ବୁଲଡୋଜର ଆକ୍ସନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଯୋଗୀ ସରକାରଙ୍କ ସ୍ୱାଗତ, ଜାଣନ୍ତୁ କହିଲେ କ’ଣ?
ଲକ୍ଷ୍ନୌ ୧୩।୧୧: ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉତ୍ତରପ୍ରଦେଶର (ୟୁପି)ର ଯୋଗୀ ସରକାର ସ୍ୱାଗତ କରିଛନ୍ତି। ଜମିୟତ ଉଲେମା-ଏ-ହୀନ୍ଦ ବନାମ ଉତ୍ତର ଦିଲ୍ଲୀ ନଗରନିଗମ ଓ ଅନ୍ୟ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କାର୍ଯ୍ୟପାଳିକା ନ୍ୟାୟପାଳିକା ନୁହନ୍ତି ଓ ଦୋଷୀ କିଏ ତାହା ନିର୍ଦ୍ଧାରଣ କରିପାରିବେ ନାହିଁ। ଯଦି କାର୍ଯ୍ୟପାଳିକା କାହା ଘରକୁ କେବଳ ଏଥି ପାଇଁ ଭାଙ୍ଗି ଦିଅନ୍ତି ଯେ ସେ ଦୋଷୀ, ତେବେ ଏହା ଶକ୍ତିମାନଙ୍କ ପୃଥିକୀକରଣ ସିଦ୍ଧାନ୍ତର ଉଲ୍ଲଂଘନ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ୟୁପିର ଯୋଗୀ ସରକାରଙ୍କ ପକ୍ଷରୁ ଏନେଇ ଏକ ପ୍ରତିକ୍ରିୟା ଜାରି କରାଯାଇଛି। ଏହି ପ୍ରତିକ୍ରିୟାରେ କୁହାଯାଇଛି ଯେ ଆଇନ ରାଜର ପ୍ରଥମ ସର୍ତ୍ତ ସୁଶାନ ହୋଇଥାଏ। ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ଏ ନେଇ ଯୋଗୀ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ଏଥିରେ ଅପରାଧୀଙ୍କ ମନରେ ଭୟ ସଞ୍ଚାର ହେବ। ମାଫିଆ ପ୍ରବୃତ୍ତିର ତତ୍ୱ ଓ ସଙ୍ଗଠିତ ପେଷାଦାର ଅପରାଧିଙ୍କ ଉପରେ ଏହି ରାୟ ଯୋଗୁ ଲଗାମ କଷିବା ସହଜ ହେବ। "इस सरकार का जो बुलडोजर प्रतीक बन गया था उसके खिलाफ सुप्रीम कोर्ट का जो फैसला आया है उसके लिए धन्यवाद देता हूं।"- माननीय राष्ट्रीय अध्यक्ष श्री अखिलेश यादव जी, सीसामऊ
ଲକ୍ଷ୍ନୌ ୧୩।୧୧: ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉତ୍ତରପ୍ରଦେଶର (ୟୁପି)ର ଯୋଗୀ ସରକାର ସ୍ୱାଗତ କରିଛନ୍ତି। ଜମିୟତ ଉଲେମା-ଏ-ହୀନ୍ଦ ବନାମ ଉତ୍ତର ଦିଲ୍ଲୀ ନଗରନିଗମ ଓ ଅନ୍ୟ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କାର୍ଯ୍ୟପାଳିକା ନ୍ୟାୟପାଳିକା ନୁହନ୍ତି ଓ ଦୋଷୀ କିଏ ତାହା ନିର୍ଦ୍ଧାରଣ କରିପାରିବେ ନାହିଁ। ଯଦି କାର୍ଯ୍ୟପାଳିକା କାହା ଘରକୁ କେବଳ ଏଥି ପାଇଁ ଭାଙ୍ଗି ଦିଅନ୍ତି ଯେ ସେ ଦୋଷୀ, ତେବେ ଏହା ଶକ୍ତିମାନଙ୍କ ପୃଥିକୀକରଣ ସିଦ୍ଧାନ୍ତର ଉଲ୍ଲଂଘନ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ୟୁପିର ଯୋଗୀ ସରକାରଙ୍କ ପକ୍ଷରୁ ଏନେଇ ଏକ ପ୍ରତିକ୍ରିୟା ଜାରି କରାଯାଇଛି। ଏହି ପ୍ରତିକ୍ରିୟାରେ କୁହାଯାଇଛି ଯେ ଆଇନ ରାଜର ପ୍ରଥମ ସର୍ତ୍ତ ସୁଶାନ ହୋଇଥାଏ। ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ଏ ନେଇ ଯୋଗୀ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ଏଥିରେ ଅପରାଧୀଙ୍କ ମନରେ ଭୟ ସଞ୍ଚାର ହେବ। ମାଫିଆ ପ୍ରବୃତ୍ତିର ତତ୍ୱ ଓ ସଙ୍ଗଠିତ ପେଷାଦାର ଅପରାଧିଙ୍କ ଉପରେ ଏହି ରାୟ ଯୋଗୁ ଲଗାମ କଷିବା ସହଜ ହେବ।
"इस सरकार का जो बुलडोजर प्रतीक बन गया था उसके खिलाफ सुप्रीम कोर्ट का जो फैसला आया है उसके लिए धन्यवाद देता हूं।"
- माननीय राष्ट्रीय अध्यक्ष श्री अखिलेश यादव जी, सीसामऊ विधानसभा pic.twitter.com/Jfl3pH54do— Samajwadi Party (@samajwadiparty) November 13, 2024
ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏହି ରାୟ ଅନୁସାରେ ସମସ୍ତଙ୍କ ଉପରେ ଆଇନର ରାଜ ଲାଗୁ ହେଉଛି । ଯୋଗୀ ସରକାର ତାଙ୍କ ବୟାନରେ ସ୍ପଷ୍ଟ କରିଦେଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଦିଲ୍ଲୀ ସହ ସମ୍ପର୍କିତ ଏବଂ ଉତ୍ତରପ୍ରଦେଶ ସରକାର ଏଥିରେ ପକ୍ଷ ନଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏବେ ୟୁପି ରାଜନୀତିକୁ ଉଷ୍ମ କରିଛି। ୟୁପି ସରକାରଙ୍କ ସମେତ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିଧାନସଭା ଉପନିର୍ବାଚନ ପ୍ରଚାର କାଳରେ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେବା ସହିତ ଏହାକୁ ସ୍ୱାଗତ କରିଛନ୍ତି।