ବିହାରରେ ଭୁଶୁଡିଲା ଆଉ ୩ ପୋଲ, ୧୫ ଦିନରେ ୯ ପୋଲ ନେଲାଣି ଜଳ ସମାଧି

ପାଟନା ୩।୭: ବିହାରରେ ପୋଲ ଭୁଶୁଡିବା ଘଟଣା ଥମୁନି। ବୁଧବାର ସିବାନ ଜିଲ୍ଲାରେ ୩ଟି ପୋଲ ଭୁଶୁଡିବା ପରେ ୧୫ ଦିନରେ ରାଜ୍ୟର ୯ ପୋଲ ଜଳସମାଧି ନେଇ ସାରିଲାଣି। ବୁଧବାର ଅର୍ଥାତ ଜୁନ ୩ ତାରିଖ ଦିନ ଏକାଦିକ୍ରମେ ୩ଟି ପୋଲ ଭୁଶୁଡି ପଡିଛି। ଏଥିରୁ ୨ଟି ପୋଲ ଗଣ୍ଡକୀ ନଦୀ ଉପରେ ନିର୍ମିତ ହୋଇଥିବା ବେଳେ ଅନ୍ୟ ଗୋଟିଏ ପୋଲ ଧମହୀ ନଦୀ ଉପରେ ଥିଲା। ଏହି ପୋଲଗୁଡିକ ଭୂଷୁଡିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ବିହାରର ନିତିଶ ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ପୋଲଗୁଡିକ ଭୁଶୁଡି ପଡିବା ଯୋଗୁ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ଜାରି ଥିବା ପୋଲ ଭୁଶୁଡିବା ଘଟଣାରେ ଗୋଟେ ବି ମୃତାହତ ଅଭିଯୋଗ ନାହିଁ। ତେବେ ଉପ ବିକାଶ କମିଶନର କହିଛନ୍ତି ଯେ ପୋଲ ଗୁଡିକ ଏପରି ଗଳିପଡିବା ଘଟଣାର ଯାଞ୍ଚ କରାଯାଉଛି। ସେ କହିଛନ୍ତି ଯେ ବ୍ଲକର ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଓ ପୋଲ ଗୁଡିକୁ ଯାତାୟାତ ନିମନ୍ତେ ବାଧିତ କରିଥିଲେ। आज बिहार में एक ही दिन में ???? पुल और गिरे।सुशासनी नेकचलनी के सौजन्य से विगत ???????? दिन में बिहार में कुल ???? पुल जल समाधि ले चुके है।डबल इंजन सरकार अब इसका दोष भी विपक्ष को देकर अपने कर्तव्यों, सुशीलता से परिपूर्ण वसूली तंत्र एवं डबल इंजन पॉवर्ड भ्रष्

ବିହାରରେ ଭୁଶୁଡିଲା ଆଉ ୩ ପୋଲ, ୧୫ ଦିନରେ ୯ ପୋଲ ନେଲାଣି ଜଳ ସମାଧି

ପାଟନା ୩।୭: ବିହାରରେ ପୋଲ ଭୁଶୁଡିବା ଘଟଣା ଥମୁନି। ବୁଧବାର ସିବାନ ଜିଲ୍ଲାରେ ୩ଟି ପୋଲ ଭୁଶୁଡିବା ପରେ ୧୫ ଦିନରେ ରାଜ୍ୟର ୯ ପୋଲ ଜଳସମାଧି ନେଇ ସାରିଲାଣି। ବୁଧବାର ଅର୍ଥାତ ଜୁନ ୩ ତାରିଖ ଦିନ ଏକାଦିକ୍ରମେ ୩ଟି ପୋଲ ଭୁଶୁଡି ପଡିଛି। ଏଥିରୁ ୨ଟି ପୋଲ ଗଣ୍ଡକୀ ନଦୀ ଉପରେ ନିର୍ମିତ ହୋଇଥିବା ବେଳେ ଅନ୍ୟ ଗୋଟିଏ ପୋଲ ଧମହୀ ନଦୀ ଉପରେ ଥିଲା। ଏହି ପୋଲଗୁଡିକ ଭୂଷୁଡିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ବିହାରର ନିତିଶ ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। 

ଏହି ପୋଲଗୁଡିକ ଭୁଶୁଡି ପଡିବା ଯୋଗୁ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ଜାରି ଥିବା ପୋଲ ଭୁଶୁଡିବା ଘଟଣାରେ ଗୋଟେ ବି ମୃତାହତ ଅଭିଯୋଗ ନାହିଁ। ତେବେ ଉପ ବିକାଶ କମିଶନର କହିଛନ୍ତି ଯେ ପୋଲ ଗୁଡିକ ଏପରି ଗଳିପଡିବା ଘଟଣାର ଯାଞ୍ଚ କରାଯାଉଛି। ସେ କହିଛନ୍ତି ଯେ ବ୍ଲକର ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଓ ପୋଲ ଗୁଡିକୁ ଯାତାୟାତ ନିମନ୍ତେ ବାଧିତ କରିଥିଲେ। 


ସେ କହିଛନ୍ତି ଯେ ଦେବରିଆ ଜିଲ୍ଲାରେ ବୁଧବାର ଗୋଟିଏ ପୋଲର ଅଂଶ ଗଳିପଡ଼ିଥିଲା। ତେବେ ପୋଲ ଗଳିପଡିବାର କାରଣ ଜଣାପଡି ନାହିଁ। ପ୍ରାରମ୍ଭିକ ସୂଚନା ମୁତାବକ ଏହି ପୋଲର ନିର୍ମାଣ ୧୯୮୨-୮୩ ମସିହାରେ ହୋଇଥିଲା। ଗତ କିଛି ଦିନ ହେଲା ପୋଲର ମରାମତି କାମ କରାଯାଉଥିଲା। ଏଥି ମଧ୍ୟରେ ଆଉ ଦୁଇଟି ପୋଲ ଗଳିପଡିଥିବାର ଖବର ଆସିଛି। ତେବେ ଗ୍ରାମୀଣଙ୍କ କହିବା ଅନୁସାରେ ଗତ ଦିନରେ ହୋଇଥିବା ଭୀଷଣ ବର୍ଷା ଯୋଗୁ ପୋଲ ଭୁଶୁଡି ପଡିଛି। 


ନିକଟରେ ମଧୁବନୀ, ଅରରିଆ, ପୂର୍ବ ଚମ୍ପାରଣ ଓ କିଶନଗଞ୍ଜ ଆଦି ଜିଲ୍ଲାମାନଙ୍କରେ ଏପରି ଘଟଣା ସବୁ ଘଟିଛି। ଯାହା ଏବେ ରାଜ୍ୟର ଭିତ୍ତିଭୂମିକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ତେବେ ବିହାର ସରକାର ଏପରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଏକ କମିଟି ଗଠନ କରିଛନ୍ତି।