ବିସିସିଆଇ ନିରାଶ, ଏହି ଦେଶକୁ ମିଳିଲା ତିନୋଟି WTC ଫାଇନାଲ୍ ଆୟୋଜନର ଅଧିକାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଶନିବାର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ର ପରବର୍ତ୍ତୀ ତିନି ସଂସ୍କରଣ ଆୟୋଜନ ଅଧିକାର ଇଂଲଣ୍ଡକୁ ପ୍ରଦାନ କରିଛି। ଆଇସିସି ରବିବାର ସଂପନ୍ନ ନିଜର ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନେଇଛି। ଦୁଇ ବର୍ଷର ଚକ୍ର ପୂରା ହେବା ପରେ ୨୦୨୭, ୨୦୨୯ ଓ ୨୦୩୧ରେ ହେବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ୍ ସମ୍ଭବତଃ ଜୁନ ମାସରେ ଆୟୋଜିତ ହେବ। କିଛି ସମୟ ପୂର୍ବରୁ ବିସିସିଆଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ମ୍ୟାଚ୍‌ ଆୟୋଜନ ନେଇ ବିସିସିଆଇ ଇଚ୍ଛା ପ୍ରକାଶ କରିଥିଲା। ମାତ୍ର ଆଇସିସିର ଏହି ନୂଆ ଘୋଷଣା ପରେ ବିସିସିଆଇକୁ ୨୦୩୧ ପର୍ଯ୍ୟନ୍ତ ଡବ୍ଲ୍ୟୁଟିସି ଫାଇନାଲ୍ ମ୍ୟାଚ୍‌ ଆୟୋଜନର ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା। ଏହା ପୂର୍ବରୁ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ସାଉଥମ୍ପଟନରେ ୨୦୨୧ ଫାଇନାଲ୍(ଭାରତ ବନାମ ନ୍ୟୁଜିଲାଣ୍ଡ), ଲଣ୍ଡନର ଓଭାଲରେ ୨୦୨୩ ଫାଇନାଲ୍ ମ୍ୟାଚ୍(ଭାରତ ବନାମ ଅଷ୍ଟ୍ରେଲିଆ) ଓ ଲର୍ଡ୍ସରେ ୨୦୨୫ର ଫାଇନାଲ୍(ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ)ର ଆୟୋଜନ କରି ସାରିଛି। କାରଣ ଜୁନ ମାସରେ ଇଂଲଣ୍ଡର ପାଣିପାଗ କ୍ରିକେଟ୍ ପାଇଁ ଅନୁକୂଳ ରହିଥାଏ। ଆଉ ଅଷ୍ଟ୍ରେଲିଆର କ୍ରିକେଟ୍ ସେସନ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥାଏ। ଇଂଲଣ୍ଡ ଏବଂ ସେଠାକାର କ୍ରିକେଟ୍ ପ୍ରଶଂସକ ବି ପ୍ରମାଣିତ କରି ଆସିଛନ୍ତି ଯେ ଡବ୍ଲ୍ୟୁଟିସି ଫାଇନ

ବିସିସିଆଇ ନିରାଶ, ଏହି ଦେଶକୁ ମିଳିଲା ତିନୋଟି WTC ଫାଇନାଲ୍ ଆୟୋଜନର ଅଧିକାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଶନିବାର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ର ପରବର୍ତ୍ତୀ ତିନି ସଂସ୍କରଣ ଆୟୋଜନ ଅଧିକାର ଇଂଲଣ୍ଡକୁ ପ୍ରଦାନ କରିଛି। ଆଇସିସି ରବିବାର ସଂପନ୍ନ ନିଜର ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନେଇଛି। ଦୁଇ ବର୍ଷର ଚକ୍ର ପୂରା ହେବା ପରେ ୨୦୨୭, ୨୦୨୯ ଓ ୨୦୩୧ରେ ହେବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ୍ ସମ୍ଭବତଃ ଜୁନ ମାସରେ ଆୟୋଜିତ ହେବ। କିଛି ସମୟ ପୂର୍ବରୁ ବିସିସିଆଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ମ୍ୟାଚ୍‌ ଆୟୋଜନ ନେଇ ବିସିସିଆଇ ଇଚ୍ଛା ପ୍ରକାଶ କରିଥିଲା। ମାତ୍ର ଆଇସିସିର ଏହି ନୂଆ ଘୋଷଣା ପରେ ବିସିସିଆଇକୁ ୨୦୩୧ ପର୍ଯ୍ୟନ୍ତ ଡବ୍ଲ୍ୟୁଟିସି ଫାଇନାଲ୍ ମ୍ୟାଚ୍‌ ଆୟୋଜନର ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା। 

