ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାରତରତ୍ନ
ନୂଆଦିଲ୍ଲୀ: ବିହାରର ‘ଜନନାୟକ’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଛି। ସ୍ୱର୍ଗତ ସମାଜବାଦୀ ନେତାଙ୍କ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ମୃତ୍ୟୁର ୩୫ ବର୍ଷ ପରେ କର୍ପୁରୀଙ୍କୁ ଏହି ସମ୍ମାନ ମିଳିଛି। ୧୯୮୮ ଫେବ୍ରୁଆରି ୧୭ରେ କର୍ପୁରୀ ଠାକୁରଙ୍କର ମୃତ୍ୟୁ ହୋଇଥିଲା। କର୍ପୁରୀଙ୍କୁ ମରଣୋତ୍ତର ଭାରତରତ୍ନ ମିଳିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଆନନ୍ଦିତ […]

ନୂଆଦିଲ୍ଲୀ: ବିହାରର ‘ଜନନାୟକ’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଛି। ସ୍ୱର୍ଗତ ସମାଜବାଦୀ ନେତାଙ୍କ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ମୃତ୍ୟୁର ୩୫ ବର୍ଷ ପରେ କର୍ପୁରୀଙ୍କୁ ଏହି ସମ୍ମାନ ମିଳିଛି। ୧୯୮୮ ଫେବ୍ରୁଆରି ୧୭ରେ କର୍ପୁରୀ ଠାକୁରଙ୍କର ମୃତ୍ୟୁ ହୋଇଥିଲା। କର୍ପୁରୀଙ୍କୁ ମରଣୋତ୍ତର ଭାରତରତ୍ନ ମିଳିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଆନନ୍ଦିତ ଯେ ଭାରତ ସରକାର ସାମାଜିକ ନ୍ୟାୟର ପ୍ରତୀକ, ମହାନ ଜନନାୟକ କର୍ପୂରୀ ଠାକୁରଜୀଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ତାହା ମଧ୍ୟ ସେହି ସମୟରେ ଯେତେବେଳେ ଆମେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ଏହି ପୁରସ୍କାର କେବଳ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରେ ନାହିଁ ବରଂ ଏକ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସମତାପୂର୍ଣ୍ଣ ସମାଜ ଗଠନ ଲାଗି ଆମକୁ ପ୍ରେରଣା ଦେଇଥାଏ ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କର୍ପୁରୀ ଠାକୁର ଡିସେମ୍ବର ୧୯୭୦ରୁ ଜୁନ୍ ୧୯୭୧ ଏବଂ ଜୁନ୍ ୧୯୭୭ରୁ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।