ବିସିସିଆଇ କାର୍ଯ୍ୟାଳୟରେ ଚୋରି; ଅଫିସ କର୍ମଚାରୀ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ

ନୂଆଦିଲ୍ଲୀ ୨୯।୦୭:  ୱାଙ୍ଖେଡେ ଷ୍ଟାଡିୟମ କାର୍ଯ୍ୟାଳୟରେ ଚୋରି । ଏହି ଚୋରି ଟଙ୍କା ନୁହେଁ, ବରଂ IPL ଜର୍ସିର ହୋଇଛି । ଚୋରି ପଛରେ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ହାତ ଅଛି । ୱାଙ୍ଖେଡେ ଷ୍ଟାଡିୟମରେ ଥିବା BCCI କାର୍ଯ୍ୟାଳୟରୁ ୪୦ ବର୍ଷୀୟ ସୁରକ୍ଷାକର୍ମୀ IPL 2025 ଜର୍ସି ଚୋରି କରିଛନ୍ତି । ଏହି ଚୋରିରେ ଫାରୁକ ଅସଲମ ଖାନଙ୍କ ନାଁ ଆସିଛି । ଯିଏକି BCCI କାର୍ଯ୍ୟାଳୟରୁ ୨୬୧ଟି ଜର୍ସି ଚୋରି କରିଛନ୍ତି । ଗୋଟିଏ ଜର୍ସିର ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା । ତେବେ ଏସବୁକୁ ମିଶାଇଲେ ବ୍ୟକ୍ତି ଜଣକ ପ୍ରାୟ ୨ ଲକ୍ଷ ୫୨ ହଜାର ଟଙ୍କାର ଚୋରି କରିଛନ୍ତି।BCCI କାର୍ଯ୍ୟାଳୟରେ ଚୋରି ସମ୍ପର୍କରେ ପୋଲିସ କହିଛି ଯେ ଫାରୁକ ଖାନ ଅନଲାଇନରେ ଜୁଆ ଖେଳୁଥିଲେ । ସେ ତାଙ୍କର ଜୁଆ ନିଶା ପାଇଁ ଏହି IPL ଜର୍ସି ଚୋରି କରିଥିଲେ । ପୋଲିସ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଖାନ ସୋସିଆଲ ମିଡିଆ ଜରିଆରେ ହରିୟାଣାର ଜଣେ ଅନଲାଇନ୍ ଜର୍ସି ଡିଲରଙ୍କ ସହ ଯୋଗାଯୋଗରେ ଥିଲେ । ଯେଉଁଠାରେ ସେ ତାଙ୍କର ଚୋରି ସାମଗ୍ରୀକୁ କୁରିଅର ମାଧ୍ୟମରେ ପଠାଉଥିଲେ ।ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାଳୟରେ ଚୋରି ଘଟଣା ଷ୍ଟକ୍ ଅଡିଟ୍ ସମୟରେ ଧରାପଡ଼ିଥିଲା। ବିସିସିଆଇ ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ଏବଂ ଫାରୁଖ ଖାନଙ୍କୁ ଏକ ବଡ଼ ବାକ୍ସ ସହିତ କାର୍ଯ୍ୟାଳୟରୁ ବାହାରକୁ ଯାଉଥିବାର ଦେଖିଥିଲେ । ପୋଲିସ ଏହି ମାମଲାରେ ହରିୟା

ବିସିସିଆଇ କାର୍ଯ୍ୟାଳୟରେ ଚୋରି; ଅଫିସ କର୍ମଚାରୀ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ

ନୂଆଦିଲ୍ଲୀ ୨୯।୦୭:  ୱାଙ୍ଖେଡେ ଷ୍ଟାଡିୟମ କାର୍ଯ୍ୟାଳୟରେ ଚୋରି । ଏହି ଚୋରି ଟଙ୍କା ନୁହେଁ, ବରଂ IPL ଜର୍ସିର ହୋଇଛି । ଚୋରି ପଛରେ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ହାତ ଅଛି । ୱାଙ୍ଖେଡେ ଷ୍ଟାଡିୟମରେ ଥିବା BCCI କାର୍ଯ୍ୟାଳୟରୁ ୪୦ ବର୍ଷୀୟ ସୁରକ୍ଷାକର୍ମୀ IPL 2025 ଜର୍ସି ଚୋରି କରିଛନ୍ତି । ଏହି ଚୋରିରେ ଫାରୁକ ଅସଲମ ଖାନଙ୍କ ନାଁ ଆସିଛି । ଯିଏକି BCCI କାର୍ଯ୍ୟାଳୟରୁ ୨୬୧ଟି ଜର୍ସି ଚୋରି କରିଛନ୍ତି । ଗୋଟିଏ ଜର୍ସିର ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା । ତେବେ ଏସବୁକୁ ମିଶାଇଲେ ବ୍ୟକ୍ତି ଜଣକ ପ୍ରାୟ ୨ ଲକ୍ଷ ୫୨ ହଜାର ଟଙ୍କାର ଚୋରି କରିଛନ୍ତି।

