ବୀରମହାରାଜପୁର ରେ ଶୌଚାଳୟ କି ପରିସ୍ରାଗାର ନ ଥିବାରୁ ଯିବା ଆସିବା କରୁଥିବା ଲୋକେ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପରିସ୍ରାଗାର କିମ୍ବା ଶୌଚାଳୟ ନଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।‌ ଏଠାକୁ ବିଭିନ୍ନ ସରକାରୀ କାମ ଓ ସାମଗ୍ରୀ କିଣାବିକା ପାଇଁ ପ୍ରତିଦିନ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଲୋକ ଆସୁଛନ୍ତି । ହେଲେ ସେମାନଙ୍କ ପାଇଁ ସହରର କୈାଣସି ସ୍ଥାନରେ ପରିସ୍ରାର ଗାର ଟିଏ ନାହିଁ। ଫଳରେ ଏଠାକୁ ଆସୁଥିବା ଲୋକମାନେ […] The post ବୀରମହାରାଜପୁର ରେ ଶୌଚାଳୟ କି ପରିସ୍ରାଗାର ନ ଥିବାରୁ ଯିବା ଆସିବା କରୁଥିବା ଲୋକେ ହନ୍ତସନ୍ତ appeared first on Odisha.News.

ବୀରମହାରାଜପୁର ରେ ଶୌଚାଳୟ କି ପରିସ୍ରାଗାର ନ ଥିବାରୁ ଯିବା ଆସିବା କରୁଥିବା ଲୋକେ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପରିସ୍ରାଗାର କିମ୍ବା ଶୌଚାଳୟ ନଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।‌ ଏଠାକୁ ବିଭିନ୍ନ ସରକାରୀ କାମ ଓ ସାମଗ୍ରୀ କିଣାବିକା ପାଇଁ ପ୍ରତିଦିନ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଲୋକ ଆସୁଛନ୍ତି । ହେଲେ ସେମାନଙ୍କ ପାଇଁ ସହରର କୈାଣସି ସ୍ଥାନରେ ପରିସ୍ରାର ଗାର ଟିଏ ନାହିଁ। ଫଳରେ ଏଠାକୁ ଆସୁଥିବା ଲୋକମାନେ ବିଶେଷ କରି ମହିଳା ମାନେ ପରିସ୍ରା ଏବଂ ଶୌଚାଳୟ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ପାଇଁ ସହରରେ ସ୍ୱଚ୍ଛତା ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି। କାହିଁକି ଲୋକଙ୍କ ଜରୁରୀକାଳୀନ ସୁବିଧା ପ୍ରତି ପ୍ରାଥମିକତା ଦିଆଯାଉ ନାହିଁ ସେନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।‌ ବୀରମହାରାଜପୁର ସହରରେ ଜନସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ସେହି ମାତ୍ରାରେ କଂକ୍ରିଟ ଘର ମଧ୍ୟ ବଢି ଚାଲିଛି। ସେହିପରି ସହର ମୁଖ୍ୟ ରାସ୍ତାରେ ବହୁ ସଂଖ୍ୟକ ବିଭିନ୍ନ ପ୍ରକାରର ଯାନବାହାନ ମଧ୍ୟ ଯିବା ଆସିବା କରୁଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଜାତୀୟ କରଣ ବ୍ୟାଙ୍କ,ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ଆଦି ରହିଥିବା ରୁ ଛାତ୍ରଛାତ୍ରୀଙ୍କ ଠୁଁ ଆରମ୍ଭ କରି ବିଭିନ୍ନ କାମ ନେଇ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ଶତାଧିକ ଲୋକଙ୍କ ଭିଡ ରହିଥାଏ। ସେହିପରି ଦୈନିକ ବଜାର ବସୁଥିବା ପନିପରିବା କିଣିବା ବିକିବା ପାଇଁ ଲୋକଙ୍କ ନାହିଁ ନଥିବାର ଗହଲି ହୋଇଥାଏ। ‌ସହର ଭିତରେ କୈାଣସି ଛକ କିମ୍ବା ରାସ୍ତା ପାର୍ଶ୍ବରେ ଶୈଚାଳୟ କି ପରିସ୍ରାଗାର ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ଲୋକ ଖୋଳା ମେଲାରେ କାନ୍ଥ ବାଡ, ରାସ୍ତା ପାର୍ଶ୍ବରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି।

The post ବୀରମହାରାଜପୁର ରେ ଶୌଚାଳୟ କି ପରିସ୍ରାଗାର ନ ଥିବାରୁ ଯିବା ଆସିବା କରୁଥିବା ଲୋକେ ହନ୍ତସନ୍ତ appeared first on Odisha.News.