ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି 

ପାଟନା,୧୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସକାଳେ ତାଙ୍କ ହାତରେ ଯନ୍ତ୍ରଣା ହୋଇଥିଲା। ପରେ ଏହା ଅତ୍ୟଧିକ ହେବା ପରେ ତାଙ୍କୁ ପାଟନାର ମେଦାନ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସ୍ତିଶଲ୍ୟ ବିଭାଗରେ ତାଙ୍କ ଚିକିତ୍ସା ଜାରି ରହିଛି। ପୂର୍ବରୁ ନୀତୀଶ ନିଜର ଅଧ୍ୟକ୍ଷତାରେ ବିହାର କ୍ୟାବିନେଟ ବୈଠକ କରିଥିଲେ। ଏଥିରେ ରାଜ୍ୟର ଅନେକ ପ୍ରସଙ୍ଗକୁ ଅନୁମୋଦନ କରାଯାଇଥିଲା। ମୋଟ ୨୫ ପ୍ରସ୍ତାବ […] The post ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି  appeared first on Dharitri Odia News.

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି 
ପାଟନା,୧୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସକାଳେ ତାଙ୍କ ହାତରେ ଯନ୍ତ୍ରଣା ହୋଇଥିଲା। ପରେ ଏହା ଅତ୍ୟଧିକ ହେବା ପରେ ତାଙ୍କୁ ପାଟନାର ମେଦାନ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସ୍ତିଶଲ୍ୟ ବିଭାଗରେ ତାଙ୍କ ଚିକିତ୍ସା ଜାରି ରହିଛି।
ପୂର୍ବରୁ ନୀତୀଶ ନିଜର ଅଧ୍ୟକ୍ଷତାରେ ବିହାର କ୍ୟାବିନେଟ ବୈଠକ କରିଥିଲେ। ଏଥିରେ ରାଜ୍ୟର ଅନେକ ପ୍ରସଙ୍ଗକୁ ଅନୁମୋଦନ କରାଯାଇଥିଲା। ମୋଟ ୨୫ ପ୍ରସ୍ତାବ ଉପରେ ମୋହର ବାଜିଥିଲା।

The post ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି  appeared first on Dharitri Odia News.