ବିହାରରେ ଭୁଶୁଡ଼ି ଚାଲିଛି ବ୍ରିଜ: ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ, ଦୁର୍ବଳ ପୋଲ ବଢ଼ାଇଲା ନୀତିଶଙ୍କ ଚିନ୍ତା

କନକ ବ୍ୟୁରୋ: ଦୀର୍ଘ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନୀତୀଶ କୁମାର। ରାଜ୍ୟରେ ରାଜନୀତି ଗୋଳିଆ ହେଲେ ମଧ୍ୟ ନିଜ ଆସନକୁ ଏଯାବତ ସୁରକ୍ଷିତ ରଖିପାରିବାରେ ସଫଳ ହୋଇଛନ୍ତି ସୁଶାସନ ବାବୁ। କିନ୍ତୁ ଏବେ ବର୍ଷା ଦିନରେ ରାଜ୍ୟରେ ଯେଉଁଭଳି ଭାବେ ପୋଲ ଭୁଶୁଡିବା ଆରମ୍ଭ କରିଛି ତାହା ଚିନ୍ତାଜନକ। ଗୋଟିଏ କି ଦୁଇଟି ନୁହେଁ ୧୭ ଦିନରେ ଭୁଶୁଡିଲାଣି ୧୨ ପୋଲ । ଯାହା ରାଜ୍ୟବାସୀଙ୍କୁ ଏହିପରି ଭାବିବାକୁ ବାଧ୍ୟ କରିଛି। ଗୁରୁବାର ସରଣ […] The post ବିହାରରେ ଭୁଶୁଡ଼ି ଚାଲିଛି ବ୍ରିଜ: ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ, ଦୁର୍ବଳ ପୋଲ ବଢ଼ାଇଲା ନୀତିଶଙ୍କ ଚିନ୍ତା first appeared on Kanak News.

ବିହାରରେ ଭୁଶୁଡ଼ି ଚାଲିଛି ବ୍ରିଜ: ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ, ଦୁର୍ବଳ ପୋଲ ବଢ଼ାଇଲା ନୀତିଶଙ୍କ ଚିନ୍ତା

କନକ ବ୍ୟୁରୋ: ଦୀର୍ଘ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନୀତୀଶ କୁମାର। ରାଜ୍ୟରେ ରାଜନୀତି ଗୋଳିଆ ହେଲେ ମଧ୍ୟ ନିଜ ଆସନକୁ ଏଯାବତ ସୁରକ୍ଷିତ ରଖିପାରିବାରେ ସଫଳ ହୋଇଛନ୍ତି ସୁଶାସନ ବାବୁ। କିନ୍ତୁ ଏବେ ବର୍ଷା ଦିନରେ ରାଜ୍ୟରେ ଯେଉଁଭଳି ଭାବେ ପୋଲ ଭୁଶୁଡିବା ଆରମ୍ଭ କରିଛି ତାହା ଚିନ୍ତାଜନକ। ଗୋଟିଏ କି ଦୁଇଟି ନୁହେଁ ୧୭ ଦିନରେ ଭୁଶୁଡିଲାଣି ୧୨ ପୋଲ । ଯାହା ରାଜ୍ୟବାସୀଙ୍କୁ ଏହିପରି ଭାବିବାକୁ ବାଧ୍ୟ କରିଛି। ଗୁରୁବାର ସରଣ ଜିଲ୍ଲାରେ ସଦ୍ୟତମ ଘଟଣା ଘଟିଛି। ଗଣ୍ଡକି ନଦୀ ଉପରେ ୧୫ ବର୍ଷ ପୁରୁଣା ପୋଲ ଭୁଶୁଡ଼ି ପଡ଼ିଛି । କିନ୍ତୁ କେହି ମୃତାହତ ହୋଇନାହାନ୍ତି। ଜିଲ୍ଲାପାଳ ଅମନ ସମୀରଙ୍କ ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ସରଣରେ ତୃତୀୟ ପୋଲ ଭୁଶୁଡ଼ି ପଡ଼ିଛି। ଦେଓରିଆରେ ଗଣ୍ଡକ ନଦୀ ଉପରେ ଥିବା ୪୦ ବର୍ଷ ପୁରୁଣା ପୋଲର ଏକ ଆଧାରଶୀଳା ବୁଡ଼ି ଯିବାରୁ ପୋଲଟି ଭୁଶୁଡ଼ି ପଡ଼ିଛି। ଏହାର କାରଣ ଏବେ ବି ତଦନ୍ତ ଚାଲିଛି । ସରଣ ବ୍ୟତୀତ ସିୱାନ, ଛପ୍ରା, ମଧୁବନୀ, ଅରାରିଆ, ପୂର୍ବ ଚମ୍ପାରଣ ଓ କିଶନଗଞ୍ଜ ଜିଲ୍ଲାରେ ସପ୍ତାହକ ମଧ୍ୟରେ ପୋଲ ଭୁଶୁଡ଼ି ପଡ଼ିଛି । ଟେଉଟା ଅଞ୍ଚଳରେ ୫ ବର୍ଷ ପୁରୁଣା ଆଉ ଏକ ପୋଲ ଭୁଶୁଡ଼ି ପଡ଼ିଛି। ସିୱାନ ଜିଲ୍ଲାର ତୃତୀୟ ପୋଲ ଧାମିରେ ଭୁଶୁଡ଼ି ପଡ଼ିଛି।

