ବୁଦା ମୂଳରେ ପଡ଼ିଥିଲା ନବଜାତ ଶିଶୁ କନ୍ୟା

ଭଅଁରା ଗାଁ ବୁଦା ମୂଳରେ ଏକ ନବଜାତ ଶିଶୁ କନ୍ୟା ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲା। ଶିଶୁ କନ୍ୟାଟି ଜୀବିତ ଥିବା ଲୋକମାନେ ଦେଖିବାକୁ ପାଇଥିଲେ। ପରେ କରଞ୍ଜିଆ

ବୁଦା ମୂଳରେ ପଡ଼ିଥିଲା ନବଜାତ ଶିଶୁ କନ୍ୟା

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁ ନିକଟରୁ ଶିଶୁ କନ୍ୟା ଉଦ୍ଧାର। ଶିଶୁ କନ୍ୟାକୁ ମେଡ଼ିକାଲ୍‌ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି।

ଭଅଁରା ଗାଁ ବୁଦା ମୂଳରେ ଏକ ନବଜାତ ଶିଶୁ କନ୍ୟା ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲା। ଶିଶୁ କନ୍ୟାଟି ଜୀବିତ ଥିବା ଲୋକମାନେ ଦେଖିବାକୁ ପାଇଥିଲେ। ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ। ଚେକ୍‌ଅପ୍‌ ପରେ ଶିଶୁ କନ୍ୟାକୁ SNCUରେ ଭର୍ତ୍ତି କରାଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ତେବେ ଶିଶୁ କନ୍ୟାର ପରିଚୟ ମିଳିପାରି ନାହିଁ। ତେଣୁ ଅବୈତ ଶିଶୁକନ୍ୟା ବୋଲି ସନ୍ଦେହ କରାଯାଉଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ତେବେ କିଏ ଓ କାହିଁକି ଶିଶୁ କନ୍ୟାକୁ ଫିଙ୍ଗି ଦେଲା, ତାହା ଜଣାପଡ଼ି ନାହିଁ।

ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହାନ୍ତ