ବିହାରରେ ରାହୁଲଙ୍କୁ କୁନି ବାଳକ ପଚାରିଲେ- ଆପଣ ବିବାହ କେବେ କରିବେ? ଜବାବରେ…
ପାଟନା,୩୧।୧: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ବିହାରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜଣେ ୬ ବର୍ଷର ୟୁଟ୍ୟୁବର୍ ବିବାହ କେବେ କରିବେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ଏବେ ମୁଁ କାମ କରୁଛି। ଯେବେ କାମ ଶେଷ ହୋଇଯିବ ସେତେବେଳେ ବିବାହ କରିବି ବୋଲି ରାହୁଲ କହିଛନ୍ତି। ପରେ ସେ ମଧ୍ୟ ବାଳକଙ୍କୁ ତୁମେ ବିବାହ କେବେ କରିବ ବୋଲି ପାଲଟା ପ୍ରଶ୍ନ ପଚାରିଥିଲେ। ଏହାର ଜବାବ ଦେଇ ଯେବେ ବଡ଼ ହୋଇଯିବି […] The post ବିହାରରେ ରାହୁଲଙ୍କୁ କୁନି ବାଳକ ପଚାରିଲେ- ଆପଣ ବିବାହ କେବେ କରିବେ? ଜବାବରେ… appeared first on Dharitri Odia News.
ପାଟନା,୩୧।୧: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ବିହାରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜଣେ ୬ ବର୍ଷର ୟୁଟ୍ୟୁବର୍ ବିବାହ କେବେ କରିବେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ଏବେ ମୁଁ କାମ କରୁଛି। ଯେବେ କାମ ଶେଷ ହୋଇଯିବ ସେତେବେଳେ ବିବାହ କରିବି ବୋଲି ରାହୁଲ କହିଛନ୍ତି। ପରେ ସେ ମଧ୍ୟ ବାଳକଙ୍କୁ ତୁମେ ବିବାହ କେବେ କରିବ ବୋଲି ପାଲଟା ପ୍ରଶ୍ନ ପଚାରିଥିଲେ।
ଏହାର ଜବାବ ଦେଇ ଯେବେ ବଡ଼ ହୋଇଯିବି ବିବାହ କରିବି ବୋଲି ସେ କହିଥିଲେ। ତେବେ ସୋସିଆଲ ମିଡିଆ ଆକାଉଣ୍ଟରେ ରାହୁଲ ନିଜ ଯାତ୍ରାକାଳରେ ଘଟିଥିବା ଏହି ମଜାଦାର କଥୋପକଥନର ଭିଡିଓ ଶେୟାର କରିଛନ୍ତି। କିଶନଗଞ୍ଜର ଏହି ଛୋଟ ବାଳକ ମିଷ୍ଟର ବିଷ୍ଟକୁ ବିଦା କରିବାକୁ ଆସିଛନ୍ତି ବୋଲି କ୍ୟାପଶନରେ ସେ ଲେଖିଛନ୍ତି।
ବାଳକଜଣଙ୍କ ହେଲେ ଅର୍ଶ ନଓ୍ବାଜ। ସେ ୟୁଟ୍ୟୁବ୍ରେ ବ୍ଲଗ କରିଥାନ୍ତି। ବିହାରର କିଶନଗଞ୍ଜରେ ପହଞ୍ଚିଥିବା ରାହୁଲଙ୍କୁ ଦେଖି ସେ ତାଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ କେହି ବି ତାଙ୍କର ସହାୟତା କରି ନ ଥିଲେ। ଏଭଳି ଭାବେ ବାଳକଟି ରାହୁଲଙ୍କ ବସ୍ ନିକଟରେ ପହଞ୍ଚିଥିଲା। ପିଲାଟିକୁ ଦେଖି ରାହୁଲ ଅଟକି ଯାଇଥିଲେ। ତାଙ୍କୁ ବସ୍ରେ ବସାଇଥିଲେ। ସେତେବେଳେ ଅର୍ଶ ରାହୁଲଙ୍କୁ ୟୁଟ୍ୟୁବ୍ ଲାଗି ବ୍ଲଗ୍ କରୁଥିବା କହିଥିଲେ। ଏପରିକି ତାଙ୍କ ସହ ମଧ୍ୟ ଏକ ବ୍ଲଗ କରିଥିଲେ।
The post ବିହାରରେ ରାହୁଲଙ୍କୁ କୁନି ବାଳକ ପଚାରିଲେ- ଆପଣ ବିବାହ କେବେ କରିବେ? ଜବାବରେ… appeared first on Dharitri Odia News.