ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ବିଜୟ ପରେ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣି ହ୍ଵାଇଟ ହାଉସରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ବିଜୟ ଅଭିଭାଷଣରେ ସେ ସୂଚାଇ ଦେଇଛନ୍ତି ଯେ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ସେ ବିଶ୍ୱରେ ଯୁଦ୍ଧ ସମାପ୍ତ କରିବାକୁ କାର୍ଯ୍ୟ କରିବେ। ଯଦିଓ କେଉଁଠାରେ କହିନାହାଁନ୍ତି, ୟୁକ୍ରେନ ଏବଂ ଇସ୍ରାଏଲକୁ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିର ସମ୍ଭାବ୍ୟ ଫୋକସ୍ ବୋଲି ଭୌଗଳିକ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ତାଙ୍କ ବିଜୟ ଅଭିଭାଷଣରେ କହିଛନ୍ତି ଯେ, ”ମୁଁ ଯୁଦ୍ଧ ଆରମ୍ଭ କରିବି […] The post ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ବିଜୟ ପରେ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ  appeared first on Dharitri Odia News.

ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ବିଜୟ ପରେ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ 
ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣି ହ୍ଵାଇଟ ହାଉସରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ବିଜୟ ଅଭିଭାଷଣରେ ସେ ସୂଚାଇ ଦେଇଛନ୍ତି ଯେ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ସେ ବିଶ୍ୱରେ ଯୁଦ୍ଧ ସମାପ୍ତ କରିବାକୁ କାର୍ଯ୍ୟ କରିବେ। ଯଦିଓ କେଉଁଠାରେ କହିନାହାଁନ୍ତି, ୟୁକ୍ରେନ ଏବଂ ଇସ୍ରାଏଲକୁ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିର ସମ୍ଭାବ୍ୟ ଫୋକସ୍ ବୋଲି ଭୌଗଳିକ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି।
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ତାଙ୍କ ବିଜୟ ଅଭିଭାଷଣରେ କହିଛନ୍ତି ଯେ, ”ମୁଁ ଯୁଦ୍ଧ ଆରମ୍ଭ କରିବି ନାହିଁ, ମୁଁ ଯୁଦ୍ଧ ବନ୍ଦ କରିବାକୁ ଯାଉଛି। ମୋର ପୂର୍ବ ସରକାର ସମୟରେ “କୌଣସି ଯୁଦ୍ଧ ନଥିଲା, ଏହା ବ୍ୟତୀତ ଆମେ ଆଇଏସଆଇଏସକୁ ପରାସ୍ତ କରିଛୁ।”
୨୦୧୬ ରୁ ୨୦୨୦ ପର୍ୟ୍ୟନ୍ତ ଟ୍ରମ୍ପ ତାଙ୍କର କାର୍ଯ୍ୟକାଳ ସମୟରେ ସିଙ୍ଗାପୁରରେ ଐତିହାସିକ ଶିଖର ସମ୍ମିଳନୀରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କ ସହ ହାତ ମିଳାଇଥିଲେ।

ତେବେ ବୁଧବାର ଆମେରିକାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଲାବେଳେ, ୟୁକ୍ରେନୀୟମାନେ ଏବେ ଭୟରେ ଅଛନ୍ତି ଯେ, ରୁଷିଆ ସହ ସଂଗ୍ରାମ କରିବା ପାଇଁ ୱାଶିଂଟନ୍‌ର ଗୁରୁତ୍ୱପୂର୍ଣ୍ଣ ସହାୟତାକୁ ଟ୍ରମ୍ପ ବନ୍ଦ କରିପାରନ୍ତି।ସେପଟେ ଆମେରିକାର ୟୁକ୍ରେନର ପୂର୍ବତନ ରାଷ୍ଟ୍ରଦୂତ ଓଲେଗ ଶାମସୁର କହିଛନ୍ତି, “ଟ୍ରମ୍ପଙ୍କ ବିଜୟ ଗୁରୁତର ବିପଦ ସୃଷ୍ଟି କରିବ। ପରିସ୍ଥିତି ଉଦ୍ବେଗଜନକ ହେବ।”

ୱାଶିଂଟନ୍ ୟୁକ୍ରେନକୁ ନାଟୋ ମାଧ୍ୟମରେ ବ୍ୟାପକ ସମର୍ଥନ ଯୋଗାଉଛି, ବର୍ତମାନ ସୁଦ୍ଧା ୟୁକ୍ରେନ କୋଟି କୋଟି ଡଲାର ଆର୍ଥିକ ଏବଂ ସାମରିକ ସହାୟତା ପାଇଛି ଏବଂ ଏହା ଅଧିକ ଶକ୍ତିଶାଳୀ ରୁଷିଆ ବିରୋଧରେ ଲଢେଇ ଜାରି ରଖିପାରିବ। ଗତ କିଛି ମାସ ମଧ୍ୟରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ସେହି ସମର୍ଥନ ହ୍ରାସ ଦେଖିବାକୁ ମିଳିଛି।

ପୂର୍ବରୁ ୟୁକ୍ରେନ ପାଇଁ ଆମେରିକାର ସମର୍ଥନକୁ ଟ୍ରମ୍ପ ବାରମ୍ବାର ସମାଲୋଚନା କରିଛନ୍ତି ଏବଂ ଦାବି କରିଛନ୍ତି ଯେ ସେ ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ କରିବେ, ଯାହା ଏବେ ୟୁକ୍ରେନର ଭୟ ବଢ଼ାଇ ଦେଇଛି।

The post ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ବିଜୟ ପରେ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ  appeared first on Dharitri Odia News.