ବିଶ୍ୱରେ ପ୍ରଥମ: ମାଉଣ୍ଟ ଏଭରେଷ୍ଟରେ ଅକ୍ସିଜେନ୍‌ ସିଲିଣ୍ଡର ପହଞ୍ଚାଇଲା ଡ୍ରୋନ୍‌; ଦେଖନ୍ତୁ ଭିଡିଓ...

ମାଉଣ୍ଟ ଏଭରେଷ୍ଟର ୫କିଲୋମିଟରରୁ ଅଧିକ ଉଚ୍ଚରେ ଡେଲିଭରି କରାଯାଇଛି। ଯେଉଁଥିରେ ସିଜେଆଇ ଫ୍ଲାଇକାର୍ଟ-୩୦ ଡ୍ରୋନ୍‌ ଏଭରେଷ୍ଟର ବେସ୍‌ କ୍ୟାମ୍ପରୁ ୩ଟି ଅକ୍ସିଜେନ୍‌ ସିଲିଣ୍ଡର ସପ୍ଲାଏ କରିଛି।

ବିଶ୍ୱରେ ପ୍ରଥମ: ମାଉଣ୍ଟ ଏଭରେଷ୍ଟରେ ଅକ୍ସିଜେନ୍‌ ସିଲିଣ୍ଡର ପହଞ୍ଚାଇଲା ଡ୍ରୋନ୍‌; ଦେଖନ୍ତୁ ଭିଡିଓ...

ଆଜିକାଲି ଟେକ୍ନୋଲୋଜି କ୍ଷେତ୍ରରେ ଦ୍ରୁତ ବିକାଶ ହେଉଛି। ଏପରି ଅନେକ ଉପକରଣ ଆସିଛି ଯାହା ଦ୍ୱାରା ଲୋକମାନଙ୍କ କାମ କମ୍‌ ହେଉଛି ତାହା ନୁହେଁ, ବରଂ ସେମାନଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଆସୁଛି। ତେବେ ଏପରି ଏକ ଟେକ୍ନୋଲୋଜି ଯାହା ବିଶ୍ୱବାସୀଙ୍କୁ ଚକିତ କରିଛି। ରିପୋର୍ଟ ଅନୁସାରେ, ଚୀନର ଡ୍ରୋନ୍‌ ନିର୍ମାତା କମ୍ପାନୀ ଡିଜେଆଇ ମାଉଣ୍ଟ ଏଭରେଷ୍ଟରେ ରଚିଛି ଇତିହାସ। ପ୍ରଥମଥର ପାଇଁ ମାଉଣ୍ଟ ଏଭରେଷ୍ଟରେ ସଫଳ ଡ୍ରୋନ୍‌ ଡେଲିଭରି ସମ୍ଭବ ହୋଇଛି। ଡ୍ରୋନ୍‌ ସାହାଯ୍ୟରେ ଉଚ୍ଚ ପର୍ବତ ଶିଖରରେ ୩ଟି ଅକ୍ସିଜେନ୍‌ ସିଲିଣ୍ଡର ପହଞ୍ଚିପାରିଛି। ଯାହାକି ବିଶ୍ୱରେ ପ୍ରଥମ।

ଅଧିକ ପଢ଼ନ୍ତୁ: ମାଉଣ୍ଟ ଏଭରେଷ୍ଟରେ ଟ୍ରାଫିକ୍‌ ଜାମ୍, ଲମ୍ବିଛି ପର୍ବତାରୋହୀଙ୍କ ଲମ୍ବା ଲାଇନ୍‌ ! ଦେଖନ୍ତୁ ଭିଡିଓ...

ମାଉଣ୍ଟ ଏଭରେଷ୍ଟର ୫କିଲୋମିଟରରୁ ଅଧିକ ଉଚ୍ଚରେ ଡେଲିଭରି କରାଯାଇଛି। ଯେଉଁଥିରେ ସିଜେଆଇ ଫ୍ଲାଇକାର୍ଟ -୩୦ ଡ୍ରୋନ୍‌ ଏଭରେଷ୍ଟର ବେସ୍‌ କ୍ୟାମ୍ପରୁ ୩ଟି ଅକ୍ସିଜେନ୍‌ ସିଲିଣ୍ଡର ସପ୍ଲାଏ କରିଛି। ମିଳିଥିବା ସୂଚନା ଅନୁସାରେ, ଡ୍ରୋନ୍‌ଟି ମୋଟ୍ ୫୩୬୪ମିଟର ଉଚ୍ଚରେ ସଫଳତାର ସହ ପହଞ୍ଚିପାରିଛି। କେବଳ ସେତିକି ନୁହେଁ, ଏହା ସେଠାରେ ଥିବା ଅଳିଆ ଆବର୍ଜନାକୁ ଆଣି ବେସ୍‌ କ୍ୟାମ୍ପରେ ପହଞ୍ଚାଇଛି। ଏହି ମିଶନ ପୂର୍ବରୁ ଡିଜେଆଇ ଫ୍ଲାଇକାର୍ଟ ୩୦ଡ୍ରୋନକୁ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଇଥିଲା।

