‘ବୁଲଡୋଜର’ ଆକ୍ସନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ପ୍ରତିକ୍ରିୟା, କହିଲେ- ଖୁବଶୀଘ୍ର ଜାରି ହେବ ଗାଇଡଲାଇନ
ନୂଆଦିଲ୍ଲୀ : ଅଭିଯୁକ୍ତଙ୍କ ଉପରେ ହେଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି କେବଳ ଅଭିଯୁକ୍ତ ଆଧାରରେ କାହା ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ନାହିଁ। କେହି ଯଦି ଦୋଷୀ ବି ହୋଇଥାନ୍ତି ତାଙ୍କ ଘର ଏପରି ଭାଙ୍ଗି ଦିଆଯାଇ ପାରିବନି ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ବି.ଆର.ଗବଇ ଓ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କ ବେଞ୍ଚ ‘ବୁଲଡୋଜର କାର୍ଯ୍ୟାନୁଷ୍ଠାନ’କୁ ନେଇ ଶୁଣାଣି କରୁଛନ୍ତି। ଜମିୟତ ଉଲେମା-ଏ-ହିନ୍ଦ ଏ ନେଇ କୋର୍ଟରେ ପିଟିସନ ରୁଜୁ କରିଥିବା ବେଳେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ନିବେଦନ କରିଛନ୍ତି। ଦାଖଲ ପିଟିସନରେ ୟୁପି, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବୁଲଡୋଜର ଚଳାଯିବା ଘଟଣାର ଉଲ୍ଲେଖ କରାଯାଇଛି। ସୋମବାର ଶୁଣାଣି କାଳରେ ସୁପ୍ରିମକୋର୍ଟ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଥିବା ବେଳେ କେବଳ ଅଭିଯୁକ୍ତ ଆଧାରରେ କାହା ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇପାରିବନି ବୋଲି କହିଛନ୍ତି। ତେବେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ଆବେଦନକୁ ବିରୋଧ କରିଛନ୍ତି ଓ କହିଛନ୍ତି ଆବେଦନକାରୀ କୋର୍ଟରେ ମାମଲାକୁ ଭୁଲ ଭେବେ ଉପସ୍ଥାପନ କରିଛନ୍ତି। ନିୟମର ପାଳନ କରି ଏପରି କାର୍ଯ୍ୟାନୁଷ୍ଠାନ ହେଉଛି। ଏହା କେବଳ ନଗରନିଗମ ଆଇନ ଅନୁସାରେ ହିଁ କରାଯାଇ ପାରିବ। ତେବେ ଜଷ୍ଟ
ନୂଆଦିଲ୍ଲୀ : ଅଭିଯୁକ୍ତଙ୍କ ଉପରେ ହେଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି କେବଳ ଅଭିଯୁକ୍ତ ଆଧାରରେ କାହା ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ନାହିଁ। କେହି ଯଦି ଦୋଷୀ ବି ହୋଇଥାନ୍ତି ତାଙ୍କ ଘର ଏପରି ଭାଙ୍ଗି ଦିଆଯାଇ ପାରିବନି ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ବି.ଆର.ଗବଇ ଓ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କ ବେଞ୍ଚ ‘ବୁଲଡୋଜର କାର୍ଯ୍ୟାନୁଷ୍ଠାନ’କୁ ନେଇ ଶୁଣାଣି କରୁଛନ୍ତି।
ଜମିୟତ ଉଲେମା-ଏ-ହିନ୍ଦ ଏ ନେଇ କୋର୍ଟରେ ପିଟିସନ ରୁଜୁ କରିଥିବା ବେଳେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ନିବେଦନ କରିଛନ୍ତି। ଦାଖଲ ପିଟିସନରେ ୟୁପି, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବୁଲଡୋଜର ଚଳାଯିବା ଘଟଣାର ଉଲ୍ଲେଖ କରାଯାଇଛି। ସୋମବାର ଶୁଣାଣି କାଳରେ ସୁପ୍ରିମକୋର୍ଟ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଥିବା ବେଳେ କେବଳ ଅଭିଯୁକ୍ତ ଆଧାରରେ କାହା ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇପାରିବନି ବୋଲି କହିଛନ୍ତି।
ତେବେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ଆବେଦନକୁ ବିରୋଧ କରିଛନ୍ତି ଓ କହିଛନ୍ତି ଆବେଦନକାରୀ କୋର୍ଟରେ ମାମଲାକୁ ଭୁଲ ଭେବେ ଉପସ୍ଥାପନ କରିଛନ୍ତି। ନିୟମର ପାଳନ କରି ଏପରି କାର୍ଯ୍ୟାନୁଷ୍ଠାନ ହେଉଛି। ଏହା କେବଳ ନଗରନିଗମ ଆଇନ ଅନୁସାରେ ହିଁ କରାଯାଇ ପାରିବ। ତେବେ ଜଷ୍ଟିସ୍ ବି.ଆର.ଗବଇ ଏଥିରେ କିପରି କାହା ଘର ଭାଙ୍ଗି ଦିଆଯାଇପାରିବ, କାରଣ ସେ ଅଭିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି।
ସୋଲିସିଟର ଜେନେରାଲ କହିଛନ୍ତି ଯେ ନୋଟିସ୍ ବହୁ ପୂର୍ବରୁ ଜାରି ହୋଇଥିଲା। ହେଲେ ସେହି ଲୋକମାନେ ହାଜର ହୋଇନଥିଲେ। ଏହା ଉପରେ ଜଷ୍ଟିସ ବିଶ୍ୱନାଥନ କହିଛନ୍ତି ଯେ କାହାର ଦୁର୍ବଳତାର ଫାଇଦା ଉଠାଯିବା ଉଚିତ ନୁହେଁ। ଏଥିରେ ଜଷ୍ଟିସ୍ ଗବଇ କହିଛନ୍ତି ଯେ ନିର୍ମାଣ ଯଦି ବି ଅନଧିକୃତ ଏହା ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା କଥା ବୁଲଡୋଜର ଚଳାଯିବା କଥା ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଗାଇଡଲାଇନ ତିଆରି କରାଯିବା ଜରୁରି।
ସୁପ୍ରିମକୋର୍ଟ କହିଛନ୍ତି ଯେ ସବୁ ପକ୍ଷଙ୍କୁ ଶୁଣିବା ପରେ ଏପରି ମାମଲାରେ ଗାଇଡଲାଇନ ଜାରି କରିବେ, ଯାହା ସାରା ଦେଶରେ ଲାଗୁ ହେବ। ଏ ନେଇ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କୁ ପରାମର୍ଶ ଦେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୧୭ ତାରିଖରେ ହେବ।