ବିଷ ହେଲାଣି ହୀରାକୁଦ ପାଣି । ଭୟ କଲେଣି ସ୍ଥାନୀୟ ଲୋକେ  !

କନକ ବ୍ୟୁରୋ: ହୀରାକୁଦ ନଦୀବନ୍ଧର ଜଳ ବିଷରେ ପରିଣତ ହେଲାଣି । ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ପଦାର୍ଥ ମିଶୁଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇବା ପରେ ସବୁଠି ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହେଲାଣି । ଯାହାକୁ ନେଇ ଭୟରେ ରହିଲେଣି, ଏହାର ପାଣି ପିଉଥିବା ଲୋକେ । ହୀରାକୁଦ ପାଣି ଉପରେ ନିର୍ଭରଶୀଳ ପଶ୍ଚିମ ଓଡ଼ିଶାବାସୀ । କିନ୍ତୁ ଡାଉନ୍ ଟୁ ଆର୍ଥ ସର୍ଭେ ରିପୋର୍ଟର ତଥ୍ୟ ଏବେ ପଶ୍ଚିମ ଓଡ଼ିଶାବାସୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ରିପୋର୍ଟରେ, ହୀରାକୁଦ ପଟୁରେ ସୀସା, ଜିଙ୍କ, କ୍ରୋମିୟମ ଭଳି ପଦାର୍ଥ ଚଳନୀୟଠାରୁ ଅଧିକ ମାତ୍ରାରେ ଠାବ ହୋଇଥିବା ଦର୍ଶାଯାଇଛି । ଓଡିଶାରେ ୭ରୁ ଉର୍ଦ୍ଧ୍ବ ଆର୍ଦ୍ରଭୂମିରେ ସର୍ଭେ କରିଥିଲା ସଂସ୍ଥା। ହୀରାକୁଦରେ ପ୍ରତି ଗ୍ରାମ ପିଛା ୫୧.୨୫ ମାଇକ୍ରୋଗ୍ରାମ ସୀସା ଠାବ ହୋଇଥିବାବେଳେ ୨୬୬ ମାଇକ୍ରୋଗ୍ରାମ ପର୍ଯ୍ୟନ୍ତ କ୍ରୋମିୟମ ଠାବ ହୋଇଛି । ଯାହା ଚଳନୀୟଠାରୁ ୫ଗୁଣ ଅଧିକା ବୋଲି ଜଣାପଡିଛି ।  ଏହା ମାନବ ଜୀବନ ପ୍ରତି ଅନୁପଯୋଗୀ ବୋଲି କୁହାଯାଏ । ଯାହା ସାଧାରଣରେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଭୟ ସୃଷ୍ଟି କରିଥାଏ । ଝାରସୁଗୁଡା, ସମ୍ବଲପୁର ଓ ଛତିଶଗଡରେ ଗଢି ଉଠିଥିବା ଶିଳ୍ପ ସଂସ୍ଥା ଦ୍ୱାରା ହୀରାକୁଦ ବେଶ୍ ପ୍ରଭାବିତ ହେଉଥିବା କୁହାଯାଉଛି । ସେପଟେ ଏହା ପୂର୍ବ ସରକାର ସମୟରୁ ଚାଲୁଛି, ହେଲେ ବର୍ତ୍ତମାନର ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ଓ ଶିଳ୍ପ ବର୍ଜ୍ୟ ରୋକିବା ଉପରେ ପଦକ୍ଷ

ବିଷ ହେଲାଣି ହୀରାକୁଦ ପାଣି । ଭୟ କଲେଣି ସ୍ଥାନୀୟ ଲୋକେ  !

