ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳି ମାଗନସ୍‌ କାର୍ଲସନ୍‌ଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ

ନୂଆଦିଲ୍ଲୀ,୩୦।୫: ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଞ୍ଜାନନ୍ଦ ପ୍ରଥମଥର ପାଇଁ କ୍ଲାସିକାଲ୍‌ ଗେମ୍ସରେ ବିଶ୍ୱର ୧ ନମ୍ବର ମାଗନସ୍‌ କାର୍ଲସନ୍‌ଙ୍କୁ ପରାସ୍ତ କରିଛନ୍ତି। ପୁର୍ବରୁ ରାପିଡ ଏବଂ ପ୍ରଦର୍ଶନୀ ମ୍ୟାଚ୍‌ରେ କାର୍ଲସନ୍‌ଙ୍କୁ ଅନେକ ଥର ପରାସ୍ତ କରିଥିବା ୧୮ ବର୍ଷୀୟ ଭାରତୀୟ ତିନି ରାଉଣ୍ଡ ପରେ ୫.୫ ପଏଣ୍ଟ ସହ ଅଗ୍ରଣୀ ରହିଥିଲେ। ପ୍ରଞ୍ଜାନନ୍ଦଙ୍କ ବିଜୟ ଘରୋଇ ଫେବରାଇଟ୍‌ କାର୍ଲସନ୍‌ଙ୍କୁ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଠେଲି ଦେଇଛି। କ୍ଲାସିକାଲ୍‌ ଚେସ ଖେଳାଳୀମାନଙ୍କୁ ସେମାନଙ୍କ ଗୋଟି ଚଲାଇବା ପାଇଁ […] The post ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳି ମାଗନସ୍‌ କାର୍ଲସନ୍‌ଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ appeared first on Dharitri Odia News.

ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳି ମାଗନସ୍‌ କାର୍ଲସନ୍‌ଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ

ନୂଆଦିଲ୍ଲୀ,୩୦।୫: ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଞ୍ଜାନନ୍ଦ ପ୍ରଥମଥର ପାଇଁ କ୍ଲାସିକାଲ୍‌ ଗେମ୍ସରେ ବିଶ୍ୱର ୧ ନମ୍ବର ମାଗନସ୍‌ କାର୍ଲସନ୍‌ଙ୍କୁ ପରାସ୍ତ କରିଛନ୍ତି। ପୁର୍ବରୁ ରାପିଡ ଏବଂ ପ୍ରଦର୍ଶନୀ ମ୍ୟାଚ୍‌ରେ କାର୍ଲସନ୍‌ଙ୍କୁ ଅନେକ ଥର ପରାସ୍ତ କରିଥିବା ୧୮ ବର୍ଷୀୟ ଭାରତୀୟ ତିନି ରାଉଣ୍ଡ ପରେ ୫.୫ ପଏଣ୍ଟ ସହ ଅଗ୍ରଣୀ ରହିଥିଲେ। ପ୍ରଞ୍ଜାନନ୍ଦଙ୍କ ବିଜୟ ଘରୋଇ ଫେବରାଇଟ୍‌ କାର୍ଲସନ୍‌ଙ୍କୁ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଠେଲି ଦେଇଛି।

କ୍ଲାସିକାଲ୍‌ ଚେସ ଖେଳାଳୀମାନଙ୍କୁ ସେମାନଙ୍କ ଗୋଟି ଚଲାଇବା ପାଇଁ ଯଥେଷ୍ଟ ସମୟ ଦେଇଥାଏ, ସାଧାରଣତଃ ଅତି କମରେ ଏକ ଘଣ୍ଟା। ଏହି ଫର୍ମାଟ୍‌ରେ ଉଭୟଙ୍କ ମଧ୍ୟରେ ଗତ ତିନି ମ୍ୟାଚ୍‌ ଡ୍ର ସହିତ ଶେଶ ହୋଇଥିଲା। ଅନ୍ୟପଟେ ସମାନ ଫର୍ମାଟ୍‌ ମହିଳା ବର୍ଗରେ ପ୍ରଞ୍ଜାନନ୍ଦଙ୍କ ଭଉଣୀ ଆର. ବୈଶାଳୀ ପ୍ରଥମ ସ୍ଥାନରେ ରହିଛନ୍ତି।

ଅନ୍ୟ ମ୍ୟାଚ୍‌ରେ, ବିଶ୍ୱ ନମ୍ବର ଦୁଇ ଆମେରିକାର ଫାବିଆନୋ କାରୁଆନା ବିଶ୍ୱ ଚାମ୍ପିଅନ ଚାଇନାର ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଥିଲେ। ସେହିପରି ଆମେରିକୀୟ ହିକାରୁ ନାକାମୁରା ଫ୍ରାନ୍ସର ଆଲିରେଜା ଫିରୋଜଜାଙ୍କ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରପିଛନ୍ତି। ଚତୁର୍ଥ ରାଉଣ୍ଡରେ ନାକାମୁରା ପ୍ରଞ୍ଜାନନ୍ଦଙ୍କ ବିପକ୍ଷରେ ଖେଳିବେ।

The post ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳି ମାଗନସ୍‌ କାର୍ଲସନ୍‌ଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ appeared first on Dharitri Odia News.