ବିଷ ବଳୟରେ ରାଜଧାନୀ,ଜାଣନ୍ତୁ ଆଗାମୀ ସପ୍ତାହେ କେମିତି ରହିବ ସ୍ଥିତି

ନୂଆଦିଲ୍ଲୀ ୨୦/ ୧୦: ଶୀତ ଆରମ୍ଭରୁ ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ । ବାୟୁର ମାନ ଅତ୍ୟନ୍ତ ଖରାପ । ବିଷ ବଳୟରେ ରାଜଧାନୀ । ଧୂଳି ଧୂଆଁରେ ଅଣନିଶ୍ବାସୀ ଦିଲ୍ଲୀ ବାସୀ । ଦିଲ୍ଲୀ-ଏନ୍‌ସିଆର୍‌, ଆନନ୍ଦ ବିହାର, ରୋହିଣୀ ଓ ନୋଏଡାରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ରବିବାର ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ବା AQI ୩ଶହ ଅତିକ୍ରମ କରିଛି ।ଏପଟେ ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜନୀତି ଜୋର୍‌ । ଯାହାକୁ ପ୍ରସଙ୍ଗ କରି ଆପ୍‌ ଉପରେ ବର୍ଷିଛି ବିଜେପି । ପ୍ରଦୂଷଣର ହଟ୍‌ସ୍ପଟ ହୋଇଥିବା ଆନନ୍ଦବିହାରକୁ ଗସ୍ତ କରି ସ୍ଥିତି ପରଖିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାଏ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୩୨୫ଟି ସ୍ମଗ ଗନ ଲଗାଯିବା ସହ ୯୯ଟି ଟିମ୍‌ ଗଠନ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା । ସ୍ଥିତି ସଂଗୀନ ହେଉଥିବାରୁ ଖୁବ ଶୀଘ୍ର GRAP-2 କଟକଣା ଲାଗୁ କରିବାକୁ ପ୍ଲାନ କରୁଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନର AQI ୨୫୦ରୁ ୩୦୦ ମଧ୍ୟରେ ରହିଛି, ଯାହା ଚିନ୍ତାଜନକ ସ୍ଥିତି । ଶୂନ୍ୟରୁ ୫୦ ମଧ୍ୟରେ AQIକୁ ‘ଭଲ’ ଶ୍ରେଣୀ ବୋଲି କୁହାଯାଉଥିବା ବେଳେ, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦ରୁ ୩୦୦’ ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ସାଂଘାତିକ’ ବୋଲି ବିବେ

ବିଷ ବଳୟରେ ରାଜଧାନୀ,ଜାଣନ୍ତୁ ଆଗାମୀ ସପ୍ତାହେ କେମିତି ରହିବ ସ୍ଥିତି

ନୂଆଦିଲ୍ଲୀ ୨୦/ ୧୦: ଶୀତ ଆରମ୍ଭରୁ ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ । ବାୟୁର ମାନ ଅତ୍ୟନ୍ତ ଖରାପ । ବିଷ ବଳୟରେ ରାଜଧାନୀ । ଧୂଳି ଧୂଆଁରେ ଅଣନିଶ୍ବାସୀ ଦିଲ୍ଲୀ ବାସୀ । ଦିଲ୍ଲୀ-ଏନ୍‌ସିଆର୍‌, ଆନନ୍ଦ ବିହାର, ରୋହିଣୀ ଓ ନୋଏଡାରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ରବିବାର ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ବା AQI ୩ଶହ ଅତିକ୍ରମ କରିଛି ।

ଏପଟେ ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜନୀତି ଜୋର୍‌ । ଯାହାକୁ ପ୍ରସଙ୍ଗ କରି ଆପ୍‌ ଉପରେ ବର୍ଷିଛି ବିଜେପି । ପ୍ରଦୂଷଣର ହଟ୍‌ସ୍ପଟ ହୋଇଥିବା ଆନନ୍ଦବିହାରକୁ ଗସ୍ତ କରି ସ୍ଥିତି ପରଖିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାଏ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୩୨୫ଟି ସ୍ମଗ ଗନ ଲଗାଯିବା ସହ ୯୯ଟି ଟିମ୍‌ ଗଠନ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା । ସ୍ଥିତି ସଂଗୀନ ହେଉଥିବାରୁ ଖୁବ ଶୀଘ୍ର GRAP-2 କଟକଣା ଲାଗୁ କରିବାକୁ ପ୍ଲାନ କରୁଛନ୍ତି ଦିଲ୍ଲୀ ସରକାର । 

ଦିଲ୍ଲୀରେ କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନର AQI ୨୫୦ରୁ ୩୦୦ ମଧ୍ୟରେ ରହିଛି, ଯାହା ଚିନ୍ତାଜନକ ସ୍ଥିତି । ଶୂନ୍ୟରୁ ୫୦ ମଧ୍ୟରେ AQIକୁ ‘ଭଲ’ ଶ୍ରେଣୀ ବୋଲି କୁହାଯାଉଥିବା ବେଳେ, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦ରୁ ୩୦୦’ ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ସାଂଘାତିକ’ ବୋଲି ବିବେଚନା କରାଯାଏ । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୪ ଦିନ ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିବ । ଯାହା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇଛି ।