ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଦୁର୍ଦ୍ଦଶାର କାହାଣୀ !
ଦେଶ ବିଭାଜନ ସମୟରେ ପାକିସ୍ତାନ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ଶରଣାର୍ଥୀ ଶିବିରରେ ରହି ଥଇଥାନ ହୋଇଥିଲେ। ଜମି ଖଣ୍ଡେ ଖଣ୍ଡେ ଦେଇ ତାଙ୍କୁ ସରକାରୀ ଖାତା ଖତିୟାନରେ ଦର୍ଶାଯାଇଥିଲା ସ୍ଥାନୀୟ ବାସିନ୍ଦା। ହେଲେ ୭୫ ବର୍ଷ ପରେ ଜଣାପଡ଼ୁଛି ସେମାନଙ୍କ ଜମି ଏବେ ଆଉ ନାହିଁ। ଚାଲିଯାଇଛି ଆଉ କାହା ନାଁରେ। କରିବେ ତ କ’ଣ କରିବେ, ଯିବେ ତ କୁଆଡ଼େ ଯିବେ। ପ୍ରଶାସନକୁ ଗୁହାରି କରି ଥକିଗଲେଣି ସିନା, କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ୧୯୪୭ ମସିହାର ଏହି ବିସ୍ଥାପିତ ପରିବାର। ଆସନ୍ତୁ ଦେଖିବା ଭଦ୍ରକର ସେହି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଦୁର୍ଦ୍ଦଶାର କାହାଣୀ !