କନକ ବ୍ୟୁରୋ: ହୀରାକୁଦ ନଦୀବନ୍ଧର ଜଳ ବିଷରେ ପରିଣତ ହେଲାଣି । ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ପଦାର୍ଥ ମିଶୁଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇବା ପରେ ସବୁଠି ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହେଲାଣି । ଯାହାକୁ ନେଇ ଭୟରେ ରହିଲେଣି, ଏହାର ପାଣି ପିଉଥିବା ଲୋକେ ।

ହୀରାକୁଦ ପାଣି ଉପରେ ନିର୍ଭରଶୀଳ ପଶ୍ଚିମ ଓଡ଼ିଶାବାସୀ । କିନ୍ତୁ ଡାଉନ୍ ଟୁ ଆର୍ଥ ସର୍ଭେ ରିପୋର୍ଟର ତଥ୍ୟ ଏବେ ପଶ୍ଚିମ ଓଡ଼ିଶାବାସୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ରିପୋର୍ଟରେ, ହୀରାକୁଦ ପଟୁରେ ସୀସା, ଜିଙ୍କ, କ୍ରୋମିୟମ ଭଳି ପଦାର୍ଥ ଚଳନୀୟଠାରୁ ଅଧିକ ମାତ୍ରାରେ ଠାବ ହୋଇଥିବା ଦର୍ଶାଯାଇଛି । ଓଡିଶାରେ ୭ରୁ ଉର୍ଦ୍ଧ୍ବ ଆର୍ଦ୍ରଭୂମିରେ ସର୍ଭେ କରିଥିଲା ସଂସ୍ଥା। ହୀରାକୁଦରେ ପ୍ରତି ଗ୍ରାମ ପିଛା ୫୧.୨୫ ମାଇକ୍ରୋଗ୍ରାମ ସୀସା ଠାବ ହୋଇଥିବାବେଳେ ୨୬୬ ମାଇକ୍ରୋଗ୍ରାମ ପର୍ଯ୍ୟନ୍ତ କ୍ରୋମିୟମ ଠାବ ହୋଇଛି । ଯାହା ଚଳନୀୟଠାରୁ ୫ଗୁଣ ଅଧିକା ବୋଲି ଜଣାପଡିଛି । 

ଏହା ମାନବ ଜୀବନ ପ୍ରତି ଅନୁପଯୋଗୀ ବୋଲି କୁହାଯାଏ । ଯାହା ସାଧାରଣରେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଭୟ ସୃଷ୍ଟି କରିଥାଏ । ଝାରସୁଗୁଡା, ସମ୍ବଲପୁର ଓ ଛତିଶଗଡରେ ଗଢି ଉଠିଥିବା ଶିଳ୍ପ ସଂସ୍ଥା ଦ୍ୱାରା ହୀରାକୁଦ ବେଶ୍ ପ୍ରଭାବିତ ହେଉଥିବା କୁହାଯାଉଛି । ସେପଟେ ଏହା ପୂର୍ବ ସରକାର ସମୟରୁ ଚାଲୁଛି, ହେଲେ ବର୍ତ୍ତମାନର ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ଓ ଶିଳ୍ପ ବର୍ଜ୍ୟ ରୋକିବା ଉପରେ ପଦକ୍ଷେପ ନେବେ ବୋଲି ଆଶା ବ୍ୟକ୍ତି କରିଛନ୍ତି ବୁଦ୍ଧିଜୀବୀ ।
 
ହୀରାକୁଦ ପଟୁମାଟିରେ ବିଷାକ୍ତ ପଦାର୍ଥ ଜମା ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କେବଳ ହୀରାକୁଦ ଡ୍ୟାମ ନୁହେଁ, ଜଳଭଣ୍ଡାରର ମଧ୍ୟ ଯେଉଁ ବିଷାକ୍ତ ଧାତୁ ହ୍ୟୁମାନ ଚେନରେ ଆସି ମଣିଷର କ୍ଷତି କରୁଛି, ତା’ର ମଧ୍ୟ ଯାଂଚ ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 
ଏହି ପଦାର୍ଥ ଏବେ ପରିବା, ମାଛ, ତଥା ପାଣି ଦେଇ ମଣିଷ ଶରୀରକୁ ଆସୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତା ବଢିଛି ।