ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ, ବିହାର ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ

ପାଟନା : ବିହାର ପବ୍ଲିକ ସର୍ଭିସ କମିସନ ପରୀକ୍ଷାରେ ବ୍ୟାପକ ଅବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ୪୮ ଘଣ୍ଟାର... The post ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ, ବିହାର ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ appeared first on .

ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ, ବିହାର ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ

ପାଟନା : ବିହାର ପବ୍ଲିକ ସର୍ଭିସ କମିସନ ପରୀକ୍ଷାରେ ବ୍ୟାପକ ଅବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ। ପରୀକ୍ଷା ଅବ୍ୟବସ୍ଥା ନେଇ ୪୮ ଘଣ୍ଟା ମଧ୍ୟରେ ସମାଧାନର ବାଟ ବାହାର କରିବାକୁ ମହଲତ ଦେଇଛନ୍ତି ଜନସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର। ପାଟନାରେ ଛାତ୍ରଙ୍କ ଉପରେ ଲାଠି ଚାର୍ଜ କରିଥିବା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି ଜନସୁରାଜ ପାର୍ଟି। ଆଶାୟୀଙ୍କ ସମସ୍ଯା ନେଇ ସମସ୍ତ ଦଳ ଏକ ହୋଇ ଛିଡା ହେବାକୁ ଆହ୍ଵାନ କରିଛନ୍ତି ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର।.. ସେପଟେ ଏବେବି ବିପିଏସପି ପରୀକ୍ଷାକୁ ନେଇ ଲାଗି ରହିଛି ଅଶାନ୍ତି। ଥମୁନି ଛାତ୍ର ଆନ୍ଦୋଳନ। ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଅଶାନ୍ତି। ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାକୁ ନେଇ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଜନ ସୂରାଜ ପାର୍ଟି ନେତା ପ୍ରଶାନ୍ତ କିଶୋରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହା ସହ କେତେକ କୋଚିଂ ସେଣ୍ଟର ମାଲିକ, ୭୦୦ ଆନ୍ଦୋଳନକାରୀଙ୍କ ବିରୋଧରେ ବି ରୁଜୁ ହୋଇଛି ମାମଲା । ବେଆଇନ ଭାବେ ଆନ୍ଦୋଳନ ଚଳାଇବା ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରୁଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପାଟନାର ଗାନ୍ଧୀ ମଇଦାନରେ ବିନାନୁମତିରେ ଜନ ସୂରାଜ ପାର୍ଟି ଆନ୍ଦୋଳନ କରିଥିବାରୁ ପୋଲିସ ଆକ୍ରୋଶର ଶିକାର ହୋଇଛି ଦଳ । ଗତକାଲି ହୋଇଥିବା ଆନ୍ଦୋଳନ ଅତି ଉଗ୍ରରୂପ ନେଇଥିଲା ଏବଂ ପୋଲିସ ଲାଠିଚାର୍ଜ କରିବା ସହ ପାଣିମାଡ କରିଥିଲା । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ କରି ୭୦ତମ କମ୍ବାଇନଡ୍ କମ୍ପିଟିଟିଭ ପରୀକ୍ଷା ପୁନର୍ବାର କରିବା ଦାବିରେ ଆନ୍ଦୋଳନ କରୁଛନ୍ତି ପରୀକ୍ଷାର୍ଥୀ । ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ପ୍ରଶାନ୍ତ କିଶୋର। ଗତ ୨୮ ତାରିଖରେ ଗାନ୍ଧୀ ମଇଦାନରେ ଛାତ୍ର ସଂସଦ ଗଠନ ଆହ୍ବାନ ଦେଇଥିଲେ। ଏହି ବିଶାଳ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ସାମାଜିକ କର୍ମୀ । ଗତ ଡିସେମ୍ବର ୧୩ ତାରିଖରେ ହୋଇଥିବା ବିପିଏସସି ପରୀକ୍ଷାରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରଠାରୁ ତେଜିବାରେ ଲାଗିଛି ଛାତ୍ର ଆନ୍ଦୋଳନ।

The post ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ, ବିହାର ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ appeared first on .