ବୀରମହାରାଜପୁର ରେ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି l ବୁଧବାର ପୂର୍ବାହ୍ନ ରେ ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କ ନେତୃତ୍ୱ ରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ। […] The post ବୀରମହାରାଜପୁର ରେ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ପାଳିତ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି l ବୁଧବାର ପୂର୍ବାହ୍ନ ରେ ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କ ନେତୃତ୍ୱ ରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ବାଜପେୟୀଙ୍କ ଜନ୍ମ ଶତ ବାର୍ଷିକୀ ଅବସରରେ ସାରାଦେଶ ସୁଶାସନ ଦିବସ ଭାବେ ପାଳନ କରୁଥିବା ବେଳେ ଏହି ଅବସରରେ ବିଧାୟକ ଙ୍କ ନେତୃତ୍ୱ ରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ଏହି ଶୋଭାଯାତ୍ରା ରେ ବିଧାୟକ ଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ , ନାରୀ ନେତ୍ରୀ ପୁଷ୍ପା ପଣ୍ଡା , ନଳିନୀ ପଣ୍ଡା , ଦଳ ର ବରିଷ୍ଠ ସଦସ୍ୟ ବେଣୁଧର ଦାସ , ସୁରେନ୍ଦ୍ର ତ୍ରିପାଠୀ , ସତ୍ୟ ମିଶ୍ର , ଆନନ୍ଦ ବିଶ୍ଵାଳ , ଆଶୋକ ସାହୁ , ପ୍ରଭାସ ପଣ୍ଡା , ବିପିନ ପଣ୍ଡା ଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଦଳୀୟ ପତାକା ଧରି ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ l
The post ବୀରମହାରାଜପୁର ରେ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ପାଳିତ appeared first on Odisha.News.