ବିଷାକ୍ତ କୁହୁଡ଼ିରେ ଦିଲ୍ଲୀ ଅଣନିଃଶ୍ୱାସୀ

ନୂଆଦିଲ୍ଲୀ ,୨୦ା୧୧: ଦିଲ୍ଲୀକୁ କ୍ରମାଗତ ୩ ଦିନ ହେଲା ବିଷାକ୍ତ ଧୂମକୁହୁଡ଼ିର ଘନ ଅସ୍ତରଣ ଘୋଡ଼ାଇ ରଖିଥିବାରୁ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଲେଣି। ପ୍ରଦୂଷଣ ଅତ୍ୟନ୍ତ ସାଂଘାତିକ ହୋଇଥିବାବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୮୮ ରହିଛି। କେତେକ ସ୍ଥାନରେ ଏହା ୫୦୦ ଛୁଇଁଥିବା ଜଣାପଡ଼ିଛି। ତାପମାତ୍ରା ହ୍ରାସ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ପଡୋଶୀ ରାଜ୍ୟଗୁଡ଼ିକରେ ନଡ଼ାପୋଡ଼ି ଲାଗିରହିଥିବାରୁ ଥଣ୍ଡା ପବନ ଧୂଳି ଓ ଧୂଆଁକୁ ଧରି ରଖୁଛି। ଦିଲ୍ଲୀରେ ସୋମବାର ରାତି ତାପମାତ୍ରା ୧୨.୩ ଡିଗ୍ରୀ […] The post ବିଷାକ୍ତ କୁହୁଡ଼ିରେ ଦିଲ୍ଲୀ ଅଣନିଃଶ୍ୱାସୀ appeared first on Dharitri Odia News.

ବିଷାକ୍ତ କୁହୁଡ଼ିରେ ଦିଲ୍ଲୀ ଅଣନିଃଶ୍ୱାସୀ

ନୂଆଦିଲ୍ଲୀ ,୨୦ା୧୧: ଦିଲ୍ଲୀକୁ କ୍ରମାଗତ ୩ ଦିନ ହେଲା ବିଷାକ୍ତ ଧୂମକୁହୁଡ଼ିର ଘନ ଅସ୍ତରଣ ଘୋଡ଼ାଇ ରଖିଥିବାରୁ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଲେଣି। ପ୍ରଦୂଷଣ ଅତ୍ୟନ୍ତ ସାଂଘାତିକ ହୋଇଥିବାବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୮୮ ରହିଛି। କେତେକ ସ୍ଥାନରେ ଏହା ୫୦୦ ଛୁଇଁଥିବା ଜଣାପଡ଼ିଛି। ତାପମାତ୍ରା ହ୍ରାସ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ପଡୋଶୀ ରାଜ୍ୟଗୁଡ଼ିକରେ ନଡ଼ାପୋଡ଼ି ଲାଗିରହିଥିବାରୁ ଥଣ୍ଡା ପବନ ଧୂଳି ଓ ଧୂଆଁକୁ ଧରି ରଖୁଛି। ଦିଲ୍ଲୀରେ ସୋମବାର ରାତି ତାପମାତ୍ରା ୧୨.୩ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଥିଲା।
କୁହୁଡ଼ି ଯୋଗୁ ଅଧିକ ଦୂର ପର୍ଯ୍ୟନ୍ତ ଦୃଶ୍ୟ ହେଉ ନ ଥିବାରୁ ୨୨ଟି ଟ୍ରେନ୍‌ ବିଳମ୍ବିତ ହୋଇଥିବାବେଳେ ୯ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଛି। ରବିବାର ଏକ୍ୟୁଆଇ ୪୯୪ରେ ପହଞ୍ଚତ୍ଥିବା ପରେ ସୋମବାର ସକାଳୁ ଦିଲ୍ଲୀରେ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଛି। ଫଳରେ ରାଜଧାନୀରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ସହ ଅଣଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା କିମ୍ବା ସ୍ବଚ୍ଛ ଇନ୍ଧନ ବ୍ୟବହାର କରୁ ନ ଥିବା ସମସ୍ତ ଟ୍ରକ୍‌କୁ ଦିଲ୍ଲୀରେ ପ୍ରବେଶ ଅନୁମତି ଦିଆଯାଇ ନାହିଁ। ଦିଲ୍ଲୀ ବାହାରେ ପଞ୍ଜୀକୃତ ହାଲୁକା ବ୍ୟବସାୟିକ ଯାନ ଉପରେ ମଧ୍ୟ କଟକଣା ଜାରି ହୋଇଛି।

The post ବିଷାକ୍ତ କୁହୁଡ଼ିରେ ଦିଲ୍ଲୀ ଅଣନିଃଶ୍ୱାସୀ appeared first on Dharitri Odia News.