ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍ଏମ୍ୟୁର ୩ ପ୍ରଫେସର
ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ଡ. ମନୋଜିତ୍ ଭଟ୍ଟାଚାର୍ଯ୍ୟ ୨୦୨୪ ପାଇଁ ଶ୍ରେଷ୍ଠ ୨% ବୈଜ୍ଞାନିକ ମାନ୍ୟତା ପାଇଁ ତାଲିକାଭୁକ୍ତ ହୋଇଛନ୍ତି। ପ୍ରଫେସର ପାଢ଼ୀଙ୍କ ଏହା କ୍ରମାଗତ ଭାବେ ୫ ବର୍ଷର ସଫଳତା, ଡ. ସାମନ୍ତ ଚତୁର୍ଥଥର ପାଇଁ ଏବଂ ଡ. ଭଟ୍ଟାଚାର୍ଯ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଲିକାଭୁକ୍ତ ହୋଇ […] The post ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍ଏମ୍ୟୁର ୩ ପ୍ରଫେସର appeared first on Dharitri Odia News.
ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ଡ. ମନୋଜିତ୍ ଭଟ୍ଟାଚାର୍ଯ୍ୟ ୨୦୨୪ ପାଇଁ ଶ୍ରେଷ୍ଠ ୨% ବୈଜ୍ଞାନିକ ମାନ୍ୟତା ପାଇଁ ତାଲିକାଭୁକ୍ତ ହୋଇଛନ୍ତି। ପ୍ରଫେସର ପାଢ଼ୀଙ୍କ ଏହା କ୍ରମାଗତ ଭାବେ ୫ ବର୍ଷର ସଫଳତା, ଡ. ସାମନ୍ତ ଚତୁର୍ଥଥର ପାଇଁ ଏବଂ ଡ. ଭଟ୍ଟାଚାର୍ଯ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଲିକାଭୁକ୍ତ ହୋଇ ଏହି ସଫଳତାର ଯାତ୍ରାକୁ ବଜାୟ ରଖିଛନ୍ତି। ବିଗତ ବର୍ଷରେ ବ୍ୟକ୍ତିଗତ ଭାବେ ସେମାନେ ଅନେକ ଗବେଷଣା, ପ୍ରବନ୍ଧ, ପେଟେଣ୍ଟେ ଦାଖଲ, ପୁସ୍ତକ ଲେଖିବା ଆଦି ପ୍ରକାଶ କରିଛନ୍ତି। ମୋଟ୍ ଉପରେ ଷ୍ଟାନ୍ଫୋର୍ଡ଼/ଏଲ୍ସେଭିୟାର ଶ୍ରେଷ୍ଠ ୨% ବୈଜ୍ଞାନିକ ମାନ୍ୟତା ବିଶ୍ୱର ଅନୁସନ୍ଧାନ ଗୋଷ୍ଠୀ ମଧ୍ୟରେ କ୍ୟାରିୟର ସ୍ବୀକୃତି, ଅଗ୍ରଗତି ଏବଂ ଅନୁଷ୍ଠାନିକ ପ୍ରତିଷ୍ଠା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତଙ୍କୁ ଏହି ଗୌରବପୂର୍ଣ୍ଣ ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଗବେଷଣାମତ୍କ ଉନ୍ନତୀକରଣରେ ସହଯୋଗ ପାଇଁ କୁଳପତି ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି।
The post ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍ଏମ୍ୟୁର ୩ ପ୍ରଫେସର appeared first on Dharitri Odia News.