ବିଶ୍ୱର ସବୁଠୁ ଖରାପ ଖାଦ୍ୟ ସୂଚୀରେ ଭାରତର ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ, ତାଲିକା ଦେଖି ଭାରତୀୟ ଅସନ୍ତୁଷ୍ଟ

ନୂଆଦିଲ୍ଲୀ ୨୫।୧: ସ୍ୱାଦ ଓ ପୋଷଣରେ ଭରପୁର ଭାରତର ଏକ ପାରମ୍ପରିକ ଖାଦ୍ୟପଦାର୍ଥକୁ ବିଶ୍ୱର ସବୁଠୁ ଖରାପ ଖାଦ୍ୟ ସୂଚୀରେ ସାମିଲ କରାଯାଇଛି। ଯେଉଁ ଭାରତୀୟ ଖାଦ୍ୟକୁ ଖରାପ ବୋଲି କୁହାଯାଇଛି ଦେଶର ଅନେକ ଭାଗରେ ଲୋକେ ତାକୁ ଖୁବ୍ ପସନ୍ଦ କରନ୍ତି। ଏହି ଖାଦ୍ୟଟି ହେଉଛି ‘ମେସ୍ସି ରୋଟି’ ଯାହାକୁ ବିଶ୍ୱର ସବୁଠୁ ଖରାପ ଖାଦ୍ୟ ତାଲିକାରେ ସ୍ଥାନ ମିଳିଛି। ଏହି କାରଣରୁ ଇଣ୍ଟରନେଟ୍ ରେ ଏକ ବଡ ବର୍ଗ ଅସନ୍ତୁଷ୍ଟ ମଧ୍ୟ ଅଛନ୍ତି। ମିସ୍ସି ରୋଟି ଯାହାକୁ ପୋଷଣରେ ଭରପୁର ଓ ସୁପରଫୁଡ ମନେ କରାଯାଏ ଏହାକୁ ‘ଟେଷ୍ଟ ଆଟଲାସ୍’  ଦ୍ୱାରା ଜାରି ବିଶ୍ୱର ସବୁଠୁ ଖରାପ ଖାଦ୍ୟ ସୂଚୀରେ ସାମିଲ କରାଯାଇଛି। ଏହି ସୂଚୀ ଜାନୁୟାରୀ ୨୦୨୫ରେ ଜାରି ହୋଇଛି, ଯେଉଁଥିରେ ମିସ୍ସି ରୋଟିକୁ ବିଶ୍ୱର ୧୦୦ ଖରାପ ଖାଦ୍ୟ ତାଲିକାର ୫୬ତମ ସ୍ଥାନରେ ରଖା ଯାଇଛି। ଏହି ସୂଚୀରେ ସାମିଲ ଏହା ଭାରତର ଏକମାତ୍ର ବ୍ୟଞ୍ଜନ, ଯେଉଁଥି ପାଇଁ ଭାରତୀୟ ଲୋକେ ଇଣ୍ଟରନେଟ୍ ରେ ସେମାନଙ୍କ ଆକ୍ରୋଷ ଝାଡୁଛନ୍ତି। ଟେଷ୍ଟ ଆଟଲାସ୍ ର ଏହି ତାଲିକାରେ ମିସ୍ସି ରୋଟିକୁ ଜେଲି ଇଲସ୍, ଫ୍ରଗ ଆଇ ସାଲାଡ, ଡେଭିଲଡ୍ କିଡନୀ ଓ ବ୍ଲଡ ଡମ୍ପଲିଂ ଭଳି ଅଜବ ଅଜବ ଡିସ୍ ମାନଙ୍କ ସହ ରଖାଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ କଟୁ ପ୍ରତିକ୍ରିୟା ମଧ୍ୟ ମିଳୁଛି। ପଞ୍ଜାବର ପାରମ୍ପରି ମେସ୍ସି ରୋଟି ବେସନ, ବିଭିନ୍ନ ମସଲା ଓ ପନିପରିବାରେ ତିଆରି କରାଯାଏ। ଏହା ଗ୍ଲୁଟେନ ଫ୍ରି ଓ ଉତ୍ତର ଭାରତୀୟ ଖାଦ

ବିଶ୍ୱର ସବୁଠୁ ଖରାପ ଖାଦ୍ୟ ସୂଚୀରେ ଭାରତର ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ, ତାଲିକା ଦେଖି ଭାରତୀୟ ଅସନ୍ତୁଷ୍ଟ

