ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ, ଜଣେ ମୃତ ୩ ଗୁରୁତର

ନୂଆଦିଲ୍ଲୀ,୨୩।୧୦: ସକାଳୁ ସକାଳୁ ଏକ ବିସ୍ଫୋରଣ ରାଜଧାନୀ ଦିଲ୍ଲୀକୁ ଥରାଇ ଦେଇଛି। ବୁଧବାର ସକାଳେ ଦିଲ୍ଲୀର ବସନ୍ତ କୁଞ୍ଜରେ ଏକ ଘରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ବସନ୍ତ କୁଞ୍ଜ ଅଞ୍ଚଳରେ ଏକ ଘରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଏକ 2 BHK ଫ୍ଲାଟରେ ଘଟିଛି। ବିସ୍ଫୋରଣ ଘଟିବା ମାତ୍ରେ ପୁରା ଘରେ ନିଆଁ […] The post ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ, ଜଣେ ମୃତ ୩ ଗୁରୁତର appeared first on Dharitri Odia News.

ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ, ଜଣେ ମୃତ ୩ ଗୁରୁତର

ନୂଆଦିଲ୍ଲୀ,୨୩।୧୦: ସକାଳୁ ସକାଳୁ ଏକ ବିସ୍ଫୋରଣ ରାଜଧାନୀ ଦିଲ୍ଲୀକୁ ଥରାଇ ଦେଇଛି। ବୁଧବାର ସକାଳେ ଦିଲ୍ଲୀର ବସନ୍ତ କୁଞ୍ଜରେ ଏକ ଘରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ବସନ୍ତ କୁଞ୍ଜ ଅଞ୍ଚଳରେ ଏକ ଘରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଏକ 2 BHK ଫ୍ଲାଟରେ ଘଟିଛି। ବିସ୍ଫୋରଣ ଘଟିବା ମାତ୍ରେ ପୁରା ଘରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସୂଚନାନୁସାରେ, ଏହି ବିସ୍ଫୋରଣ ବସନ୍ତ କୁଞ୍ଜର କିଶାନ ଗରହରେ ଘଟିଥିଲା। କିଶାନ ଗରହର ଶନି ବଜାର ରୋଡରେ ଥିବା ଏକ ଚାରି ମହଲା କୋଠା ହଠାତ୍‌ ନିଆଁକୁ ଆୟତ୍ତ କରି ଶୀଘ୍ର ବ୍ୟାପିଗଲା। ଘଟଣାର ତୁରନ୍ତ ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ପୋଲିସ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ନିଆଁ କିପରି ଘଟିଲା ତାହା ଜଣା ପଡିନାହିଁ।

The post ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ, ଜଣେ ମୃତ ୩ ଗୁରୁତର appeared first on Dharitri Odia News.