ବିସିସିଆଇ ସଚିବ କଲେ ବଡ଼ ଘୋଷଣା: ଏହି ୪ ଖେଳାଳିଙ୍କୁ ଦେଲେ ଟି-୨୦ ବିଶ୍ୱକପ୍ ଜିତିବାର ଶ୍ରେୟ
ନୂଆଦିଲ୍ଲୀ,୭ା୭: ନିକଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଜିତିଥିଲା। ଏଥିସହ ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ଜୟ ଶାହା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଟି-୨୦ ବିଶ୍ୱକପ୍ ଜିତିବାର ଶ୍ରେୟ ଦେଇଛନ୍ତି। ଏଥିସହ ବିସିସିଆଇ ସଚିବ ଜୟ ଶାହା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ବିଷୟରେ ବଡ଼ ସୂଚନା […] The post ବିସିସିଆଇ ସଚିବ କଲେ ବଡ଼ ଘୋଷଣା: ଏହି ୪ ଖେଳାଳିଙ୍କୁ ଦେଲେ ଟି-୨୦ ବିଶ୍ୱକପ୍ ଜିତିବାର ଶ୍ରେୟ appeared first on Dharitri Odia News.
ନୂଆଦିଲ୍ଲୀ,୭ା୭: ନିକଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଜିତିଥିଲା। ଏଥିସହ ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ଜୟ ଶାହା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଟି-୨୦ ବିଶ୍ୱକପ୍ ଜିତିବାର ଶ୍ରେୟ ଦେଇଛନ୍ତି।
ଏଥିସହ ବିସିସିଆଇ ସଚିବ ଜୟ ଶାହା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ବିଷୟରେ ବଡ଼ ସୂଚନା ଦେଇଛନ୍ତି। ଜୟ କହିଛନ୍ତି ଯେ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଏବଂ ଚାମ୍ପିୟନ୍ସ ଟ୍ରଫିରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ।
କହି ରଖୁଛୁ ଯେ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ ପରାସ୍ତ କରିଛି। ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ୍ ଚାମ୍ପିୟନ ହୋଇଛି। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ୨୦୦୭ ଜିତିଥିଲା। କିନ୍ତୁ ଏହା ପରେ ପ୍ରାୟ ୧୭ ବର୍ଷ ବିତିଗଲା, କିନ୍ତୁ କୌଣସି ସଫଳତା ମିଳିଲା ନାହିଁ। ତେବେ ବର୍ତ୍ତମାନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୧୭ ବର୍ଷ ପରେ ବିଶ୍ୱବିଜୟୀ ହୋଇଛି।
ଏହି ଟି-୨୦ ବିଶ୍ୱକପ୍ ପୂର୍ବରୁ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୧୩ ଜିତିଥିଲା। ଯଦିଓ ଭାରତୀୟ ଦଳ କ୍ରମାଗତ ଭାବେ ଆଇସିସି ଟୁର୍ନାମେଣ୍ଟର ନକ୍ଆଉଟ ରାଉଣ୍ଡରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିବାରେ ଏହା ସଫଳ ହୋଇପାରିଲା ନାହିଁ।
ସୂଚନାଯୋଗ୍ୟ, ଆମେରିକା ଏବଂ ଓ୍ବେଷ୍ଟ୍ଇଣ୍ଡିଜ ମାଟିରେ ଟି-୨୦ ବିଶ୍ୱକପ୍ ୨୦୨୪ ଖେଳାଯାଇଥିଲା। ଭାରତୀୟ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା। ଯେଉଁଠାରେ ଟାଇଟଲ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା। ଏହି ଟୁର୍ନାମେଣ୍ଟରେ ଭାରତ ଏହାର ୮ଟି ମ୍ୟାଚ୍ ଜିତିଛି।
The post ବିସିସିଆଇ ସଚିବ କଲେ ବଡ଼ ଘୋଷଣା: ଏହି ୪ ଖେଳାଳିଙ୍କୁ ଦେଲେ ଟି-୨୦ ବିଶ୍ୱକପ୍ ଜିତିବାର ଶ୍ରେୟ appeared first on Dharitri Odia News.