ବୁର୍ଲା ଭିମସାରରୁ ଚୋରି ନବଜାତ ଶିଶୁପୁତ୍ରକୁ ଉଦ୍ଧାର : ଚୋରି କରିଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ…

ସମ୍ବଲପୁର, ୨୮।୧୧(ପ୍ରମୋଦ ବହିଦାର): ବୁର୍ଲା ଭିମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁପୁତ୍ରକୁ ରେଙ୍ଗାଲିରୁ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି। ଶିଶୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇଛି। ଉଦ୍ଧାର ପରେ ଶିଶୁପୁତ୍ରକୁ ଭିମସାର ଅଣାଯାଉଛି। ସୂଚନାଯୋଗ୍ଯ ଯେ ଗତ ମଙ୍ଗଳବାର ଭିମସାର ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ଛତିଶଗଡ଼ର ଜଣେ ସଦ୍ଯ ପ୍ରସବାଙ୍କ ଦୁଇ ଦିନର ଶିଶୁପୁତ୍ରକୁ ଅନ୍ଯ ଜଣେ ମହିଳା ଚୋରି କରି ନେଇଥିଲେ। ଭିମସାର ପରିସରରେ […] The post ବୁର୍ଲା ଭିମସାରରୁ ଚୋରି ନବଜାତ ଶିଶୁପୁତ୍ରକୁ ଉଦ୍ଧାର : ଚୋରି କରିଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ… appeared first on Dharitri Odia News.

ବୁର୍ଲା ଭିମସାରରୁ ଚୋରି ନବଜାତ ଶିଶୁପୁତ୍ରକୁ ଉଦ୍ଧାର : ଚୋରି କରିଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ…

ସମ୍ବଲପୁର, ୨୮।୧୧(ପ୍ରମୋଦ ବହିଦାର): ବୁର୍ଲା ଭିମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁପୁତ୍ରକୁ ରେଙ୍ଗାଲିରୁ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି। ଶିଶୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇଛି। ଉଦ୍ଧାର ପରେ ଶିଶୁପୁତ୍ରକୁ ଭିମସାର ଅଣାଯାଉଛି।

ସୂଚନାଯୋଗ୍ଯ ଯେ ଗତ ମଙ୍ଗଳବାର ଭିମସାର ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ଛତିଶଗଡ଼ର ଜଣେ ସଦ୍ଯ ପ୍ରସବାଙ୍କ ଦୁଇ ଦିନର ଶିଶୁପୁତ୍ରକୁ
ଅନ୍ଯ ଜଣେ ମହିଳା ଚୋରି କରି ନେଇଥିଲେ। ଭିମସାର ପରିସରରେ ଲାଗିଥିବା ସିସି କ୍ୟାମେରାରେ ମହିଳା ଜଣକ ଶିଶୁଟିକୁ କୋଳରେ ଧରି ବାହାରକୁ ଚାଲିଯାଉଥିବା ଦୃଶ୍ଯ କଏଦ ହୋଇଥିଲା। ତେବେ ଶିଶୁର ମାତାପିତାଙ୍କ ଅଭିଯୋଗ ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯଖେଳିଯାଇଥିଲା। ଫଳରେ ତୁରନ୍ତ ପୋଲିସର ଛାନଭିନ ଆରମ୍ଭ ହୋଇଥିଲା। ଏପରିକି ଭିମସାର କତ୍ତୃପକ୍ଷ ମଧ୍ଯ ଏକ ଚାରି ଜଣିଆ ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରି ସଭିମସାର ସୁରକ୍ଷା ସଂସ୍ଥାର ରିପୋର୍ଟ ଆଧାରରେ ବୁର୍ଲାଥାନାରେ ଏନେଇ ଏତଲା ଦେଇଥିଲେ। ବହୁ ତନାଘନା ପରେ ଚୋରି ନବଜାତ ଶିଶୁପୁତ୍ରକୁ ରେଙ୍ଗାଲି ଗଣେଶନଗରରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।

The post ବୁର୍ଲା ଭିମସାରରୁ ଚୋରି ନବଜାତ ଶିଶୁପୁତ୍ରକୁ ଉଦ୍ଧାର : ଚୋରି କରିଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ… appeared first on Dharitri Odia News.