ବିସମିଲ୍ଲାରୁ ଶପଥ ଗ୍ରହଣ ଆରମ୍ଭ କରି, ଯିବା ବେଳକୁ କହିଲେ ‘ଜୟ ପାଲେଷ୍ଟାଇନ’
ନୂଆଦିଲ୍ଲୀ,୨୫।୬:ହାଇଦ୍ରାବାଦର ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ୧୮ ତମ ଲୋକ ସଭା କାର୍ଯ୍ୟକାଳର ଦ୍ୱିତୀୟ ଦିନରେ ଏମପି ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ କରିବା ସମୟରେ ଓଓ୍ବାଇସି ‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଓଓ୍ବାଇସି ‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। ପ୍ରକୃତରେ, ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବାକୁ ପ୍ରୋଟେମ ସ୍ପିକର ସସୁଦ୍ଦିନ ଓୱାଇସିଙ୍କୁ ଡାକିଥିଲେ। ଓୱାଇସି ଆସି ବିସ୍ମିଲ୍ଲା ପାଠ କରିବା […] The post ବିସମିଲ୍ଲାରୁ ଶପଥ ଗ୍ରହଣ ଆରମ୍ଭ କରି, ଯିବା ବେଳକୁ କହିଲେ ‘ଜୟ ପାଲେଷ୍ଟାଇନ’ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୬:ହାଇଦ୍ରାବାଦର ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ୧୮ ତମ ଲୋକ ସଭା କାର୍ଯ୍ୟକାଳର ଦ୍ୱିତୀୟ ଦିନରେ ଏମପି ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ କରିବା ସମୟରେ ଓଓ୍ବାଇସି ‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ବିବାଦ ସୃଷ୍ଟି କରିଛନ୍ତି।
ଓଓ୍ବାଇସି ‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ବିବାଦ ସୃଷ୍ଟି କରିଛନ୍ତି।
ପ୍ରକୃତରେ, ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବାକୁ ପ୍ରୋଟେମ ସ୍ପିକର ସସୁଦ୍ଦିନ ଓୱାଇସିଙ୍କୁ ଡାକିଥିଲେ। ଓୱାଇସି ଆସି ବିସ୍ମିଲ୍ଲା ପାଠ କରିବା ପରେ ଏମପି ଭାବରେ ଶପଥ ଗ୍ରହଣ କରିଥିଲେ। ଏମପି ଭାବରେ ଶପଥ ଗ୍ରହଣ କରିବା ପରେ ସେ ଯିବାବେଳେ ‘ଜୟ ଭୀମ, ଜୟ ତେଲଙ୍ଗାନା ଏବଂ ପରେ ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇଥିଲେ। ଯେଉଁଥିପାଇଁ ଭାଜପା ଏମପିମାନେ ସଂସଦରେ ଏକ ଟ୍ରେଣ୍ଡ ଆରମ୍ଭ କରିଥିଲେ।
କ୍ରମାଗତ ପଞ୍ଚମ ଥର ପାଇଁ ହାଇଦ୍ରାବାଦ ଲୋକ ସଭା ଆସନରୁ ଅସଦୁଦ୍ଦିନ ଓୱାଇସି ଜିତିଛନ୍ତି। ଏଥର ସଦୁଦ୍ଦିନ ଓୱାଇସି ମୋଟ ୬.୬୧.୯୮ଭୋଟ ପାଇଛନ୍ତି ଏବଂ ସେ ଭାଜପାର ମାଧବୀ ଲତାଙ୍କୁ ୩,୩୮୦୮୭ ଭୋଟରେ ପରାସ୍ତ କରିଛନ୍ତି। ଏହାପୂର୍ବରୁ ୨୦୧୯ ନିର୍ବାଚନରେ ଓୱାଇସି ମୋଟ ଭୋଟ ଅଂଶ ୫୮.୯୫% ସହ ଜିତିଥିଲେ।
The post ବିସମିଲ୍ଲାରୁ ଶପଥ ଗ୍ରହଣ ଆରମ୍ଭ କରି, ଯିବା ବେଳକୁ କହିଲେ ‘ଜୟ ପାଲେଷ୍ଟାଇନ’ appeared first on Dharitri Odia News.