ବିହାରରେ ଆସନ ବୁଝାମଣାକୁ ନେଇ ଚାଲିଥିବା ଟଣାଓଟରାର ଶେଷ: କଂଗ୍ରେସକୁ ମିଳିବ ୯ଟି ଆସନ

ପାଟନା: ବିହାରରେ କଂଗ୍ରେସ ଓ ଆର୍‌ଜେଡି ଭିତରେ ଆସନ ବୁଝାମଣାକୁ ନେଇ ଚାଲିଥିବା ଟଣାଓଟରାର ସମାଧାନ ହୋଇଛି। ଗତ ଦିନ ହେଲା ରାଜ୍ୟରେ ଆସନ ବୁଝାମଣା ନେଇ ସସ୍‌ପେନ୍ସ ଜାରି ରହିଥିଲା। ହେଲେ ବୁଧବାର ଦୁଇ ମଧ୍ୟରେ ଶିଟ୍ ଶେୟାରିଂ ଫାଇନାଲ୍ ହୋଇଛି। ବିହାରରେ କଂଗ୍ରେସ ୮ଟି ଆସନରେ ନିର୍ବାଚନ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି। ତେବେ କଂଗ୍ରେସ ଗୋଟିଏ ସିଟ୍ ମାଗୁଥିବା ଜଣାପଡ଼ିଛି। ରାଜ୍ୟରେ କଂଗ୍ରେସକୁ ୯ଟି ଆସନ ଦେବାକୁ ଆର୍‌ଜେଡି ରାଜି ହୋଇଥିବା ଖବର ମିଳିଛି। କଂଗ୍ରେସ କୋଟାରେ ଦିଆଯାଇଥିବା ବିହାରର ୮ ଟି ଆସନ ହେଲା - କଟିହାର, କିଶାନଗଞ୍ଜ, ଭାଗଲପୁର, ସମସ୍ତିପୁର, ମୁଜାଫରପୁର, ବେତିୟା, ପାଟନା ସାହିବ ଏବଂ ସାସାରାମ। ଏହି ଆସନ ବ୍ୟତୀତ ଦଳକୁ ଶିବହାର କିମ୍ବା ମହାରାଜଗଞ୍ଜରେ ଆଉ ଗୋଟିଏ ଆସନ ମିଳିବ। କଂଗ୍ରେସର ଆସନ ସ୍ଥିର ହେବା ପରେ ଇଣ୍ଡିଆ ଆଲାଇନ୍ସରେଳ ସିଟ୍ ସ୍ଥିର ହୋଇଛି।ଅନ୍ୟପକ୍ଷରେ, ପପୁ ଯାଦବଙ୍କ ଦଳ ଜନ ଅଧିକାର ପାର୍ଟି କଂଗ୍ରେସ ସହିତ ବିଲୟ ହେବା ପରେ ପୁର୍ନିଆ ଆସନକୁ ନେଇ କଂଗ୍ରେସ ଏବଂ ଆରଜେଡି ମଧ୍ୟରେ କଳହ ଲାଗି ରହିଛି। ଆରଜେଡି ଏହି ଆସନକୁ କଂଗ୍ରେସକୁ ଦେବାକୁ ଚାହୁଁନଥିବା ବେଳେ ପପୁ ଯାଦବ ଏଥିରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ତେବେ ବୁଧବାର ହୋଇଥିବା ବୈଠକରେ ପୁର୍ନିଆ ଆସନରେ ଜେଡିୟୁ ଛାଡିଥିବା ବିମା ଭାରତୀଙ୍କୁ ଟିକେଟ୍ ଦେବାକୁ ନିଷ୍ପତ୍ତି ହୋଇଛି। ବିମା ଭାରତୀଙ୍କୁ ଆର୍‌ଜେଡି ନିର୍ବାଚ