ବିହାରରେ ଦୀର୍ଘ ବର୍ଷ ହେବା ମୁଖ୍ୟମନ୍ତ୍ରୀ ଆସନରେ ରହିଛନ୍ତି ନୀତୀଶ କୁମାର । ନିଜ କାର୍ଯ୍ୟକାଳ ଭିତରେ ଅନେକ ବିକାଶ କାମ ହୋଇଛି ବୋଲି ଦାବି କରୁଛନ୍ତି । କିନ୍ତୁ ଯେଉଁଭଳି ଭାବେ ପୋଲ ଭୁଶୁଡିବା ଆରମ୍ଭ କରିଛି ତାହା ବୟାନ କରୁଛି କାମର ମାନ କିଭଳି ହୋଇଥିବ । ଏବେ ବର୍ଷା ଦିନ ଯେଉଁଭଳି ଭାବେ ପୋଲ ଭୁଶୁଡୁଛି ଏବଂ ସରକାର ଉପରେ ପ୍ରଶ୍ନ ଉଠୁଛି ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତତ୍ପରତା ଦେଖାଇଛନ୍ତି । ଏଥିପାଇଁ ଏକ ବୈଠକ ବସିବା ପରେ ଦୁର୍ବଳ ହୋଇଯାଇଥିବା ପୋଲକୁ ଚିହ୍ନଟ କରି ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୀତୀଶ କୁମାର। ଇତିମଧ୍ୟରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଯେଉଁଥିରେ ବିହାର ସରକାରଙ୍କୁ ଷ୍ଟ୍ରକ୍ଚରାଲ୍ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେବା ସହ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି କରାଯାଇଛି। ରାଜ୍ୟରେ ସେତୁଗୁଡ଼ିକର ସୁରକ୍ଷା ଓ ଦୀର୍ଘାୟୁକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ମାନଦଣ୍ଡ ଅନୁଯାୟୀ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ପ୍ୟାନେଲ ଗଠନ କରିବା ଏବଂ ସେତୁଗୁଡ଼ିକର ରିଅଲ୍ ଟାଇମ୍ ମନିଟରିଂ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି।

କେତେବେଳେ ବିଜେପି ସହିତ ମିଶି ସରକାର ତ ଆଉ କେତେବେଳେ ଆରଜେଡି ଓ କଂଗ୍ରେସ ସହ ମିଶି ନୀତୀଶ କୁମାର ସରକାର ଗଢିଛନ୍ତି। ରାଜ୍ୟରେ ବିକାଶ ହୋଇଛି ବୋଲି ଡେଙ୍ଗୁରା ପିଟୁଛନ୍ତି ଏବଂ ସୁଶାସନ ବାବୁର ଭାବମୂର୍ତି ତିଆରି କରିଛନ୍ତି । କିନ୍ତୁ ନିଜ ଆସନ ସୁରକ୍ଷିତ ରହିଥିବା ବେଳେ ଲୋକଙ୍କ ପାଇଁ ତିଆରି ହୋଇଥିବା ପୋଲ ଭୁଶୁଡିବା ଚିନ୍ତାଜନକ ।

The post ବିହାରରେ ଭୁଶୁଡ଼ି ଚାଲିଛି ବ୍ରିଜ: ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ, ଦୁର୍ବଳ ପୋଲ ବଢ଼ାଇଲା ନୀତିଶଙ୍କ ଚିନ୍ତା first appeared on Kanak News.