ବିହାର, ପଶ୍ଚିମବଙ୍ଗକୁ କବଜା କଲେ ଆମେ ଲଲିପପ୍ ଖାଇ ବସି ଯିବୁନାହିଁ: ମମତା
ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏପରିକି କେତେକ ବାଂଲାଦେଶ ନେତା ବଙ୍ଗଳା, ବିହାର ଏବଂ ଓଡ଼ିଶା ଉପରେ ଦେଉଥିବା ବିବୃତ୍ତି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ବାହ୍ୟ ଶକ୍ତି ଭାରତର ଜମି ଦଖଲ କରିବାକୁ ଚେଷ୍ଟା କଲେ ଆମେ କ’ଣ ବସି ଲଲିପପ୍ ଖାଇବୁ ବୋଲି କହିଛନ୍ତି। ଏପରିକି ସେ ଲୋକଙ୍କୁ ଶାନ୍ତ ରହିବାକୁ କହିଛନ୍ତି। ବାଂଲାଦେଶରେ […] The post ବିହାର, ପଶ୍ଚିମବଙ୍ଗକୁ କବଜା କଲେ ଆମେ ଲଲିପପ୍ ଖାଇ ବସି ଯିବୁନାହିଁ: ମମତା appeared first on Dharitri Odia News.
ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏପରିକି କେତେକ ବାଂଲାଦେଶ ନେତା ବଙ୍ଗଳା, ବିହାର ଏବଂ ଓଡ଼ିଶା ଉପରେ ଦେଉଥିବା ବିବୃତ୍ତି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ବାହ୍ୟ ଶକ୍ତି ଭାରତର ଜମି ଦଖଲ କରିବାକୁ ଚେଷ୍ଟା କଲେ ଆମେ କ’ଣ ବସି ଲଲିପପ୍ ଖାଇବୁ ବୋଲି କହିଛନ୍ତି।
ଏପରିକି ସେ ଲୋକଙ୍କୁ ଶାନ୍ତ ରହିବାକୁ କହିଛନ୍ତି। ବାଂଲାଦେଶରେ ଦିଆଯାଇଥିବା ବିବୃତ୍ତି ଉପରେ କ୍ରୋଧିତ ନ ହେବାକୁ ଅନୁରୋଧ କରିଛନ୍ତି। ମମତା କହିଛନ୍ତି, ପଶ୍ଚିମବଙ୍ଗ କେନ୍ଦ୍ର ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ସର୍ବଦା ଛିଡା ହୋଇ ରହିବ। ମମତା ବାଂଲାଦେଶର ନେତାଙ୍କ ବିବୃତ୍ତିକୁ ପରିହାସ କରି ସୁସ୍ଥ ମନରେ ରହିଲେ ମାନସିକ ଶାନ୍ତି ମିଳିବ ବୋଲି କହିଛନ୍ତି।
ସୂଚନା ଯୋଗ୍ୟ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ଏନ୍ଏନ୍ପିପି)ର କେତେକ ନେତା ନିକଟରେ ଡାକାରେ ଏକ ସାଧାରଣ ସଭାରେ ବଙ୍ଗଳା, ବିହାର ଏବଂ ଓଡ଼ିଶା ଉପରେ ଦେଶର ଆଇନଗତ ଦାବି ରହିଥିବା ବିବୃତ୍ତି ଦେଇଥିଲେ। ଏହି ବିବୃତ୍ତି ଉପରେ ରାଜ୍ୟବାସୀଙ୍କୁ ନୀରବ ରହିବାକୁ ମମତା ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ପଶ୍ଚିମବଙ୍ଗ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଜନସାଧାରଣ ଜାତି, ଧର୍ମ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ବାଂଲାଦେଶ ସ୍ଥିତିକୁ ବିରୋଧ କରିଛନ୍ତି। ପଡୋଶୀ ଦେଶର ସ୍ଥିତି ଉପରେ ମନ୍ତବ୍ୟ ଦେବା ବେଳେ ଗଣମାଧ୍ୟମକୁ ମଧ୍ୟ ଦାୟିତ୍ୱ ବୋଧକ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ପଶ୍ଚିମବଙ୍ଗ ଉତ୍ତରପ୍ରଦେଶ ନୁହେଁ ଯେ, ସରକାର ଆପଣଙ୍କ ପ୍ରସାରଣ ଉପରେ ପ୍ରତିବନ୍ଧକ ଲାଗଇବ। ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ସରକାର କାର୍ଯ୍ୟ କରିବ ବୋଲି କହିଛନ୍ତି।
The post ବିହାର, ପଶ୍ଚିମବଙ୍ଗକୁ କବଜା କଲେ ଆମେ ଲଲିପପ୍ ଖାଇ ବସି ଯିବୁନାହିଁ: ମମତା appeared first on Dharitri Odia News.