ବିହାର ସିଦ୍ଧେଶ୍ବର ମନ୍ଦିରରେ ଦଳାଚକଟା, ୭ କାଉଡିଆ ମୃତ ଓ ୯ ଆହତ

ପାଟନା: ବିହାର ଜେହନାବାଦ ଜିଲ୍ଲାରେ ଅଘଟଣ । ସିଦ୍ଧେଶ୍ବର ମନ୍ଦିରରେ ଦଳାଚକଟା ହୋଇଛି । ଏଥିରେ  ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ଜଣ ମହିଳା ରହିଥିବା ଜଣାପଡ଼ିଛି । ଶ୍ରାବଣ ମାସ ଚତୁର୍ଥ ସୋମବାର ଥିବାରୁ ମନ୍ଦିରରେ କାଉଡିଆଙ୍କ ପ୍ରବଳ ଭିଡ଼ ଥିଲା । ଏହି ସମୟରେ ଦଳଚକଟା ହୋଇଥିଲା । ଏଥିରେ ୭ଜଣ  ପ୍ରାଣ ହରାଇଛନ୍ତି ।#WATCH | Bihar: Divakar Kumar Vishwakarma, SHO Jehanabad says, "DM and SP visited the spot and they are taking stock of the situation...A total of seven people have died...We are meeting and inquiring the family members (of the people dead and injured)...We are trying to identify… https://t.co/yw6e4wzRiY pic.twitter.com/lYzaoSzVPH— ANI (@ANI) August 12, 2024ସୂଚନା ଅନୁଯାୟୀ, ଶ୍ରାବଣ ମାସର ଚତୁର୍ଥ ସୋମବାର ଥିବାରୁ ଜେହନାବାଦ ସିଦ୍ଧେଶ୍ବର ମନ୍ଦିର  ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଦେବଙ୍କୁ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ ଲାଗିଥିଲା । ଏହି ସମୟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧାଁ-ଦୌଡ଼ ହୋଇଥିଲା । ଫଳରେ ଦଳାଚକଟାରେ ୭ଜଣ ଭକ୍ତ ପ୍ରାଣ ହରାଇଥିବା ବେଳେ ୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୃତ

ବିହାର ସିଦ୍ଧେଶ୍ବର ମନ୍ଦିରରେ ଦଳାଚକଟା, ୭ କାଉଡିଆ ମୃତ ଓ ୯ ଆହତ

ପାଟନା: ବିହାର ଜେହନାବାଦ ଜିଲ୍ଲାରେ ଅଘଟଣ । ସିଦ୍ଧେଶ୍ବର ମନ୍ଦିରରେ ଦଳାଚକଟା ହୋଇଛି । ଏଥିରେ  ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ଜଣ ମହିଳା ରହିଥିବା ଜଣାପଡ଼ିଛି । ଶ୍ରାବଣ ମାସ ଚତୁର୍ଥ ସୋମବାର ଥିବାରୁ ମନ୍ଦିରରେ କାଉଡିଆଙ୍କ ପ୍ରବଳ ଭିଡ଼ ଥିଲା । ଏହି ସମୟରେ ଦଳଚକଟା ହୋଇଥିଲା । ଏଥିରେ ୭ଜଣ  ପ୍ରାଣ ହରାଇଛନ୍ତି ।


ସୂଚନା ଅନୁଯାୟୀ, ଶ୍ରାବଣ ମାସର ଚତୁର୍ଥ ସୋମବାର ଥିବାରୁ ଜେହନାବାଦ ସିଦ୍ଧେଶ୍ବର ମନ୍ଦିର  ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଦେବଙ୍କୁ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ ଲାଗିଥିଲା । ଏହି ସମୟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧାଁ-ଦୌଡ଼ ହୋଇଥିଲା । ଫଳରେ ଦଳାଚକଟାରେ ୭ଜଣ ଭକ୍ତ ପ୍ରାଣ ହରାଇଥିବା ବେଳେ ୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୃତକଙ୍କ ମଧ୍ୟରେ ୫ଜଣ ମହିଳା ଥିବା ଜଣାପଡ଼ିଛି । ଜେହନାବାଦ ଜିଲ୍ଲାପାଳ ଏବଂ ଏସପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।