ବିସ୍ଫୋରଣରେ ଉଡ଼ିଗଲା ଘର ଆଜବେଷ୍ଟସ୍‌‌, ଦମ୍ପତି ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ବେଗୁନିଆରେ ବାଣ ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଘରର ଛାତ ଓ ଆଜବେଷ୍ଟସ୍‌‌ ଉଡ଼ିଯାଇଛି। ଏହି ବିସ୍ଫୋରଣରେ ଦମ୍ପତି ଗୁରୁତର ହୋଇଥିବା ଜଣାପଡ଼ିଛି। ବେଗୁନିଆ ଥାନା ଗୋପାଳପୁର ଦେଉଳି ଗାଁରେ ବିସ୍ଫୋରଣ ଘଟି ଦମ୍ପତି ଗୁରୁତର ହୋଇଛନ୍ତି। ବାଣ ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ପଡ଼ିଛି। ଖବର ପାଇ ବେଗୁନିଆ ଥାନା ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗୁରୁତର ଦମ୍ପତିଙ୍କୁ ସେଠାରୁ ଉଦ୍ଧାର ପରେ ସେମାନଙ୍କୁ […]

ବିସ୍ଫୋରଣରେ ଉଡ଼ିଗଲା ଘର ଆଜବେଷ୍ଟସ୍‌‌, ଦମ୍ପତି ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ବେଗୁନିଆରେ ବାଣ ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଘରର ଛାତ ଓ ଆଜବେଷ୍ଟସ୍‌‌ ଉଡ଼ିଯାଇଛି। ଏହି ବିସ୍ଫୋରଣରେ ଦମ୍ପତି ଗୁରୁତର ହୋଇଥିବା ଜଣାପଡ଼ିଛି।

ବେଗୁନିଆ ଥାନା ଗୋପାଳପୁର ଦେଉଳି ଗାଁରେ ବିସ୍ଫୋରଣ ଘଟି ଦମ୍ପତି ଗୁରୁତର ହୋଇଛନ୍ତି। ବାଣ ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ପଡ଼ିଛି। ଖବର ପାଇ ବେଗୁନିଆ ଥାନା ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗୁରୁତର ଦମ୍ପତିଙ୍କୁ ସେଠାରୁ ଉଦ୍ଧାର ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଶୋକ ମଳିକ ନିଜ ଘରେ ବାଣ ଭିଡ଼ିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋଣରେ ବାଣ ବେପାରୀ ଅଶୋକ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି।