ବୁଝୁନି ସୁରଙ୍କ ମନ; ସାନପୁଅ ପାଇଁ କଲେ ପୁଣି ପ୍ରଚାର
ଭୁବନେଶ୍ୱର,୫।୪: ସୁର ରାଉତରାୟଙ୍କ ବୁଝୁନି ମନ । ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶ ପରେ ବି ବିଜେଡି ଏମପି ପ୍ରାର୍ଥୀ ତଥା ନିଜ ସାନ ପୁଅ ମନ୍ମଥଙ୍କ ପାଇଁ ପୁଣି ମାଗିଛନ୍ତି ଭୋଟ। ଏଆଇସିସି ଶୃଙ୍ଖଳା କମିଟିକୁ ଲିଖିତ ପ୍ରତିଶ୍ରୁତି ଦେବାର କିଛି ଘଣ୍ଟା ପରେ ନିଜ ସାନ ପୁଅ ପାଇଁ କରିଛନ୍ତି କ୍ୟାମ୍ପେନ । ତେବେ ଏହାକୁ ନେଇ ସୁରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ସାନପୁଅ ମନ୍ମଥ ପାଇଁ […] The post ବୁଝୁନି ସୁରଙ୍କ ମନ; ସାନପୁଅ ପାଇଁ କଲେ ପୁଣି ପ୍ରଚାର appeared first on Dharitri Odia News.
ଭୁବନେଶ୍ୱର,୫।୪: ସୁର ରାଉତରାୟଙ୍କ ବୁଝୁନି ମନ । ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶ ପରେ ବି ବିଜେଡି ଏମପି ପ୍ରାର୍ଥୀ ତଥା ନିଜ ସାନ ପୁଅ ମନ୍ମଥଙ୍କ ପାଇଁ ପୁଣି ମାଗିଛନ୍ତି ଭୋଟ। ଏଆଇସିସି ଶୃଙ୍ଖଳା କମିଟିକୁ ଲିଖିତ ପ୍ରତିଶ୍ରୁତି ଦେବାର କିଛି ଘଣ୍ଟା ପରେ ନିଜ ସାନ ପୁଅ ପାଇଁ କରିଛନ୍ତି କ୍ୟାମ୍ପେନ ।
ତେବେ ଏହାକୁ ନେଇ ସୁରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ସାନପୁଅ ମନ୍ମଥ ପାଇଁ ପ୍ରଚାର କରିବେ ନାହିଁ ବୋଲି କହି କଂଗ୍ରେସକୁ କଥା ଦେଇଥିବା ସୁର ପୁଣି ଏକ ଭୁଲ କରି ବସିଛନ୍ତି । ଏଆଇସିସି ଶୃଙ୍ଖଳା କମିଟିକୁ ଲିଖିତ ପ୍ରତିଶ୍ରୁତି ଦେବାର କେଇ ଘଣ୍ଟା ପରେ ଜଟଣୀର ଏକ ଘରୋଇ ଉତ୍ସବରେ ପୁଣି ସାନପୁଅ ପାଇଁ ପରୋକ୍ଷରେ ଭୋଟ ଭିକ୍ଷା କରିଛନ୍ତି ସୁର ।
ସାନପୁଅ ମନ୍ମଥ ରାଉତରାୟ ପାଇଁ ପ୍ରଚାର କରିବେ ନାହିଁ, ଭୋଟ ଭିକ୍ଷା କରିବେ ନାହିଁ ବୋଲି ୪ ତାରିଖ ସକାଳେ AICC ଶୃଙ୍ଖଳା କମିଟିକୁ ସ୍ପଷ୍ଟୀକରଣ ଲେଖିଥିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ପିସିସି ସଭାପତିଙ୍କୁ ସାକ୍ଷାତ କରି ସ୍ପଷ୍ଟ ମଧ୍ୟ କରିଥିଲେ । ଜଟଣୀ କୁଦିଆରୀ ଦୋଳ ମେଳଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସୁର ପରୋକ୍ଷରେ ସାନପୁଅକୁ ଜିତାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରଛନ୍ତି। ମଞ୍ଚରେ ଜଟଣୀର ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଉପସ୍ଥିତ ଥିଲେ । ସୁରଙ୍କ ଭାଷଣର କିଛି ସମୟ ପରେ ଆସି ପହଞ୍ଚିଥିଲେ ସାନପୁଅ ତଥା ଭୁବନେଶ୍ବର ଏମପି ପ୍ରାର୍ଥୀ ମନ୍ମଥ ରାଉତରାୟ । ସାନପୁଅ ନାଁ ନ ନେଇ ସୁର କହିଥିଲେ, ଦୁଇ ଜଣଙ୍କୁ ଜିତାଇ ଦିଅ । ସୁର କହିଥିଲେ, ଜଟଣୀରେ ଅନେକ କିଛି ବିକାଶ କରିଛନ୍ତି ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ । ପାନୀୟ ଜଳଠାରୁ ରାସ୍ତା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ବିକାଶ ହୋଇଛି ।
ତେବେ ସୁରଙ୍କ ଏଭଳି ବୟାନ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛ। କାରଣ କିଛି ଦିନ ତଳେ ସାନପୁଅ ପାଇଁ ଭୋଟ ଭିକ୍ଷା କରିଥିବାରୁ ତାଙ୍କୁ ଏଆଇସିସି ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଗୁରୁବାର ଯାହାର ଉତ୍ତର ଦେଇ ଏଭଳି କରିବେ ନାହିଁ ବୋଲି କହିଥିଲେ ସୁର । କିନ୍ତ ଜଟଣୀର ଏକ ଉତ୍ସବରେ ଯେଉଁ ଭାଷଣ ରଖିଛନ୍ତି, ତାହା ଏଆଇସିସିକୁ ଦେଇଥିବା ପ୍ରତିଶ୍ରୁତିର ବିରୋଧାଚରଣ କରୁଛି ବୋଲି କୁହାଯାଉଛି ।
ସୂଚନାଥାଉ କି, କଂଗ୍ରେସ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ର ସୁର କହିଥିଲେ, ମୁଁ ବଞ୍ଚିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। କଂଗ୍ରେସକୁ ଭୋଟ୍ ଦେବି ଓ କଂଗ୍ରେସ ପାଇଁ ପ୍ରଚାର କରିବି। ହେଲେ ପରୋକ୍ଷରେ କହିଥିଲେ, ମୁଁ ସାନପୁଅ ମନ୍ମଥ ପାଇଁ ଭୋଟ୍ ମାଗୁ ନାହିଁ। ବଡ଼ ପୁଅ ପାଇଁ ମାଗୁଛି। କିନ୍ତୁ ବଡ଼ ପୁଅ ସହ ସାନପୁଅଙ୍କୁ ଟିକେ ଦେଖିବା ପାଇଁ ଜନତାଙ୍କୁ ଜଣାଇଛି।
The post ବୁଝୁନି ସୁରଙ୍କ ମନ; ସାନପୁଅ ପାଇଁ କଲେ ପୁଣି ପ୍ରଚାର appeared first on Dharitri Odia News.