫୮୮ ବିଲିୟନ ଡଲାରରେ ବୃଦ୍ଧି ପାଇ ୨୭ ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ସର୍ବକାଳୀନ ଉଚ୍ଚାସ୍ତର ୭୦୪.୮୮୫ ବିଲିୟନ ଡଲାରରେ ପହଞ୍ଚିଛି।
ବିଦେଶ ମୁଦ୍ରା ଭଣ୍ଡାର ବିଶ୍ୱ ସ୍ତରରେ ହେଉଥିବା ବଡ଼ ବଡ଼ ଅର୍ଥନୈତିକ ସମସ୍ୟା ଭାରତୀୟ ମୁଦ୍ରାର ଦ୍ରୁତ ହ୍ରାସକୁ ରୋକିବା ପାଇଁ ଦେଶକୁ ସହଯୋଗ କରିଥାଏ। ତେବେ ଗତ ସପ୍ତାହରେ ଭାରତରେ ବିଦେଶୀ ମୁଦ୍ରାଭଣ୍ଡାରରେ ସାମାନ୍ୟ ହ୍ରାସ ମଧ୍ୟ ହୋଇଥିଲା। ଆର୍ବିଆଇର ହସ୍ତକ୍ଷେପ ପରେ ମୁଦ୍ରାଭଣ୍ଡାର ହ୍ରାସ ହୋଇଥିଲା।
ତେବେ ଆକଳନ ଅନୁସାରେ, ବର୍ତ୍ତମାନ ଦେଶରେ ଯେତିକି ବିଦେଶୀ ମୁଦ୍ରା ଭଣ୍ଡାର ରହିଛି ସେଥିରେ ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ ସାମଗ୍ରୀ ଆମଦାନୀ କରିହେବ। ଏହି ବିଦେଶୀ ମୁଦ୍ରାକୁ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଆର୍ବିଆଇ ରଖିଥାଏ। ବିଦେଶିକ ମୁଦ୍ରା ଭଣ୍ଡାର ସାଧାରଣତଃ ରିଜର୍ଭ ମୁଦ୍ରାରେ ରଖାଯାଏ। ବିଶେଷ କରି ଆମେରିକୀୟ ଡଲାର ଏବଂ କମ୍ ପରିମାଣରେ ୟୁରୋ, ଜାପାନିଜ ୟେନ୍ ଏବଂ ପାଉଣ୍ଡ ଷ୍ଟର୍ଲିଂ ରଖାଯାଏ।
ଆମ ଦେଶର ଆର୍ବିଆଇ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ତୀକ୍ଷ୍ଣ ନଜର ରଖିଥାଏ। କେବଳ ବଜାର ସ୍ଥିତି ବ୍ୟବସ୍ଥିତ କରିବାକୁ ଏଥିରେ ହସ୍ତକ୍ଷେପ କରିଥାଏ। ଟଙ୍କା ମୂଲ୍ୟର ଦ୍ରୁତ ହ୍ରାସକୁ ରୋକିବା ପାଇଁ ଆର୍ବିଆଇ ଲିକ୍ୟୁଡିଟି ମ୍ୟାନେଜ୍ମେଣ୍ଟ ମାଧ୍ୟମରେ ବଜାରରେ ହସ୍ତକ୍ଷେପ କରିଥାଏ। ଏଥିରେ ଡଲାର ବିକ୍ରି ମଧ୍ୟ କରାଯାଇଥାଏ। ଗୋଟେ ସମୟରେ ଭାରତୀୟ ମୁଦ୍ରାକୁ ସବୁଠାରୁ ଅସ୍ଥିର ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନ ଭାରତୀୟ ମୁଦ୍ରା ସବୁଠାରୁ ସ୍ଥିର ମୁଦ୍ରା। ଯେତେବେଳେ ମୁଦ୍ରା ମଜଭୁତ ଥାଏ ସେତବେଳେ ଆରବିଆଇ ରଣନୈତିକ ଭାବେ ଡଲାର କିଣେ ଏବଂ ମୁଦ୍ରା ଦୁର୍ବଳ ହେଲେ ଡଲାର ବିକି ମାର୍କେଟ୍ ସ୍ଥିର ରଖିବାକୁ ଉଦ୍ୟମ କରିଥାଏ। କରେନ୍ସି ଅସ୍ଥିରତା ନ ରହିଲେ ଏହା ନିବେଶକ ଆକୃଷ୍ଟ କରିଥାଏ। ଫଳରେ ଅନୁମାନ ଠାରୁ ପ୍ରଦର୍ଶନ ଅଧିକ ହୋଇଥାଏ।