ନୂଆଦିଲ୍ଲୀ ୨୫।୧: ସ୍ୱାଦ ଓ ପୋଷଣରେ ଭରପୁର ଭାରତର ଏକ ପାରମ୍ପରିକ ଖାଦ୍ୟପଦାର୍ଥକୁ ବିଶ୍ୱର ସବୁଠୁ ଖରାପ ଖାଦ୍ୟ ସୂଚୀରେ ସାମିଲ କରାଯାଇଛି। ଯେଉଁ ଭାରତୀୟ ଖାଦ୍ୟକୁ ଖରାପ ବୋଲି କୁହାଯାଇଛି ଦେଶର ଅନେକ ଭାଗରେ ଲୋକେ ତାକୁ ଖୁବ୍ ପସନ୍ଦ କରନ୍ତି। ଏହି ଖାଦ୍ୟଟି ହେଉଛି ‘ମେସ୍ସି ରୋଟି’ ଯାହାକୁ ବିଶ୍ୱର ସବୁଠୁ ଖରାପ ଖାଦ୍ୟ ତାଲିକାରେ ସ୍ଥାନ ମିଳିଛି। ଏହି କାରଣରୁ ଇଣ୍ଟରନେଟ୍ ରେ ଏକ ବଡ ବର୍ଗ ଅସନ୍ତୁଷ୍ଟ ମଧ୍ୟ ଅଛନ୍ତି। 

ମିସ୍ସି ରୋଟି ଯାହାକୁ ପୋଷଣରେ ଭରପୁର ଓ ସୁପରଫୁଡ ମନେ କରାଯାଏ ଏହାକୁ ‘ଟେଷ୍ଟ ଆଟଲାସ୍’  ଦ୍ୱାରା ଜାରି ବିଶ୍ୱର ସବୁଠୁ ଖରାପ ଖାଦ୍ୟ ସୂଚୀରେ ସାମିଲ କରାଯାଇଛି। ଏହି ସୂଚୀ ଜାନୁୟାରୀ ୨୦୨୫ରେ ଜାରି ହୋଇଛି, ଯେଉଁଥିରେ ମିସ୍ସି ରୋଟିକୁ ବିଶ୍ୱର ୧୦୦ ଖରାପ ଖାଦ୍ୟ ତାଲିକାର ୫୬ତମ ସ୍ଥାନରେ ରଖା ଯାଇଛି। ଏହି ସୂଚୀରେ ସାମିଲ ଏହା ଭାରତର ଏକମାତ୍ର ବ୍ୟଞ୍ଜନ, ଯେଉଁଥି ପାଇଁ ଭାରତୀୟ ଲୋକେ ଇଣ୍ଟରନେଟ୍ ରେ ସେମାନଙ୍କ ଆକ୍ରୋଷ ଝାଡୁଛନ୍ତି। 

ଟେଷ୍ଟ ଆଟଲାସ୍ ର ଏହି ତାଲିକାରେ ମିସ୍ସି ରୋଟିକୁ ଜେଲି ଇଲସ୍, ଫ୍ରଗ ଆଇ ସାଲାଡ, ଡେଭିଲଡ୍ କିଡନୀ ଓ ବ୍ଲଡ ଡମ୍ପଲିଂ ଭଳି ଅଜବ ଅଜବ ଡିସ୍ ମାନଙ୍କ ସହ ରଖାଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ କଟୁ ପ୍ରତିକ୍ରିୟା ମଧ୍ୟ ମିଳୁଛି। ପଞ୍ଜାବର ପାରମ୍ପରି ମେସ୍ସି ରୋଟି ବେସନ, ବିଭିନ୍ନ ମସଲା ଓ ପନିପରିବାରେ ତିଆରି କରାଯାଏ। ଏହା ଗ୍ଲୁଟେନ ଫ୍ରି ଓ ଉତ୍ତର ଭାରତୀୟ ଖାଦ୍ୟରେ ସବୁଠୁ ଲୋକପ୍ରିୟ। ଏହି ରୋଟି କେବଳ ସ୍ୱାଦିଷ୍ଟ ନୁହେଁ ଏଥିରେ ଫାଇବର, ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ୱ ମଧ୍ୟ ଭରପୁରମାତ୍ରାରେ ଥାଏ। 

ଏହା ପାରମ୍ପରିକ ଭାରତୀୟ ଥାଳିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏହା ସାରା ବିଶ୍ୱରେ ଭାରତୀୟ ବଞ୍ଜନର ଏକ ପରିଚୟ ମଧ୍ୟ। ଏଣୁ ଟେଷ୍ଟ ଆଟଲାସର ଏପରି ଖାଦ୍ୟ ଚୟନ ନୀତିକୁ ନେଇ ଲୋକେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି। ଲୋକେ କହିଛନ୍ତି ସବୁ ଖାଦ୍ୟର ଅଲଗା ଅଲଗା ସ୍ୱାଦ ରହିଛି, ତେବେ ମିସ୍ସି ରୋଟି ଭଳି ଡିସ୍ କୁ ଏହି ତାଲିକାରେ ସାମିଲ କରିବା ଭୁଲ। କିଛି ଲୋକେ ଏହି ତାଲିକାକୁ ପକ୍ଷପାତପୂର୍ଣ୍ଣ ବୋଲି ମଧ୍ୟ କହିଛନ୍ତି।