ଏହା ପୂର୍ବରୁ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ସାଉଥମ୍ପଟନରେ ୨୦୨୧ ଫାଇନାଲ୍(ଭାରତ ବନାମ ନ୍ୟୁଜିଲାଣ୍ଡ), ଲଣ୍ଡନର ଓଭାଲରେ ୨୦୨୩ ଫାଇନାଲ୍ ମ୍ୟାଚ୍(ଭାରତ ବନାମ ଅଷ୍ଟ୍ରେଲିଆ) ଓ ଲର୍ଡ୍ସରେ ୨୦୨୫ର ଫାଇନାଲ୍(ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ)ର ଆୟୋଜନ କରି ସାରିଛି। କାରଣ ଜୁନ ମାସରେ ଇଂଲଣ୍ଡର ପାଣିପାଗ କ୍ରିକେଟ୍ ପାଇଁ ଅନୁକୂଳ ରହିଥାଏ। ଆଉ ଅଷ୍ଟ୍ରେଲିଆର କ୍ରିକେଟ୍ ସେସନ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥାଏ। ଇଂଲଣ୍ଡ ଏବଂ ସେଠାକାର କ୍ରିକେଟ୍ ପ୍ରଶଂସକ ବି ପ୍ରମାଣିତ କରି ଆସିଛନ୍ତି ଯେ ଡବ୍ଲ୍ୟୁଟିସି ଫାଇନାଲ୍‌ର ଆୟୋଜନ ପାଇଁ ଇଂଲଣ୍ଡ ହିଁ ସର୍ବୋତ୍କୃଷ୍ଟ ସ୍ଥାନ। ଇସିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିଚାର୍ଡ ଗୋଲ୍ଡ କହିଛନ୍ତି, ଆମେ ବହୁତ ଖୁସି ଯେ, ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସକୁ ଆଗାମୀ ତିନୋଟି ଡବ୍ଲ୍ୟୁଟିସିର ଫାଇନାଲ୍ ଆୟୋଜନ କରିବାର ଅଧିକାର ଦିଆଯାଇଛି।

Also read: ଭାରତର ଚିନ୍ତା ବଢାଇଲା ଆକାଶ ଦୀପଙ୍କ ଆହତ ସମସ୍ୟା, ଚତୁର୍ଥ ଟେଷ୍ଟରେ ପଡ଼ିବେ ବାଦ୍ !

ସେ କହିଛନ୍ତି, ଫାଇନାଲ୍‌ର ଆୟୋଜନ କରିବାର ସମ୍ମାନର କଥା। ଆମେ ଗତ ସଂସ୍କରଣର ସଫଳତାକୁ ଆଗକୁ ବଢାଇବା ପାଇଁ ଆଇସିସି ସହ ମିଶି କାମ କରିବାକୁ ଉତ୍ସୁକ। ଉଲ୍ଲେଖନୀୟ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଦୃଷ୍ଟିରୁ ଟେଷ୍ଟ କ୍ରିକେଟ୍ ଭାରତରେ ସେତେ ଲୋକପ୍ରିୟ ନୁହେଁ ଫର୍ମାଟ୍ ନୁହେଁ। ଯଦି ଭାରତ ଫାଇନାଲ୍‌ରେ  ନ ପହଞ୍ଚେ ତେବେ ଡବ୍ଲ୍ୟୁଟିସି ଫାଇନାଲ୍‌ ମ୍ୟାଚ୍‌ରେ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ନଗଣ୍ୟ ରହିବ। ସବୁ ଦୃଷ୍ଟିରେ ଦେଖିଲେ ଟେଷ୍ଟ କ୍ରିକେଟ୍‌ ପାଇଁ ଇଂଲଣ୍ଡ ସର୍ବୋତ୍ତମ ସ୍ଥାନ ଭାବେ ନିଜର ପ୍ରତିଷ୍ଠା ବଜାୟ ରଖିଛି।