ବିହାର ରାଜନୀତିରେ ହଟଚମଟ...ଇସ୍ତଫା ଦେଲେ ନୀତୀଶ କୁମାର
'ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଶେଷ କରିବା ନେଇ ନିଷ୍ପତ୍ତି ନେଇଛି। ସବୁଆଡୁ ରାୟ ଆସୁଥିଲା। ଏହି ସରକାର ଶେଷ କରିବାକୁ ନିଷ୍ପତ୍ତି ନେଇଛି'।
ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନୀତୀଶ। ବିଜେପି ସହ ମିଶି ସରକାର ଗଠନ କରିବେ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପପଥ ନେବେ। କିଛି ସମୟ ପରେ ନୀତୀଶଙ୍କ ଘରେ ଏନଡିଏ ବୈଠକ ବସିବ।
ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ନୀତୀଶ। ସେ କହିଛନ୍ତି, ‘ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଶେଷ କରିବା ନେଇ ନିଷ୍ପତ୍ତି ନେଇଛି। ସବୁଆଡୁ ରାୟ ଆସୁଥିଲା। ଏହି ସରକାର ଶେଷ କରିବାକୁ ନିଷ୍ପତ୍ତି ନେଇଛି’।