ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି, ଯେର୍ଉଠି ତାପମାତ୍ରା ୭୦ ଡିଗ୍ରୀରେ ସେଲସିୟସରେ ପହଞ୍ଚିଯାଏ। ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ବିଷୟରେ କଥା ଆସିଲେ ଇରାନର ନାମ ପ୍ରଥମେ ଆସେ। ଇରାନର ବନ୍ଦର-ଏ-ମହଶାହର ସହର ହେଉଛି ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ। ଜୁଲାଇ ୨୦୧୫ରେ ଏହି ସ୍ଥାନର ସର୍ବାଧିକ ତାପମାତ୍ରା ୭୪ […] The post ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌ appeared first on Dharitri Odia News.

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି, ଯେର୍ଉଠି ତାପମାତ୍ରା ୭୦ ଡିଗ୍ରୀରେ ସେଲସିୟସରେ ପହଞ୍ଚିଯାଏ। ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ବିଷୟରେ କଥା ଆସିଲେ ଇରାନର ନାମ ପ୍ରଥମେ ଆସେ। ଇରାନର ବନ୍ଦର-ଏ-ମହଶାହର ସହର ହେଉଛି ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ। ଜୁଲାଇ ୨୦୧୫ରେ ଏହି ସ୍ଥାନର ସର୍ବାଧିକ ତାପମାତ୍ରା ୭୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା ।
ଆଫ୍ରିକାର ସାହାରା ମରୁଭୂମିର ନାମ ମଧ୍ୟ ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ତାଲିକାରେ ସମାଲ ଅଛି। ସାହାରା ମରୁଭୂମିରେ ହାରାହାରି ତାପମାତ୍ରା ୩୨ ରୁ ୪୨ ଡିଗ୍ରୀ ସେଲସିୟସ। କେବଳ ଏତିକି ନୁହେଁ, ବର୍ଷସାରା ୧୦୦ ମିମିରୁ କମ ବର୍ଷା ହୋଇଥାଏ।
ସୁଦାନର ୱାଡି ହାଲଫା ସହରରେ କୌଣସି ବର୍ଷା ହୁଏ ନାହିଁ, ଏଠାରେ ହାରାହାରି ତାପମାତ୍ରା ସର୍ବଦା ୪୧ ଡିଗ୍ରୀ ସେଲସିୟସ। ୧୯୬୭ରେ ଏଠାରେ ସର୍ବାଧିକ ତାପମାତ୍ରା ୫୩ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ଏହା ବ୍ୟତୀତ କାଲିଫର୍ନିଆରେ ଅବସ୍ଥିତ ଡେଟ ଭ୍ୟାଲି ମଧ୍ୟ ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ପରିଗଣିତ ହୁଏ। ୧୯୧୩ରେ ଏଠାରେ ସର୍ବାଧିକ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ଜଣେ ସାଧାରଣ ଲୋକ ଏହି ସ୍ଥାନରେ ରହିବା ଅତ୍ୟନ୍ତ କଷ୍ଟକର। କାହାକୁ ଅସୁସ୍ଥ କରିବା ପାଇଁ ଏଠାରେ ଉତ୍ତାପ ଯଥେଷ୍ଟ।

The post ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌ appeared first on Dharitri Odia News.