୧୫ଡିଗ୍ରୀ ତାପମାତ୍ରାଠୁ ନେଇ ୫ଡିଗ୍ରୀ ତାପମାତ୍ରା ଓ ଘଣ୍ଟାପ୍ରତି ପବନର ବେଗ ୧୫କିଲୋମିଟର ଆଦିରେ ଏହାର ପରୀକ୍ଷା କରାଯାଇଥିଲା। ନିମ୍ନ ତାପମାତ୍ରାରେ କିପରି ପରିବହନ ସମ୍ଭବ ହେବ ଓ ଅଧିକ ଭାରି ଜନିଷ ଉଠାଇବା ନେଇ ପରୀକ୍ଷା ହୋଇଥିଲା। ଫ୍ଲାଇକାର୍ଟ ୩୦ ଡ୍ରୋନ ୧୫ କେଜି ଜିନିଷ ପରିବହନ କରିବାର କ୍ଷମତା ରଖେ। ଏହି ପରୀକ୍ଷା ସମୟରେ ୩ଟି ଅକ୍ସିଜେନ୍‌ ସିଲିଣ୍ଡର ସହ ୧.୫କେଜିର ଅନ୍ଯାନ୍ୟ ସାମଗ୍ରୀ ମାଉଣ୍ଟ ଏଭରେଷ୍ଟ ବେସ୍‌ କ୍ୟାମ୍ପରୁ କ୍ୟାମ୍ପ-୧କୁ ପରିବହନ କରାଯାଇଥିଲା। ଏଥିସହ ଏହା ସେଠାରେ ଥିବା ଅଳିଆ ନିଜ ସହ ଧରି ଆସିଥିଲା। ଯାହାକି ସଠିକ ଭାବରେ କାମ କରି ଦେଖାଇଛି।

 
 
 
 
 
 
 
 
 
 
 
 
 
 
 

A post shared by ABC News (@abcnews)

ମାଉଣ୍ଟ ଏଭରେଷ୍ଟ ବେସ୍‌ କ୍ୟାମ୍ପରୁ କ୍ୟାମ୍ପ-୧ ମଧ୍ୟରେ କୁମ୍ୱୁ ଆଇସ୍‌ଇଫଲ୍‌ ପଡିଥାଏ। ଯାହାକି ପାର୍‌ କରିଯିବା କଠିନ ବ୍ୟାପାର। ଏଠାକୁ ପାଦରେ ଚାଲିଚାଲି ଯିବା ପାଇଁ ଅତିକମ୍‌ରେ ୬ରୁ ୮ଘଣ୍ଟା ସମୟ ଲାଗିଥାଏ। କିଛିଦିନ ପୂର୍ବରୁ ଏଠାରେ ୩ଜଣ ପର୍ବତାରୋହୀ ପ୍ରାଣ ହରାଇଥିଲେ। ତେବେ ଡ୍ରୋନ ସାହାଯ୍ୟରେ ମାତ୍ର ୧୨ରୁ ୧୫ମିନିଟ୍‌ ମଧ୍ୟରେ ସେଠାରେ ଜିନିଷ ପହଞ୍ଚାଇ ପାରିବ। ତେବେ ପ୍ରତିଥର ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟ ଗଲେ ସେଠାରେ ଅତିକମ୍‌ରେ ୮କେଜିର ବର୍ଜ୍ୟ ଛାଡି ଆସନ୍ତି। ଏହି ଡ୍ରୋନ୍‌ ସେସବୁକୁ ପରିବହନ କରିବା ସହ ଏହାକୁ ସଫା କରିବାରେ ମୁଖ୍ୟ ଭୂମିକା ନେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।