ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌

ଭୁବନେଶ୍ୱର, ୩୧।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)କୁ ନିକଟରେ ଆଉ ଏକ ମାନତ୍ୟ ସହ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌ ସାମିଲ ହୋଇଛି। ଉଲ୍ଲେଖଯୋଗ୍ୟ,ପ୍ରସିଦ୍ଧ ଆମେରିକୀୟ ପତ୍ରିକା ‘ଟାଇମ୍‌’ ପକ୍ଷରୁ ୨୦୨୪ବର୍ଷ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକା ପ୍ରକାଶ କରାଯାଇଛି। ଏପରିକି ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକା ମଧ୍ୟରେ ୩ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍‌ ସ୍ଥାନ ପାଇଛନ୍ତି। ଏପରିକି […] The post ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌ appeared first on Dharitri Odia News.

ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌

ଭୁବନେଶ୍ୱର, ୩୧।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)କୁ ନିକଟରେ ଆଉ ଏକ ମାନତ୍ୟ ସହ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌ ସାମିଲ ହୋଇଛି। ଉଲ୍ଲେଖଯୋଗ୍ୟ,ପ୍ରସିଦ୍ଧ ଆମେରିକୀୟ ପତ୍ରିକା ‘ଟାଇମ୍‌’ ପକ୍ଷରୁ ୨୦୨୪ବର୍ଷ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକା ପ୍ରକାଶ କରାଯାଇଛି। ଏପରିକି ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକା ମଧ୍ୟରେ ୩ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍‌ ସ୍ଥାନ ପାଇଛନ୍ତି।

ଏପରିକି ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି। ସେଥିରେ ଅଗ୍ରଣୀ(ଲିଡର୍ସ), ଡିସ୍‌ରପଟର୍ସ,ଇନୋଭେଟର୍ସ, ଟାଇଟନ୍ସ ଏବଂ ପାୟୋନିୟର୍ସ ଭଳି ୫ଟି ବର୍ଗ ଥିଲାବେଳେ ରିଲାଏନ୍ସ ଓ ଟାଟା ଗ୍ରୁପ୍‌ ଟାଇଟନ୍ସ ବର୍ଗ ଏବଂ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପାୟୋନିୟର୍ସ ବର୍ଗ ପାଇଁ ଚୟନ କରାଯାଇଛି। ପ୍ରତ୍ୟେକ ବର୍ଗରେ ୨୦ଟି କମ୍ପାନୀ ସ୍ଥାନ ପାଇଛନ୍ତି। ଟାଇମ ପତ୍ରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଇଣ୍ଡିଆଜ୍‌ ଜଗରନଟ୍‌ ନାମରେ ନାମିତ କରିଛି।

ଏ ନେଇ ଟାଇମ୍‌ ପତ୍ରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଉପରେ ମତବ୍ୟକ୍ତ କରି ଲେଖିଛି, ବସ୍ତ୍ର ଓ ପଲିଷ୍ଟର କମ୍ପାନୀ ଭାବେ ଆରମ୍ଭ ହୋଇଥିବା ରିଲାଏନ୍ସ ଆଜି ଏକ ବୃହତ୍‌ ବ୍ୟବସାୟ ସମୂହ ସହିତ ଦେଶର ସବୁଠାରୁ ମୂଲ୍ୟବାନ୍‌ କମ୍ପାନୀରେ ପରିଣତ ହୋଇଛି। ଏପରିକି ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ କମ୍ପାନୀ ଶକ୍ତି, ରିଟେଲ ଓ ଟେଲିକମ ସମେତ ଅନେକ କ୍ଷେତ୍ରରେ ବ୍ୟବସାୟ କରୁଛି। ସେହିଭଳି ଭାରତର ସର୍ବବୃହତ୍‌ ଡିଜିଟାଲ ସେବା ପ୍ରଦାନକାରୀ ତଥା ପ୍ରମୁଖ ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟ୍‌ଫର୍ମସ ୨୦୨୧ରେ ଏହି ତାଲିକାରେ ସ୍ଥାନ ପାଇଥିଲା। ଟାଇମ୍‌ ପତ୍ରିକା ରିଲାଏନ୍ସ ଏବଂ ଡିଜ୍‌ନି ସହଭାଗିତା ଚୁକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଛି।

The post ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌ appeared first on Dharitri Odia News.