BCCI କାର୍ଯ୍ୟାଳୟରେ ଚୋରି ସମ୍ପର୍କରେ ପୋଲିସ କହିଛି ଯେ ଫାରୁକ ଖାନ ଅନଲାଇନରେ ଜୁଆ ଖେଳୁଥିଲେ । ସେ ତାଙ୍କର ଜୁଆ ନିଶା ପାଇଁ ଏହି IPL ଜର୍ସି ଚୋରି କରିଥିଲେ । ପୋଲିସ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଖାନ ସୋସିଆଲ ମିଡିଆ ଜରିଆରେ ହରିୟାଣାର ଜଣେ ଅନଲାଇନ୍ ଜର୍ସି ଡିଲରଙ୍କ ସହ ଯୋଗାଯୋଗରେ ଥିଲେ । ଯେଉଁଠାରେ ସେ ତାଙ୍କର ଚୋରି ସାମଗ୍ରୀକୁ କୁରିଅର ମାଧ୍ୟମରେ ପଠାଉଥିଲେ ।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାଳୟରେ ଚୋରି ଘଟଣା ଷ୍ଟକ୍ ଅଡିଟ୍ ସମୟରେ ଧରାପଡ଼ିଥିଲା। ବିସିସିଆଇ ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ଏବଂ ଫାରୁଖ ଖାନଙ୍କୁ ଏକ ବଡ଼ ବାକ୍ସ ସହିତ କାର୍ଯ୍ୟାଳୟରୁ ବାହାରକୁ ଯାଉଥିବାର ଦେଖିଥିଲେ । ପୋଲିସ ଏହି ମାମଲାରେ ହରିୟାଣା ଡିଲରଙ୍କୁ ମଧ୍ୟ ପଚରାଉଚରା କରିଥିଲା । ତା’ପରେ ଡିଲର କହିଥିଲେ ଯେ ସେ ଜାଣି ନଥିଲେ ଯେ ଏଗୁଡ଼ିକ ଚୋରି ସାମଗ୍ରୀ । ଡିଲର କହିଥିଲେ ଯେ ଖାନ ତାଙ୍କୁ କହିଥିଲେ ଯେ ସେ ଅଫିସ ନବୀକରଣ ସମୟରେ ଷ୍ଟକ୍ କ୍ଲିୟରାନ୍ସ ଦଳର ଅଂଶ ଥିଲେ। ଆଉ ଜର୍ସି ସେହି ସମୟର । 

ବିସିସିଆଇର ଜଣେ ଅଧିକାରୀ ୧୭ ଜୁଲାଇରେ ମାରିନ୍ ଡ୍ରାଇଭ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଏପର୍ଯ୍ୟନ୍ତ ୫୦ଟି ଜର୍ସି ଉଦ୍ଧାର କରିଛି । ଯାହାର ମୂଲ୍ୟ ପ୍ରାୟ ୧.୨୫ ଲକ୍ଷ ଟଙ୍କା। ପୋଲିସ ଫାରୁଖ ଖାନଙ୍କ ବ୍ୟାଙ୍କ ରେକର୍ଡ ମଧ୍ୟ ଖୋଜିଛି । କିନ୍ତୁ ଅଭିଯୁକ୍ତ କହିଛନ୍ତି ଯେ ସେ ଅନଲାଇନ୍ ବ୍ୟାଟିଂରେ ସମସ୍ତ ଟଙ୍କା ହରାଇଛନ୍ତି। ପୋଲିସ ଏବେ ବି ଏହି ମାମଲାର ତଦନ୍ତ କରୁଛି।