ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ: କଳଶ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ  

ଦିଗପହଣ୍ଡି,୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମସ୍ଥିତ ଶ୍ରୀ ମଲ୍ଲିକେଶ୍ୱର ଶୈବ ପୀଠରେ ବୈଶାଖ ଶୁକ୍ଳ ନବମୀ ତିଥି ମଙ୍ଗଳବାରଠାରୁ ଶ୍ରୀରାମତାରକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ ହୋଇଛି। ଶତାଧିକ ମାନସିକଧାରୀ ଶ୍ରଦ୍ଧାଳୁ ନିକଟସ୍ଥ ପବିତ୍ର ରାମନଦୀ ପଠାରେ ଦୀକ୍ଷା ଗ୍ରହଣ କରିବା ପରେ ଗଙ୍ଗା ଆବାହନ କରାଯାଇଥିଲା। ସେଠାରୁ ଶ୍ରଦ୍ଧାଳୁ ବୃନ୍ଦ ଜଳକଳସ ନେଇ ଶୋଭାଯାତ୍ରାରେ ମହାଯଜ୍ଞସ୍ଥଳ ଯଜ୍ଞ ଶାଳାନିକଟରେ […] The post ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ: କଳଶ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ   appeared first on Dharitri Odia News.

ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ: କଳଶ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ  
ଦିଗପହଣ୍ଡି,୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମସ୍ଥିତ ଶ୍ରୀ ମଲ୍ଲିକେଶ୍ୱର ଶୈବ ପୀଠରେ ବୈଶାଖ ଶୁକ୍ଳ ନବମୀ ତିଥି ମଙ୍ଗଳବାରଠାରୁ ଶ୍ରୀରାମତାରକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ ହୋଇଛି। ଶତାଧିକ ମାନସିକଧାରୀ ଶ୍ରଦ୍ଧାଳୁ ନିକଟସ୍ଥ ପବିତ୍ର ରାମନଦୀ ପଠାରେ ଦୀକ୍ଷା ଗ୍ରହଣ କରିବା ପରେ ଗଙ୍ଗା ଆବାହନ କରାଯାଇଥିଲା। ସେଠାରୁ ଶ୍ରଦ୍ଧାଳୁ ବୃନ୍ଦ ଜଳକଳସ ନେଇ ଶୋଭାଯାତ୍ରାରେ ମହାଯଜ୍ଞସ୍ଥଳ ଯଜ୍ଞ ଶାଳାନିକଟରେ ପହଞ୍ଚିଥିଲେ।
ସେଠାରେ ପଣ୍ଡିତ ଭବାନୀଶଙ୍କର ତ୍ରିପାଠୀ ଏବଂ ଅନ୍ୟ ଯାଜ୍ଞିକ ପୁରୋହିତ ବୃନ୍ଦ ଅଙ୍କୁରା ରୋପଣ କରିବା ପରେ ନାମଯଜ୍ଞ ଆରମ୍ଭ କରାଯାଇଥିଲା। ଏହି ମହାଯଜ୍ଞ ଦୀର୍ଘ ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବା ପରେ ବୈଶାଖ ପୂର୍ଣ୍ଣମିତିଥି ଆସନ୍ତା ସୋମବାର ପୂର୍ଣ୍ଣାହୁତି ହେବ ବୋଲି ଜଣାପଡିଛି । ମହାଯଜ୍ଞ କର୍ତ୍ତାଭାବେ ତଲାସିଙ୍ଗି ଗ୍ରାମର ସିମାଞ୍ଚଳ ପାଣିଗ୍ରାହୀ ସସ୍ତ୍ରିକ ଯଜ୍ଞମଣ୍ଡପରେ ପୂଜାର୍ଚ୍ଚନା କରିଥିଲେ। ପ୍ରତିଦିନ ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ ନାମଯଜ୍ଞ, ଘୃତ ଯଜ୍ଞ ଏବଂ ଅନ୍ନଯଜ୍ଞ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସକାଶେ ମୀନାବଜାର, ରାମଦୋଳି ପ୍ରଭୃତିରେ ଭିଡ଼ ପରିଲକ୍ଷିତ ହୋଇଛି। ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଜାନି,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ବିଭୂତି ଭୂଷଣ ମହାପାତ୍ର, ପିତାମ୍ବର ଗୌଡ଼, ରବିଚନ୍ଦ୍ର ଗୌଡ଼ଙ୍କ ସମେତ ମହାଯଜ୍ଞ ପରିଚାଳନା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ସଭ୍ୟ ଏବଂ ଆଖପାଖର ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାପଡିଛି।

The post ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ: କଳଶ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ   appeared first on Dharitri Odia News.