ବିସିସିଆଇ ଅଫିସରୁ ଚୋରି ହୋଇଗଲା ୬.୫ ଲକ୍ଷ ଟଙ୍କାର ଜର୍ସି

ଚୋରି ହୋଇଥିବା ଜର୍ସି ଗୁଡ଼ିକ ବିଭିନ୍ନ ଆଇପିଏଲ ଟିମର ରହିଥିଲା। ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଥିଲା ନା ଖେଳାଳିଙ୍କ ପାଇଁ ଅଣାଯାଇଥିଲା, ସେକଥା ଜଣାପଡ଼ିନି।

ବିସିସିଆଇ ଅଫିସରୁ ଚୋରି ହୋଇଗଲା ୬.୫ ଲକ୍ଷ ଟଙ୍କାର ଜର୍ସି

ଆଇପିଏଲ ଜର୍ସି ଘରକୁ ନେବାକୁ ସମସ୍ତଙ୍କ ଇଚ୍ଛା ରହିଥାଏ। ହେଲେ ଜଣେ ସିକ୍ୟୁରିଟୀ ଗାର୍ଡ ଏହି ଜର୍ସି ପାଇଁ ସୀମା ରେଖା ଅତିକ୍ରମ କରି ଯାଇଛନ୍ତି। ସେ ଏକାଥରେ ଗୋଟେ ପେଟି ଆଇପିଏଲ ୨୦୨୫ର ଜର୍ସି ନେଇ ଯାଇଛନ୍ତି। ଏବେ ପୁଲିସ୍‌ ୪୦ ବର୍ଷୀୟ ସିକ୍ୟୁରିଟୀ ଗାର୍ଡକୁ ଆଇପିଏସ ଜର୍ସି ଚୋରି ମାମଲାରେ ଗିରଫ କରିଛି।

ସେ ୬.୫୨ ଲକ୍ଷ ମୂଲ୍ୟର ୨୬୧ଟି ଜର୍ସି ଚୋରି କରିଥିଲେ। ପ୍ରତିଟି ଜର୍ସିର ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା ହେବ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟର ଚର୍ଚ୍ଚ ଗେଟ ନିକଟ ବିସିସିଆଇ ଅଫିସରୁ ଏପରି ଚୋରି ହୋଇଥିଲା। ଗିରଫ ସିକ୍ୟୁରିଟର ଗାର୍ଡ ଜଣଙ୍କ ହେଉଛନ୍ତି ଫାରୁକି ଅସଲମ ଖାନ। ସେ ନିଜର ଅନଲାଇନ ଜୁଆ ଖେଳ ଆବଶ୍ୟକ ଟଙ୍କା ହାସଲ କରିବା ପାଇଁ ବିସିସିଆଇ ଅଫିସରୁ ଗୋଟେ ପେଟି ଆଇପିଏଲ ଜର୍ସି ଚୋରି କରିଥିଲେ। 

ଚୋରି ହୋଇଥିବା ଜର୍ସି ଗୁଡ଼ିକ ବିଭିନ୍ନ ଆଇପିଏଲ ଟିମର ରହିଥିଲା। ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଥିଲା ନା ଖେଳାଳିଙ୍କ ପାଇଁ ଅଣାଯାଇଥିଲା, ସେକଥା ଜଣାପଡ଼ିନି।ବିସିସିଆଇ ଅଫିସରୁ ଗୋଟେ ପେଟି ଜର୍ସି ଚୋରି କରିବା ପରେ ମୀରା ରୋଡରେ ରହୁଥିବା ଅସଲମ ଏହାକୁ ହରିୟାଣାର ଗୋଟିଏ ଜର୍ସି ଡିଲରଙ୍କୁ ବିକ୍ରି କରିଥିଲା। ସୋଶାଲ ମିଡିଆରେ ସେ ଏହି ଜର୍ସି ଡିଲରଙ୍କୁ ଯୋଗାଯୋଗ କରିଥିଲା। ପ୍ରକୃତରେ ଜୁନ ୧୩ରେ ଜର୍ସି ଚୋରି ହୋଇଥିଲା। କିନ୍ତୁ ନିକଟରେ ହୋଇଥିବା ଅଡିଟ ବେଳେ ଚୋରି ଖବର ସାମ୍ନାକୁ ଆସିଥିଲା।

ଚୋରି ସମ୍ପର୍କରେ ଜଣାପଡ଼ିବା ପରେ ବିସିସିଆଇ ଅଧିକାରୀମାନେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏହି ସମୟରେ ସିକ୍ୟୁରିଟୀ ଗାର୍ଡ ଗୋଟିଏ ପେଟି ଧରି ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଆଧାର କରି ପୁଲିସ୍‌ ଅସଲମଙ୍କୁ ଗିରଫ କରିଛି। ଚୋରି ପରେ ଅସଲମ ଅନଲାଇନ ଡିଲରଙ୍କୁ ଜର୍ସିଗୁଡ଼ିକ ବିକ୍ରି କରିଥିଲେ। କିନ୍ତୁ ଏହି ଡିଲରୁ ତାଙ୍କୁ କେତେ ଟଙ୍କା ମିଳିଥିଲା, ସେକଥା ପୁଲିସ୍‌ କହିନାହିଁ। ସେହିପରି ଚୋରି ଜର୍ସିକୁ କୋରିୟର ଦ୍ୱାରା ହରିୟାଣା ପଠାଯାଇଥିବା ଜଣାପଡ଼ିଛି।

ଅସଲମଙ୍କୁ ଗିରଫ କରିବା ପରେ ପୁଲିସ୍‌ ହରିୟାଣା ଡିଲରଙ୍କୁ ସମନ କରିଛି। ତେବେ ସେ ଜର୍ସିଗୁଡ଼ିକ ଚୋରି ମାଲ ବୋଲି ଜାଣିଥିବା ପ୍ରାଥମିକ ଭାବେ ପୁଲିସ୍‌କୁ କହିଛନ୍ତି। ପୁଲିସ୍‌ ପୁଲିସ ଜୁଲାଇ ୧୭ରୁ ଘଟଣାର ତଦନ୍ତ କରୁଥିବା ବେଳେ ଏନେଇ ରିପୋର୍ଟ ଏବେ ଗଣମାଧ୍ୟମରେ ପ୍ରକାଶ ପାଇଛି।