ବୁଲାଣି ରାସ୍ତାରେ ବସ୍‌ରୁ ଖସି ପଡ଼ିଲେ ହେଲପର୍‌, ମାଡ଼ିଗଲା ବସ୍‌…

ପୁରୀ,୧।୧୦: ପୁରୀ ଜିଲା ଖାଜୁରିଆ ରାସ୍ତା ଗୋବିନ୍ଦପୁର ମହାବୀର ଛକ ବୁଲାଣି ନିକଟରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ବସ୍‌ରୁ ହେଲପର୍‌ ଜଣକ ଖସି ପଡିଥିବା ବେଳେ ବସ୍‌ ତାଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ଯାତ୍ରୀବାହୀ ଘରୋଇ ବସ୍‌ଟି ବ୍ରହ୍ମପୁରରୁ ଡେଲାଙ୍ଗ, ବ୍ରହ୍ମଗିରି ଦେଇ ପୁରୀ ଯାଉଥିଲା। ହେଲେ ଖାଜୁରିଆ ରାସ୍ତା ଗୋବିନ୍ଦପୁର ମହାବୀର ଛକ ବୁଲାଣି ନିକଟରେ ଚଳନ୍ତା ବସ୍‌ରୁ ହେଲପର୍‌ […] The post ବୁଲାଣି ରାସ୍ତାରେ ବସ୍‌ରୁ ଖସି ପଡ଼ିଲେ ହେଲପର୍‌, ମାଡ଼ିଗଲା ବସ୍‌… appeared first on Dharitri Odia News.

ବୁଲାଣି ରାସ୍ତାରେ ବସ୍‌ରୁ ଖସି ପଡ଼ିଲେ ହେଲପର୍‌, ମାଡ଼ିଗଲା ବସ୍‌…

ପୁରୀ,୧।୧୦: ପୁରୀ ଜିଲା ଖାଜୁରିଆ ରାସ୍ତା ଗୋବିନ୍ଦପୁର ମହାବୀର ଛକ ବୁଲାଣି ନିକଟରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ବସ୍‌ରୁ ହେଲପର୍‌ ଜଣକ ଖସି ପଡିଥିବା ବେଳେ ବସ୍‌ ତାଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଏକ ଯାତ୍ରୀବାହୀ ଘରୋଇ ବସ୍‌ଟି ବ୍ରହ୍ମପୁରରୁ ଡେଲାଙ୍ଗ, ବ୍ରହ୍ମଗିରି ଦେଇ ପୁରୀ ଯାଉଥିଲା। ହେଲେ ଖାଜୁରିଆ ରାସ୍ତା ଗୋବିନ୍ଦପୁର ମହାବୀର ଛକ ବୁଲାଣି ନିକଟରେ ଚଳନ୍ତା ବସ୍‌ରୁ ହେଲପର୍‌ ଖସିପଡିଥିଲେ। ପରେ ବସ୍‌ଟି ତାଙ୍କ ଉପରକୁ ଚଢି ଯାଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କରିଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

The post ବୁଲାଣି ରାସ୍ତାରେ ବସ୍‌ରୁ ଖସି ପଡ଼ିଲେ ହେଲପର୍‌, ମାଡ଼ିଗଲା ବସ୍‌… appeared first on Dharitri Odia News.