ବୁଧବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ତିନୋଟି ଜନସଭାରେ ହେବେ ସାମିଲ

ଭୁବନେଶ୍ୱର ୨୯।୦୫ : ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ନିର୍ବାଚନ । ସମସ୍ତ ଦଳ ନିଜ ନିଜ ପ୍ରଚାରରେ ଲାଗିପଡିଛନ୍ତି । ଏହିକ୍ରମରେ ବୁଧବାର ଦିନ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ଟି ଜନସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କୁ ପାଇଁ ମାଗିବେ ଭୋଟ ।ଖବର ଅନୁଯାୟୀ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଆସି ପ୍ରଥମେ ବାରିପଦା ଛଉ ପଡିଆରେ ବିଶାଳ ଜନ ସଭାରେ ଉଦବୋଧନ ଦେବେ । ଏହାପରେ ଅପରାହ୍ନ ୨ ଘଟିକା ସମୟରେ ବାଲେଶ୍ବର ଜିଲ୍ଲା ରେମୁଣା ନରହରି ପଡିଆରେ ହେବାକୁ ଥିବା ଜନସଭାରେ ସାମିଲ ହେବେ । ଶେଷରେ ଅପରାହ୍ଣ ୪ଟାରେ କେନ୍ଦ୍ରାପଡାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ ।ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଜିଲ୍ଲା ପ୍ରଶାସନ, ଏସ୍‌ପିଜି କମାଣ୍ଡ ତନତନ କରି ସଭାସ୍ଥଳକୁ ଯାଞ୍ଚ କରୁଛନ୍ତି ।   

ବୁଧବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ତିନୋଟି ଜନସଭାରେ ହେବେ ସାମିଲ

ଭୁବନେଶ୍ୱର ୨୯।୦୫ : ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ନିର୍ବାଚନ । ସମସ୍ତ ଦଳ ନିଜ ନିଜ ପ୍ରଚାରରେ ଲାଗିପଡିଛନ୍ତି । ଏହିକ୍ରମରେ ବୁଧବାର ଦିନ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ଟି ଜନସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କୁ ପାଇଁ ମାଗିବେ ଭୋଟ ।

ଖବର ଅନୁଯାୟୀ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଆସି ପ୍ରଥମେ ବାରିପଦା ଛଉ ପଡିଆରେ ବିଶାଳ ଜନ ସଭାରେ ଉଦବୋଧନ ଦେବେ । ଏହାପରେ ଅପରାହ୍ନ ୨ ଘଟିକା ସମୟରେ ବାଲେଶ୍ବର ଜିଲ୍ଲା ରେମୁଣା ନରହରି ପଡିଆରେ ହେବାକୁ ଥିବା ଜନସଭାରେ ସାମିଲ ହେବେ । ଶେଷରେ ଅପରାହ୍ଣ ୪ଟାରେ କେନ୍ଦ୍ରାପଡାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଜିଲ୍ଲା ପ୍ରଶାସନ, ଏସ୍‌ପିଜି କମାଣ୍ଡ ତନତନ କରି ସଭାସ୍ଥଳକୁ ଯାଞ୍ଚ କରୁଛନ୍ତି ।