ବୁଲେଟରେ ଯାଉଥିଲେ ମହିପୁର, ଷଣ୍ଡ ଧକ୍କାରେ ଚାଲିଗଲା ଜୀବନ

ଆଠଗଡ ୦୮/୦୩: ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ଲୋରେଲ କୁମାର ସାହୁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଡାକ୍ତର ଲୋରେଲ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି । ସୂଚନା ଥାଉକି, ଗୁରୁବାର ସନ୍ଧ୍ୟାରେ କୈାଣସି କାମରେ ନିଜର ବୁଲେଟ୍ ଗାଡି ଯୋଗେ ମହିପୁର ଅଞ୍ଚଳକୁ ଯାଇଥିଲେ ।  ବିଳମ୍ବିତ ରାତିରେ ଫେରୁଥିବା ସମୟରେ ନୟାଗଡ଼ ସଦରଥାନା ନିକଟସ୍ଥ ନୂଆ ବସଷ୍ଟାଣ୍ଡଠାରେ ଏକ ଷଣ୍ଢକୁ ଧକ୍କା ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ନୟାଗଡ଼ ଟାଉନଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଡା. ଲୋରେଲଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ବୁଲେଟରେ ଯାଉଥିଲେ ମହିପୁର, ଷଣ୍ଡ ଧକ୍କାରେ ଚାଲିଗଲା ଜୀବନ

ଆଠଗଡ ୦୮/୦୩: ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ଲୋରେଲ କୁମାର ସାହୁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଡାକ୍ତର ଲୋରେଲ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି । 


ସୂଚନା ଥାଉକି, ଗୁରୁବାର ସନ୍ଧ୍ୟାରେ କୈାଣସି କାମରେ ନିଜର ବୁଲେଟ୍ ଗାଡି ଯୋଗେ ମହିପୁର ଅଞ୍ଚଳକୁ ଯାଇଥିଲେ ।  ବିଳମ୍ବିତ ରାତିରେ ଫେରୁଥିବା ସମୟରେ ନୟାଗଡ଼ ସଦରଥାନା ନିକଟସ୍ଥ ନୂଆ ବସଷ୍ଟାଣ୍ଡଠାରେ ଏକ ଷଣ୍ଢକୁ ଧକ୍କା ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । 


ନୟାଗଡ଼ ଟାଉନଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଡା. ଲୋରେଲଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।