ବିଶ୍ୱର ସବୁଠୁ ଦାମୀ ଛତୁ, କିଲୋ ପିଛା ଦାମ୍ ଆକାଶଛୁଆଁ...
ନୂଆଦିଲ୍ଲୀ ୦୬।୦୪: ପ୍ରାୟ ଅନେକଙ୍କର ପସନ୍ଦ ମସରୁମ୍ ବା ଛତୁ । ଦୁନିଆରେ ଅନେକ ପ୍ରକାରର ଛତୁ ମିଳୁଛି । କିନ୍ତୁ ଜାଣନ୍ତି କି ବିଶ୍ୱର ସବୁଠୁ ଦାମୀ ଛତୁ ବିଷୟରେ । ଆସନ୍ତୁ ଜାଣିବା... ଛତୁର ନାଁ ହେଉଛି ମ୍ୟାଟସୁଟେକ୍ । ଏହି ଛତୁ ମୂଳତଃ ଜାପାନର । କିନ୍ତୁ ଏହାକୁ କୋରିଆ, ଚୀନ ଓ ଆମେରିକାରେ କରାଯାଉଛି । ଏହା ମୁଖ୍ୟତଃ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ହୋଇଥାଏ । ମ୍ୟାଟସୁଟେକ୍ ଛତୁକୁ ଅନେକ ଜିନିଷ ମୂଲ୍ୟବାନ କରିଥାଏ । ଛତୁର ସୁଗନ୍ଧ ଅନ୍ୟ ଛତୁଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାସହ ମାଂସ ପରି ଗଠନତା ଯୋଗୁଁ ଏହି ଛତୁର ଦର ଅଧିକ ରହିଥାଏ । ଏଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ଅଟେ । ଏହାର ସ୍ୱାଦ ମଧ୍ୟ ଅନ୍ୟ ଛତୁଠାରୁ ଭିନ୍ନ । ୧ କିଲୋଗ୍ରାମ ମ୍ୟାଟସୁଟେକ୍ ଛତୁର ମୂଲ୍ୟ ୭୫ ହଜାରରୁ ୧.୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଏହା ବଜାରରେ ସହଜରେ ମିଳିନଥାଏ । ତେବେ ଜାପାନରେ ପ୍ରାକୃତିକ ପରିବେଶ, ଲାଲ୍ ପାଇନ୍ ଜଙ୍ଗଲ ହ୍ରାସ ହେତୁ ମ୍ୟାଟସୁଟେକ୍ ଛତୁର ମାତ୍ରା କ୍ରମାଗତ ଭାବରେ ହ୍ରାସ ପାଉଛି। ଜାପାନରେ ଏବେ ବାର୍ଷିକ ଅମଳ ୧୦୦୦ ମେଟ୍ରିକ୍ ଟନ୍ ଠାରୁ କମ୍।
ନୂଆଦିଲ୍ଲୀ ୦୬।୦୪: ପ୍ରାୟ ଅନେକଙ୍କର ପସନ୍ଦ ମସରୁମ୍ ବା ଛତୁ । ଦୁନିଆରେ ଅନେକ ପ୍ରକାରର ଛତୁ ମିଳୁଛି । କିନ୍ତୁ ଜାଣନ୍ତି କି ବିଶ୍ୱର ସବୁଠୁ ଦାମୀ ଛତୁ ବିଷୟରେ । ଆସନ୍ତୁ ଜାଣିବା...

ଛତୁର ନାଁ ହେଉଛି ମ୍ୟାଟସୁଟେକ୍ । ଏହି ଛତୁ ମୂଳତଃ ଜାପାନର । କିନ୍ତୁ ଏହାକୁ କୋରିଆ, ଚୀନ ଓ ଆମେରିକାରେ କରାଯାଉଛି । ଏହା ମୁଖ୍ୟତଃ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ହୋଇଥାଏ । ମ୍ୟାଟସୁଟେକ୍ ଛତୁକୁ ଅନେକ ଜିନିଷ ମୂଲ୍ୟବାନ କରିଥାଏ ।

ଛତୁର ସୁଗନ୍ଧ ଅନ୍ୟ ଛତୁଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାସହ ମାଂସ ପରି ଗଠନତା ଯୋଗୁଁ ଏହି ଛତୁର ଦର ଅଧିକ ରହିଥାଏ । ଏଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ଅଟେ । ଏହାର ସ୍ୱାଦ ମଧ୍ୟ ଅନ୍ୟ ଛତୁଠାରୁ ଭିନ୍ନ । ୧ କିଲୋଗ୍ରାମ ମ୍ୟାଟସୁଟେକ୍ ଛତୁର ମୂଲ୍ୟ ୭୫ ହଜାରରୁ ୧.୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।

ଏହା ବଜାରରେ ସହଜରେ ମିଳିନଥାଏ । ତେବେ ଜାପାନରେ ପ୍ରାକୃତିକ ପରିବେଶ, ଲାଲ୍ ପାଇନ୍ ଜଙ୍ଗଲ ହ୍ରାସ ହେତୁ ମ୍ୟାଟସୁଟେକ୍ ଛତୁର ମାତ୍ରା କ୍ରମାଗତ ଭାବରେ ହ୍ରାସ ପାଉଛି। ଜାପାନରେ ଏବେ ବାର୍ଷିକ ଅମଳ ୧୦୦୦ ମେଟ୍ରିକ୍ ଟନ୍ ଠାରୁ କମ୍।