ବୁଲା କୁକୁର ଆତଙ୍କ, ଦିନକରେ ୨୭ ଜଣଙ୍କୁ କାମୁଡିଲେ

ଖଡ଼ିଆଳ,୩୦ା୩(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଶନିବାର ଦିନକରେ ୨୭ ଜଣଙ୍କୁ କୁକୁର କାମୁଡିଥିବା ବେଳେ ରବିବାର ମଧ୍ୟାହ୍ନ ସୁଦ୍ଧା ୫ ଜଣଙ୍କୁ କାମୁଡିଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତଙ୍କୁ ଜଳାତଙ୍କ ଇଞ୍ଜେକଶନ ଦିଆଯାଇଥିବା ଡା. ରାଜିତ କୁମାର ରାଉତ ପ୍ରକାଶ କରିଛନ୍ତି। ବିଶେଷ କରି ମାଛ, ମାଂସ ବ୍ୟବସାୟୀଙ୍କ ବର୍ଜ୍ୟବସ୍ତୁ ଖାଦ୍ୟ ପାଇ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା କୁହାଯାଉଛି। ରାସ୍ତା କଡ଼ରେ ଥିବା ମାଛ, […] The post ବୁଲା କୁକୁର ଆତଙ୍କ, ଦିନକରେ ୨୭ ଜଣଙ୍କୁ କାମୁଡିଲେ appeared first on Dharitri Odia News.

ବୁଲା କୁକୁର ଆତଙ୍କ, ଦିନକରେ ୨୭ ଜଣଙ୍କୁ କାମୁଡିଲେ

ଖଡ଼ିଆଳ,୩୦ା୩(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଶନିବାର ଦିନକରେ ୨୭ ଜଣଙ୍କୁ କୁକୁର କାମୁଡିଥିବା ବେଳେ ରବିବାର ମଧ୍ୟାହ୍ନ ସୁଦ୍ଧା ୫ ଜଣଙ୍କୁ କାମୁଡିଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତଙ୍କୁ ଜଳାତଙ୍କ ଇଞ୍ଜେକଶନ ଦିଆଯାଇଥିବା ଡା. ରାଜିତ କୁମାର ରାଉତ ପ୍ରକାଶ କରିଛନ୍ତି।

ବିଶେଷ କରି ମାଛ, ମାଂସ ବ୍ୟବସାୟୀଙ୍କ ବର୍ଜ୍ୟବସ୍ତୁ ଖାଦ୍ୟ ପାଇ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା କୁହାଯାଉଛି। ରାସ୍ତା କଡ଼ରେ ଥିବା ମାଛ, ମାଂସ ଦୋକାନ ବନ୍ଦ ପାଇଁ ଦାବି ହେଉଥିବା ବେଳେ ପ୍ରଶାସନ ତୁରନ୍ତ ଏହି ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

The post ବୁଲା କୁକୁର ଆତଙ୍କ, ଦିନକରେ ୨୭ ଜଣଙ୍କୁ କାମୁଡିଲେ appeared first on Dharitri Odia News.