ବିହାରରେ ଆସନ ବୁଝାମଣାକୁ ନେଇ ଚାଲିଥିବା ଟଣାଓଟରାର ଶେଷ: କଂଗ୍ରେସକୁ ମିଳିବ ୯ଟି ଆସନ

ପାଟନା: ବିହାରରେ କଂଗ୍ରେସ ଓ ଆର୍‌ଜେଡି ଭିତରେ ଆସନ ବୁଝାମଣାକୁ ନେଇ ଚାଲିଥିବା ଟଣାଓଟରାର ସମାଧାନ ହୋଇଛି। ଗତ ଦିନ ହେଲା ରାଜ୍ୟରେ ଆସନ ବୁଝାମଣା ନେଇ ସସ୍‌ପେନ୍ସ ଜାରି ରହିଥିଲା। ହେଲେ ବୁଧବାର ଦୁଇ ମଧ୍ୟରେ ଶିଟ୍ ଶେୟାରିଂ ଫାଇନାଲ୍ ହୋଇଛି। 

ବିହାରରେ କଂଗ୍ରେସ ୮ଟି ଆସନରେ ନିର୍ବାଚନ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି। ତେବେ କଂଗ୍ରେସ ଗୋଟିଏ ସିଟ୍ ମାଗୁଥିବା ଜଣାପଡ଼ିଛି। ରାଜ୍ୟରେ କଂଗ୍ରେସକୁ ୯ଟି ଆସନ ଦେବାକୁ ଆର୍‌ଜେଡି ରାଜି ହୋଇଥିବା ଖବର ମିଳିଛି। 

କଂଗ୍ରେସ କୋଟାରେ ଦିଆଯାଇଥିବା ବିହାରର ୮ ଟି ଆସନ ହେଲା - କଟିହାର, କିଶାନଗଞ୍ଜ, ଭାଗଲପୁର, ସମସ୍ତିପୁର, ମୁଜାଫରପୁର, ବେତିୟା, ପାଟନା ସାହିବ ଏବଂ ସାସାରାମ। ଏହି ଆସନ ବ୍ୟତୀତ ଦଳକୁ ଶିବହାର କିମ୍ବା ମହାରାଜଗଞ୍ଜରେ ଆଉ ଗୋଟିଏ ଆସନ ମିଳିବ। କଂଗ୍ରେସର ଆସନ ସ୍ଥିର ହେବା ପରେ ଇଣ୍ଡିଆ ଆଲାଇନ୍ସରେଳ ସିଟ୍ ସ୍ଥିର ହୋଇଛି।

ଅନ୍ୟପକ୍ଷରେ, ପପୁ ଯାଦବଙ୍କ ଦଳ ଜନ ଅଧିକାର ପାର୍ଟି କଂଗ୍ରେସ ସହିତ ବିଲୟ ହେବା ପରେ ପୁର୍ନିଆ ଆସନକୁ ନେଇ କଂଗ୍ରେସ ଏବଂ ଆରଜେଡି ମଧ୍ୟରେ କଳହ ଲାଗି ରହିଛି। ଆରଜେଡି ଏହି ଆସନକୁ କଂଗ୍ରେସକୁ ଦେବାକୁ ଚାହୁଁନଥିବା ବେଳେ ପପୁ ଯାଦବ ଏଥିରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ତେବେ ବୁଧବାର ହୋଇଥିବା ବୈଠକରେ ପୁର୍ନିଆ ଆସନରେ ଜେଡିୟୁ ଛାଡିଥିବା ବିମା ଭାରତୀଙ୍କୁ ଟିକେଟ୍ ଦେବାକୁ ନିଷ୍ପତ୍ତି ହୋଇଛି। ବିମା ଭାରତୀଙ୍କୁ ଆର୍‌ଜେଡି ନିର୍ବାଚନ ଚିହ୍ନ ଦେବାକୁ ରାଜି ହୋଇଛି। ବର୍ତ୍ତମାନ ବିହାରର ୪୦ ଟି ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟ ମଧ୍ୟରେ ଆସନ ବୁଝାମଣା  ଶେଷ ହୋଇଛି। କଂଗ୍ରେସ, ଆରଜେଡି ଏବଂ ବାମପନ୍ଥୀ ମଧ୍ୟରେ ଆସନବୁଝାମଣା ହୋଇଛି।